ପାକିସ୍ତାନର ଅଭିଯୋଗ, ଆମ ଜଳସୀମାକୁ ପ୍ରବେଶ କରିଥିଲା ଭାରତୀୟ ବୁଡାଜାହଜ

ନୂଆଦିଲ୍ଲୀ,୫।୩:ପୁଲଓ୍ଵାମା ହମଲା ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ସୀମାରେ ବଢୁଥିବା ଉତ୍ତେଜନା ମଧ୍ୟରେ ପାକିସ୍ତାନୀ ନୌସେନା ମଙ୍ଗଳବାର ଅଭିଯୋଗ କରିଛି ନିଜର ଜଳସୀମା କ୍ଷେତ୍ରକୁ ଭାରତୀୟ ବୁଡ଼ାଜାହାଜର ପଶିବା ଉଦ୍ୟମକୁ ବିଫଳ କରିଦିଆଯାଇଛି। ପାକିସ୍ତାନ ପକ୍ଷରୁ ଏହି ଅଭିଯୋଗ ସେହି ସମୟରେ ଆସିଛି ଯେତେବେଳେ ଆଜି ଆଡମିରାଲ ସୁନିଲ ଲାମ୍ବା ସମୁଦ୍ର ରାସ୍ତାରେ ଆତଙ୍କବାଦୀ ଅନୁପ୍ରବେଶ କରିପାରନ୍ତି ବୋଲି ଆଶଙ୍କା କରିଛନ୍ତି। ପାକିସ୍ତାନର ନୌସେନା ମୁଖପାତ୍ର ଏକ ଭିଡିଓ ଜାରି କରି କହିଛନ୍ତି ଶାନ୍ତି ରଖିବା ପାଇଁ ନୌସେନା ଭାରତୀୟ ବୁଡାଜାହାଜକୁ ଟାର୍ଗେଟ କରିନାହିଁ। ଏଥିରୁ ଜଣାପଡୁଛି ଯେ ଆମେ ଶାନ୍ତି ଚାହୁଁ।
🇵🇰Navy releases footage to local media claiming it has 'detected' @IndianNavy submarine INS Kalvari. No word from 🇮🇳navy yet, but if video/coordinates are authentic, then Indian Navy likely *wants* Pak to know that 🇮🇳attack submarine/s are lurking 200 km from Karachi. pic.twitter.com/JKHGYhF22N
— Shiv Aroor (@ShivAroor) March 5, 2019
ପାକ୍ ସେନା ଦ୍ବାରା ଜାରି ଭିଡିଓରେ କେବଳ ବୁଡା ଜାହାଜର ଉପର ଅଂଶ ଦେଖାଯାଉଛି। ଯାହାକୁ ଭାରତୀୟ ବୁଡା ଜାହାଜ ବୋଲି ପାକିସ୍ତାନ ଦାବି କରିଛି। ଏହି ଭିଡିଓ ଗତକାଲି ରାତି ୮ଟା୩୦ ମିନିଟରେ ରେକର୍ଡ କରାଯାଇଛି। ପାକ୍ ପକ୍ଷରୁ ଜାରି ଭିଡ଼ିଓରେ କିଛି ଦମ ନାହିଁ। ଭାରତୀୟ ପ୍ରତିରକ୍ଷା ବିଶେଷଜ୍ଞଙ୍କ କହିବା କଥା ହେଲା ଯେ ପାକିସ୍ତାନ ଯେଉଁ ସୀମା କ୍ଷେତ୍ରର ଉଲ୍ଲଙ୍ଘନ କରିବା ଓ ଆକ୍ରମଣ ନକରିବା ଦାବିରେ କିଛି ଦମ ନାହିଁ। ଏମିତି ଅଭିଯୋଗ କରିବା ପାକିସ୍ତାନ ଅଧିକାର କ୍ଷେତ୍ରର ବାହାରେ ରହିଛି।
ପ୍ରତିରକ୍ଷା ବିଶେଷଜ୍ଞଙ୍କ କହିବା ଅନୁସାରେ ପାକିସ୍ତାନ ଯେଉଁ ସ୍ଥାନର ଭିଡ଼ିଓ ଜାରି କରି ଭାରତୀୟ ବୁଡ଼ାଜାହାଜ ତାର ସୀମା କ୍ଷେତ୍ରରେ ପଶିବାକୁ ଉଦ୍ୟମ କରିଥିବାର କହୁଛି ତାହା ସମ୍ପୂଣ୍ଣ ମିଥ୍ୟା। ଯେଉଁ କ୍ଷେତ୍ରକୁ ପାକିସ୍ତାନ ନିଜର ସୀମା ଦର୍ଶାଉଛି, ତାହା ଅନ୍ତରାଷ୍ଟ୍ରୀୟ ସୀମା କ୍ଷେତ୍ର ଅନ୍ତର୍ଗତ ଆସିଥାଏ। ଅନ୍ତରାଷ୍ଟ୍ରୀୟ ସୀମା କ୍ଷେତ୍ର ହୋଇଥିବା କାରଣରୁ ପାକିସ୍ତାନକୁ ଭାରତୀୟ ବୁଡ଼ାଜାହାଜକୁ ଧରିବା କିମ୍ବା ଛାଡ଼ିବାର ଅଧିକାର ନାହିଁ।