PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ହରିଆଣାରେ ୨୪ମଇ ଯାଏ ବଢ଼ିଲା ଲକ୍‌ ଡାଉନ୍‌ , ମୁଖ୍ୟମନ୍ତ୍ରୀ ଖଟ୍ଟର କହିଲେ –ଜନତାଙ୍କ ଦାବି ନେଇ ନିଷ୍ପତ୍ତି
  • ||
  • ନୂଆଦିଲ୍ଲୀ : ପୂର୍ବତନ ଭାରତୀୟ କ୍ରିକେଟ ଅଲରାଉଣ୍ଡର ରାଜେନ୍ଦ୍ର ସିଂ ଜାଡେଜାଙ୍କ କରୋନାରେ ପରଲୋକ
  • ||
  • ଭୁବନେଶ୍ଵର : ରାଜ୍ୟରେ ଫିଲ୍ମ କିମ୍ଵା ସିରିୟଲ ସୁଟିଂ ଉପରେ ପ୍ରତିବନ୍ଧକ, ସମସ୍ତ ଇନଡୋର ଓ ଆଉଟଡୋର ସୁଟିଂ ବନ୍ଦ
  • ||
  • ୨୪ରେ ବଙ୍ଗୋପସାଗରରେ ଲଘୁଚାପ: ଆଣ୍ଡାମାନ ସାଗରରେ ସୃଷ୍ଟି ହେବ, ଅବପାତ ରୂପ ନେବା ପାଇଁ ପାଣିପାଗ ଅନୁକୂଳ…
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧ ହଜାର ୭୩୨ ଜଣ କରୋନା ପଜିଟିଭ, ସଂକ୍ରମିତଙ୍କ ସଂଖ୍ୟା ୬ ଲକ୍ଷ ୧୨ ହଜାର ଟପିଲା
  • ||
  • ଭୁବନେଶ୍ୱର : ଓଡ଼ିଶାରେ ୧୯ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୨୩୧୩କୁ ବୃଦ୍ଧି
  • ||
  • ସଇଁତଳା : ଜମିବାଡ଼ି କଳହକୁ ନେଇ ଗୋଷ୍ଠୀ ସଙ୍ଘର୍ଷ, ଜଣେ ମୃତ, ୨ ଅଟକ
  • ||
  • ପାଟଣାଗଡ଼ : କରୋନା ଯୁଦ୍ଧରେ ହାରିଗଲେ ବରିଷ୍ଠ ସାମ୍ବାଦିକ କୈଳାଶ ସାହୁ
  • ||
  • ଆଠଗଡ : ଚୋରା ଚାଲାଣ ବେଳେ ଓଲଟିଲା କାଠ ବୋଝେଇ ପିକଅପ୍ ଭ୍ୟାନ, ଡ୍ରାଇଭର ମୃତ ଜଣେ ଗୁରୁତର
  • ||
  • ଭୁବନେଶ୍ୱର : ସ୍ୱର୍ଗତ ରଘୁନାଥ ମହାପାତ୍ରଙ୍କ ପୁଅ ପ୍ରଶାନ୍ତ ମହାପାତ୍ରଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର, କରୋନା ଆକ୍ରାନ୍ତ ହେବା ପରେ ଚାଲିଛି ଚିକିତ୍ସା
  • ||
  • ଭୁବନେଶ୍ୱର : ସୋମବାରଠୁ ଅନ୍‌ଲାନ୍‌ରେ ମିଳିବ ମଦ, ସକାଳ ୭ଟାରୁ ସଂଧ୍ୟା ୫ଟା ଯାଏଁ ଦେଇ ପାରିବେ ଅର୍ଡର, ହଜାର ଟଙ୍କାରେ ମଦ କିଣିଲେ ୧୦୦ ଟଙ୍କା ଡେଲିଭାରୀ ଚାର୍ଜ
  • ||
  • ଭୁବନେଶ୍ୱର : ପାରା ଧରିବାକୁ ଯାଇ ଟ୍ରେନ୍‌ ଲାଇନ୍ରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଜଳିଗଲା ନାବାଳକ, ଗୁରୁତର ଆହତ ଅବସ୍ଥାରେ ଉଦ୍ଧାର
  • ||
  • ଭୁବନେଶ୍ୱର : ମାସ ଶେଷକୁ ଓଡ଼ିଶାରେ ସଂକ୍ରମଣ ପିକ୍‌ରେ ପହଞ୍ଚିବ, ଜୁନ୍‌ ପ୍ରଥମ ସପ୍ତାହରୁ କମିପାରେ
  • ||
  • କଟକ : ବୃଦ୍ଧ ଦମ୍ପତ୍ତିଙ୍କ ସନ୍ଦେହଜନକ ଅବସ୍ଥାରେ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ !
  • ||

ଆତଙ୍କୀଙ୍କ ଟାର୍ଗେଟ୍‌ରେ ମୋଦି!

ନୂଆଦିଲ୍ଲୀ ୨୧/୧୨: ପ୍ରଧାନମନ୍ତ୍ରୀ ନେରେନ୍ଦ୍ର ମୋଦି କେତେକ ପାକିସ୍ତାନୀ ଆତଙ୍କବାଦୀଙ୍କ ଟାର୍ଗେଟରେ ଅଛନ୍ତି । ଭାରତୀୟ ଗୁଇନ୍ଦା ବିଭାଗ ଏବଂ ଦିଲ୍ଲୀ ପୁଲିସ ପକ୍ଷରୁ ଏହି ସୂଚନା ମିଳିଛି । ମୋଦି ଆସନ୍ତା ୨୨ ତାରିଖରେ ଦିଲ୍ଲୀର ରାମଲୀଲା ମୈଦାନରେ ବିଜେପି ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବେ । ଏହି କାର୍ଯ୍ୟକ୍ରମରେ ମୋଦିଙ୍କୁ ଆକ୍ରମଣ କରିବା ପାଇଁ ଆତଙ୍କୀମାନେ ଯୋଜନା ପ୍ରସ୍ତୁତ କରିଛନ୍ତି ଏନେଇ ଦିଲ୍ଲୀ ପୁଲିସକୁ ଆଲର୍ଟ କରାଯାଇଛି।

ଏହା ବ୍ୟତୀତ ତାଙ୍କ ସୁରକ୍ଷା ନିମନ୍ତେ ଅତିରିକ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଗୁଇନ୍ଦା ବିଭାରୁ ମିଳିଥିବା ସୂଚନା ମୁତାବକ, ‘ଜୈସ-ଏ-ମହମ୍ମଦ’ ଆତଙ୍କୀ ସଂଗଠନର କେତେକ ଆତଙ୍କୀ ଦିଲ୍ଲୀରେ ଏବେ ସକ୍ରିୟ ଅଛନ୍ତି । ସେମାନେ ରାମଲୀଲା ମୈଦାନରେ ମୋଦିଙ୍କୁ ଆକ୍ରମଣ କରିବାକୁ ଯୋଜନା ପ୍ରସ୍ତୁତ କରୁଛନ୍ତି । ରାଲିରେ ହଜାର ହଜାର ଲୋକ ଯୋଗ ଦେବାର କାର୍ଯ୍ୟକ୍ରମ ରହିଥିବାରୁ ଆତଙ୍କବାଦୀ ଏହାର ଫାଇଦା ଉଠାଇବାକୁ ଚାହୁଁଥିବା ଗୁଇନ୍ଦା ବିଭାଗ ପ୍ରକାଶ କରିଛି । ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ, ଅଯୋଧ୍ୟା ରାୟ ଏବଂ ବାଲାକୋଟ୍‌ରେ ଏୟାର ଷ୍ଟ୍ରାଇକ ଆଦି ଘଟଣାକୁ ନେଇ ପ୍ରତିଶୋଧ ନେବା ପାଇଁ ଜୈସ-ଏ-ମହମ୍ମଦ ଦ୍ୱାରା ମୋଦିଙ୍କୁ ଆକ୍ରମଣ କରିବା ଲାଗି ପ୍ରୟାସ ଜାରି ରହିଥିବା ଗୁଇନ୍ଦା ବିଭାଗ ପ୍ରକାଶ କରିଛି ।

ସମ୍ବନ୍ଧିତ ଖବର