ଆଜିଠୁ ସୋଆରେ ‘ପଖାଳ ଉତ୍ସବ’, ‘ପଖାଳ’କୁ ବିଶ୍ୱ ଦରବାରରେ ମାନ୍ୟତା ଦେବା ପାଇଁ ପ୍ରୟାସ

ଭୁବନେଶ୍ୱର,୩୧ ।୩(ବ୍ୟୁରୋ): ଆସନ୍ତାକାଲି(ସୋମବାର)ରୁ ସୋଆ (ଡିମ୍ଡ ଟୁ ବି ୟୁନିଭର୍ସିଟି)ରେ ପଖାଳ ଉତ୍ସବ ଅନୁଷ୍ଠିତ ହେବ । ସୋଆ ଅଧତ୍ନସ୍ଥ ଫାକଲ୍ଟି ଅଫ ହସ୍ପିଟାଲିଟିି ମ୍ୟାନେଜମେଣ୍ଟ ପରିସରରେ ୭ ତାରିଖ ପର୍ଯ୍ୟନ୍ତ ପଖାଳ ଉତ୍ସବ ଅନୁଷ୍ଠିତ ହେବ ବୋଲି ଡିନ୍ ପ୍ରଫେସର ଶିତିକଣ୍ଠ ମିଶ୍ର କହିଛନ୍ତି । ଏହି ଅବସରରେ ଏକ ପ୍ରେସ୍ ବିଜ୍ଞପ୍ତିରେ ପ୍ରଫେସର ମିଶ୍ର କହିଛନ୍ତି, ଓଡିଶାର ପାରମ୍ପରିକ ଖାଦ୍ୟ “ପଖାଳ’କୁ ବିଶ୍ୱ ଦରବାରରେ ମାନ୍ୟତା ଦେବା ପାଇଁ ଆମର ଏହି ଅଭିନବ ପ୍ରୟାସ । ଖାଦ୍ୟପ୍ରେମୀଙ୍କ ମହଲରେ ପଖାଳର ଆଦୃତି ବଢାଇବା ପାଇଁ ଏହି ଉତ୍ସବ ଆୟୋଜନ କରାଯାଇଛି । ଉତ୍ସବରେ ଓଡିଶାର ଗ୍ରାମୀଣ ସଂସ୍କୃତି ପରମ୍ପରା, ଖାଦ୍ୟ ରୁଚି, ଜୀବନଚର୍ଯ୍ୟା ତଥା କଳା କୌଶଳର ଏକ ଜୀବନ୍ତ ଛବିର ଉପସ୍ଥାପନା ଏହି ପଖାଳ ଉତ୍ସବରେ ଦେଖିବାକୁ ମିଳିବ । ଆମିଷ, ନିରାମିଷ ଓ ଅନ୍ୟାନ୍ୟ ବ୍ୟଞ୍ଜନ ସହ ପଖାଳ ପରଷା ଯିବାର ବ୍ୟବସ୍ଥା ରହିଛି ।

ପ୍ରଫେସର ମିଶ୍ରଙ୍କ ତତ୍ତ୍ୱାବଧାନରେ ଓ ସମସ୍ତ କମର୍ଚାରୀ ତଥା ଛାତ୍ରାଛାତ୍ରୀମାନଙ୍କ ସହଯୋଗରେ ଏହି ଉତ୍ସବ ପରିଚାଳିତ ହେବ । ଏହି ପଖାଳ ଉତ୍ସବରେ ଓଡିଶାର ପ୍ରସିଦ୍ଧ ଉଷୁନା ପଖାଳ, ଅରୁଆ ପଖାଳ, ଦହି ପଖାଳ, ଲେମ୍ବୁ ଓ ପଖାଳ, ପୋଦିନା ପଖାଳ ଏବଂ ଅଦା ପଖାଳ ଆଦି ଉପଲବ୍ଧ ହେବ । ଏହା ସହତି ବିଭିନ୍ନ ରକମର ଆମିଷ ବ୍ୟଞ୍ଜନ ମଧ୍ୟ ପରଷା ଯିବ । ପତ୍ରପୋଡା ମାଛ, ଚିଙ୍ଗୁଡି ଛେଚା, ଶୁଖୁଆ ବେସର ଆଦି ରହିବ । ସେହିପରି ନିରାମିଷ ବ୍ୟଞ୍ଜନରେ ପତ୍ରପୋଡା ଛତୁ, ଆଳୁଭଜା, ଆଳୁ – ବାଇଗଣ ଭରତା, ଛେଚା, ମସଲା କଲରା, ଶାଗ-ବଡି ଭଜା, କଞ୍ଚା ଆମ୍ବ ଛେଚା ଓ ବଡି ଚୁରା ଆଦି ପରିବେଷଣ କରାଯିବ ବୋଲି ପ୍ରଫେସର ମିଶ୍ର କହିଛନ୍ତି । ଜନସାଧାରଣଙ୍କ ଖାଦ୍ୟ ରୁଚିକୁ ଦୃଷ୍ଟିରେ ରଖି ଖାଦ୍ୟ ଶେଷରେ ମିଷ୍ଟାନ ପରିବେଷଣ ମଧ୍ୟ କରାଯିବ । ମିଷ୍ଟାନ ତାଲିକାରେ ଖିର ଗଜା, ଛେନାଗଜା, ଛେନା ମୁଡୁକି ଓ ଲବଙ୍ଗଲତା ରହିଛି । ଶେଷରେ ପାରମ୍ପରିକ ପାନ ପରିବେଷଣର ବ୍ୟବସ୍ଥା ମଧ୍ୟ ରହିଛି ବୋଲି ସେ ସୂଚନା ଦେଇଛନ୍ତି ।

   ସମ୍ବନ୍ଧିତ ଖବର


ରାଜ୍ୟରେ କରୋନା ନେଲା ଆଉ ୧୨ ମୁଣ୍ଡ: ମୃତକଙ୍କ ସଂଖ୍ୟା ୧୭୩୦କୁ ବୃଦ୍ଧି

୨୪ଘଣ୍ଟା ଆଉ ୫୫୦ ନୂଆ କରୋନା ପଜିଟିଭ ଚିହ୍ନଟ୍, ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୧୭ହଜାର ୭୮୯କୁ ବୃଦ୍ଧି

ଡିସେମ୍ବର ପହିଲାରୁ ଖୋଲିବ ରାଜ୍ୟର ସମସ୍ତ ମେଡିକାଲ କଲେଜ

ରାଜ୍ୟରେ ବାକି ପଡ଼ିଛି ୩୯୩୬ କୋଟିର ଜଳ କର

ବଦଳିଲା ୨ ସ୍ୱତନ୍ତ୍ର ଟ୍ରେନ୍‌ର ଚଳାଚଳ ସମୟ: ଡିସେମ୍ବର ୧ରୁ ହାଓଡା-ସିକନ୍ଦରାବାଦ, ବିଶାଖାପାଟଣା-ବିଜୟୱାଡା ଚାଲିବ

ଟ୍ୱିନ୍‌ ସିଟି ଏନ୍‌ଏଚ୍‌ରେ ଲେନ୍‌ ଡ୍ରାଇଭିଂ: ନିୟମ ଭାଙ୍ଗିଲେ ଧରିବ ସିସିଟିଭି ଓ ଇଣ୍ଟରସେପ୍ଟର, ଘରରକୁ ପଠାଯିବ ଇ-ଚାଲାଣ