ରୋଗ ଯନ୍ତ୍ରଣାରେ ଛଟପଟ ହେଉଛି ମାସୁଦ ଆଝାର: ପାକ୍ ବୈଦେଶିକ ମନ୍ତ୍ରୀ

ନୂଆଦିଲ୍ଲୀ,୧।୩: ଜୈଶ-ଏ-ମହମ୍ମଦ ଆତଙ୍କବାଦୀ ସଂଗଠନର ମୁଖ୍ୟ ମାସୁଦ ଆଝାର ସେଠାରେ ଥିବା ନେଇ ପାକିସ୍ତାନ ସ୍ବୀକାର କରିଛି। ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଶାହା ମହମ୍ମଦ କ୍ୟୁରେସୀ କହିଛନ୍ତି ଆଝାର ପାକିସ୍ତାନରେ ରହିଛି। ଆଝାର ଏବେ ଖୁବ୍ ଅସୁସ୍ଥ ଅଛି। ସେ ରୋଗ ପୀଡିତ ହୋଇ ଛଟପଟ ହେଉଛି। ତା’ର ଏଭଳି ପରିସ୍ଥିତି ଯେ ସେ ଘରୁ ବାହାରକୁ ଯାଇପାରୁନି। ଏହା ସହ କ୍ୟୁରେସୀ କହିଛନ୍ତି ପାକିସ୍ତାନ କେବେ ବି ବିବାଦ ବଢାଇବାକୁ ଚାହେଁନି। ଭାରତ ଦ୍ବାରା ଆକ୍ରମଣ କରିବା କାରଣରୁ ବିବାଦ ବଢିଛି।
ମାସୁଦ ଆଝାରକୁ ଜାତିସଂଘ ଦ୍ବାରା ଘୋଷିତ ଅନ୍ତଃର୍ଜାତୀୟ ଆତଙ୍କବାଦୀଙ୍କ ସୂଚୀରେ ପକାଇବା ପ୍ରସଙ୍ଗରେ କ୍ୟୁରେସୀ କହିଛନ୍ତି ‘ଆମେମାନେ ଏଭଳି କିଛି ପଦକ୍ଷେପ ଉଠାଇବାକୁ ପ୍ରସ୍ତୁତ ଯାହାଦ୍ବାରା ବିବାଦ କମ୍ ହୋଇପାରିବ। ଯଦି ତାଙ୍କ ପାଖରେ ଭଲ ପ୍ରମାଣ ରହିଛି ତେବେ ଦୟାକରି ଏକାଠି ବସି ଏନେଇ କଥା ହେବାକୁ ପଡିବ। ଆମେ ଠିକ୍ ଠାକ୍ ଭାବରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ।
ଆଝାରକୁ ଗିରଫ କରିବା ନେଇ ସେ କହିଛନ୍ତି ଯଦି ଭାରତ ଏଭଳି ପ୍ରମାଣ ଦିଏ ଯାହା ପାକିସ୍ତାନ କୋର୍ଟରେ ମଞ୍ଜୁର ହୋଇପାରିବ ତେବେ ଆମେ ନିଶ୍ଚିତ ପକ୍ଷେ କାର୍ଯ୍ୟାନୁଷ୍ଠାନ ଗ୍ରହର କରିବୁ। ଆମ ଦେଶର ଆଇନଗତ ପକ୍ରିୟା ରହିଛି। ଯାହା ଆମକୁ ପାଳନ କରିବାକୁ ପହିବ। ଯଦି ଭାରତ କାର୍ଯ୍ୟାନୁଷ୍ଠାନ ଚାହେଁ ତେବେ ଆମକୁ ଆଇନଗତ ପକ୍ରିୟା ପାଳନ କରିବାକୁ ପଡିବ।