ପ୍ରମୁଖ ଖବର
  • କାମାକ୍ଷାନଗର: ଅଜଣା ଗାଡ଼ି ଧକ୍କା ରେ ସାଇକେଲ ଆରୋହୀ ଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକଙ୍କ ରାସ୍ତା ରୋକ
  • ||
  • ଆସିଲା ବିଜେଡି ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା, ଚମ୍ପୁଆରୁ ସନାତନ ମହାକୁଡ଼, ବଡଚଣାରୁ ବର୍ଷା ପ୍ରିୟଦର୍ଶିନୀ
  • ||
  • ଦିଲ୍ଲୀପ ରାୟଙ୍କ ରାସ୍ତାରେ ନିହାର କଣ୍ଟା ! ପ୍ରାର୍ଥୀ ଚୟନକୁ ନେଇ ଦେଖା ଦେଇଛି ବିବାଦ
  • ||
  • ଆଜି ପ୍ରକାଶ ପାଇବ ୟୁଜିସି-ନେଟ୍‌ ଜୁନ୍‌ ସେସନ୍‌-୨୦୨୪ ଆବେଦନ ପ୍ରକ୍ରିୟା
  • ||
  • ବାଇକ୍‌କୁ ଧକ୍କା ଦେଲା ଆମ୍ଵୁଲାନ୍ସ, ଦୁଇ ଶିଶୁଙ୍କ ଆଖି ଆଗରେ ଚାଲିଗଲା ବାପା-ମାଙ୍କ ଜୀବନ
  • ||
  • ହୀରାକୁଦରେ ଡଙ୍ଗା ବୁଡି ଟ୍ରାଜେଡି: ମୃତ୍ୟୁ ସଂଖ୍ୟା ୭କୁ ବୃଦ୍ଧି, ଜଣେ ଏବେ ବି ନିଖୋଜ
  • ||
  • ମେ'୧ରୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଭିତରକନିକା
  • ||
  • ଶନିବାର ବାହୁଡ଼ିବେ ମହାପ୍ରଭୁ ଶ୍ରୀଲିଙ୍ଗରାଜ: ଦିନ ସାଢ଼େ ୧ରେ ପହଣ୍ଡି, ସାଢେ ୩ଟାରେ ରଥଟଣା
  • ||
  • ଶନିବାର ବିଶ୍ବପ୍ରସିଦ୍ଧ ରଥଯାତ୍ରା ପ୍ରଥମ ସମନ୍ୱୟ ବୈଠକ, ଅଧ୍ୟକ୍ଷତା କରିବେ ଆର୍‌ଡିସି
  • ||
  • ଆଜି ବି ଅତି ଭୀଷଣ ଗ୍ରୀଷ୍ମପ୍ରବାହ, ୨୧ ଯାଏ ନିସ୍ତାର ନାହିଁ, କାଳବୈଶାଖୀ ପାଇଁ କମିପାରେ ତାତି
  • ||
  • IPL ୨୦୨୪: ଆଜି ଦିଲ୍ଲୀ-ହାଇଦ୍ରାବାଦ ଲଢ଼େଇ, କ୍ୟାପିଟାଲ୍ସ ଗଡ଼ ଧ୍ୱଂସ ପଥରେ ସନରାଇଜର୍ସ
  • ||
  • ହୀରାକୁଦରେ ଡଙ୍ଗା ବୁଡି ଟ୍ରାଜେଡି, ଦୁଇ ମୃତ, ୭ ନିଖୋଜ, ସକାଳୁ ଉଦ୍ଧାର କାର୍ଯ୍ୟ ଆରମ୍ଭ
  • ||

ସୋଆ ସ୍କୁଲ୍‌ ଅଫ୍‌ ହୋଟେଲ୍‌ ମ୍ୟାନେଜମେଣ୍ଟ୍‌ର ପଖାଳ ଉତ୍ସବ ଆରମ୍ଭ, ମୁଖ୍ୟ ଆକର୍ଷଣ ହର୍ବାଲ୍‌ ପଖାଳ

ଭୁବନେଶ୍ୱର,୧ ।୪(ବ୍ୟୁରୋ): ସ୍ୱାସ୍ଥ୍ୟକର ଖାଦ୍ୟ ଏବଂ ଲୋକଙ୍କ ଆଗ୍ରହକୁ ଦୃଷ୍ଟିରେ ରଖି ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି) ଅନ୍ତର୍ଗତ ସ୍କୁଲ୍‌ ଅଫ୍‌ ହୋଟେଲ୍‌ ମ୍ୟାନେଜମେଣ୍ଟ ପକ୍ଷରୁ ଆରମ୍ଭ ହୋଇଛି ପଖାଳ ଉତ୍ସବ "ଆମ ରୋଷେଇ’ ।

ଉତ୍କଳ ଦିବସ ଅବସରରେ ଆରମ୍ଭ ହୋଇଛି ପଖାଳ ଉତ୍ସବ । ସୋଆର ଉପସଭାପତି ଶାଶ୍ୱତୀ ଦାସ ଆନୁଷ୍ଠାନିକ ଭାବେ ଉତ୍ସବକୁ ଉଦଘାଟନ କରିଛନ୍ତି । ଏହି ଅବସରରେ ଶ୍ରୀମତୀ ଦାସ କହିଛନ୍ତି, ପଖାଳ ଓଡ଼ିଆଙ୍କ ମୁଖ୍ୟ ଖାଦ୍ୟ । ସବୁ ଓଡ଼ିଆଙ୍କୁ ପ୍ରାୟତଃ ପଖାଳ ଖାଇବାକୁ ଭଲ ଲାଗେ । ଏହି ଓଡ଼ିଆ ଖାଦ୍ୟର ମଜା ଉଠାଇବାକୁ ପଖାଳ ଉତ୍ସବର ଆୟୋଜନ କରାଯାଇଛି । ସାତ ଦିନ ବ୍ୟାପି ଚାଲିବାକୁ ଥିବା ଏହି ପଖାଳ ଉତ୍ସବର ମେନ୍ୟୁଗୁଡିକ ହେଲା ଉଷୁନା ପଖାଳ, ଅରୁଆ ପଖାଳ, ସାଦା ଦହି ପଖାଳ, ଛୁଙ୍କ ପଖାଳ, ଅଦା ପଖାଳ, ଆମ୍ୱ ପଖାଳ, ଫୁଡ୍‌ ଫ୍ଲେଭର୍ଡ ପଖାଳ, ଲେମ୍ୱୁ ପଖାଳ, ମିକ୍ସଡ୍‌ ପଖାଳ, ପୋଦିନା ପଖାଳ ଏବଂ ହର୍ବାଲ୍‌ ପଖାଳ । ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ହର୍ବାଲ ପଖାଳ ପ୍ରସ୍ତୁତ କରାଯାଇଥିବା ଅନୁଷ୍ଠାନ ପକ୍ଷରୁ କୁହାଯାଇଛି । ବ୍ରାଉନ୍‌ ରାଇସ୍‌, ପିଆଜ ସଣ୍ଢା, ତୁଳସୀ ପତ୍ର ପ୍ରଭୃତିରେ ପ୍ରସ୍ତୁତ ହୋଇଛି ହର୍ବାଲ୍‌ ପଖାଳ । ଏହା ଖୁବ୍‌ ସ୍ୱାସ୍ଥ୍ୟକର ଏବଂ ସୁସ୍ୱାଦୁ ବୋଲି ହୋଟେଲ୍‌ ମ୍ୟାନେଜମେଣ୍ଟର ଛାତ୍ରଛାତ୍ରୀମାନେ କହିଛନ୍ତି । ପଖାଳ ସହିତ ଅନେକ ପ୍ରକାରର ଖାଦ୍ୟ ମଧ୍ୟ ମେନ୍ୟୁରେ ସାମଲ୍‌ ରହିଛି । ଏହି ତାଲିକାରେ ରହିଛି ଶାଗବଡି ଭଜା, ଆଳୁ ଭରତା, ଗୋଟା କଲରା, ବଡି ଚୁରା, ମିକ୍ସଡ ପରିବା ଭଜା, ଛୁଇଁଆଳୁ ବେସର ଭଜା, ଭେଣ୍ଡି ଆଳୁ ଭଜା, ଆମ୍ୱ ଛେଚା, ପନିର ଭରତା ଓ ଛତୁ ପତ୍ରପୋଡା । ସେହିପରି ଆମିଷ ତାଲିକାରେ ରହିଛି ଚିଙ୍ଗୁଡି ଛେଚା, ମାଛ ପତ୍ରପୋଡା ଓ ଶୁଖୁଆ ବେସର ।

{"id":10224}

ସ୍ପେଶାଲ୍‌ ମେନ୍ୟୁରେ ରହିଛି ମଟନ୍‌ ଟୁକ୍ଟୁକା, କିମା କଲିଜା କଷା, ଆଚାରି କୁକୁଡା, ଚିଙ୍ଗୁଡି ଝରଝରି, ଚୁନାମାଛ ଭଜା ଓ ପଣସ କଷା । ଖାଦ୍ୟ ଶେଷରେ ଡେଜଟ୍‌ର୍ରେ ରହିଛି ଛେନା ଗଜା ଓ କାକରା । ସୁସ୍ୱାଦୁ ପାନ ଓ ନଡିଆ ଆଇସ୍କ୍ରିମ୍‌ ମଧ୍ୟ ମିଳୁଛି ଏହି ପଖାଳ ଫେଷ୍ଟିଭାଲ୍‌ରେ । ଓଡ଼ିଆ ଖାଦ୍ୟ ଏବଂ ଓଡ଼ିଶାର ଗ୍ରାମାଞ୍ଚଳ ସଂସ୍କୃତି ସହିତ ଛାତ୍ରଛାତ୍ରୀଙ୍କୁ ପରିଚିତ କରାଇବାର ଲକ୍ଷ୍ୟ ନେଇ ଏହି ପଖାଳ ଉତ୍ସବ ଆୟୋଜନ କରାଯାଇଛି । ଖାଦ୍ୟ ପ୍ରସ୍ତୁତିରେ ସ୍ୱାସ୍ଥ୍ୟଗତ ଦିଗ ପ୍ରତି ମଧ୍ୟ ଯତ୍ନ ନିଆଯାଉଛି ବୋଲି ଏସ୍‌ଏଚ୍‌ଏମର ଡିନ୍‌ ପ୍ରଫେସର ଶିତିକଣ୍ଠ ମିଶ୍ର କହିଛନ୍ତି । ପଖାଳ ଦିବସ ଉତ୍ସବ ଅବସରରେ ଅନୁଷ୍ଠାନକୁ ସମ୍ପୂର୍ଣ୍ଣ ଗ୍ରାମୀଣ ସଂସ୍କୃତି ଓ ପରମ୍ପରାରେ ସଜ୍ଜିତ କରାଯାଇଥିଲା । ଛାତ୍ରଛାତ୍ରୀମାନେ ମଧ୍ୟ ଓଡ଼ିଶାର ପାରମ୍ପରିକ ବେଶଭୂଷାରେ ସଜ୍ଜିତ ହୋଇ ଅତିଥିମାନଙ୍କୁ ଖାଦ୍ୟ ପରିବେଷଣ କରିଥିଲେ । ଚାରିବର୍ଷ ଧରି ଏସ୍‌ଏଚ୍‌ଏମ୍‌ରେ ଏହି ପଖାଳ ଉତ୍ସବ ଅନୁଷ୍ଠିତ ହୋଇ ଆସୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.