ପିଓକେରେ ଭୟଙ୍କର ବସ୍ ଦୁର୍ଘଟଣା,୨୬ ଯାତ୍ରୀ ମୃତ

ଇସଲମାବାଦ,୨୨।୯: ପିଓକେ(ପାକ୍ ଅଧିକୃତ କଶ୍ମୀର)ର ଗିଲଗିଟ୍-ବାଲ୍ଟିସ୍ଥାନର ପହାଡୀ ଅଞ୍ଚଳରେ  ଘଟିଛି ଏକ ଭୟଙ୍କର ବସ୍ ଦୁର୍ଘଟଣା। ବସର ବ୍ରେକ୍ ଖରାପ ହେବା ଯୋଗୁଁ ୨୬ ଜଣ ଲୋକଙ୍କର ମୃତ୍ୟୁ ଘଟିଛି, ସେଭଳି ଅନ୍ୟ ୧୩ ଜଣ ଆହତ ହୋଇଛନ୍ତି। ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି, ସେମାନଙ୍କ ମଧ୍ୟରେ କିଛି ଲୋକ ଗୁରୁତର ଆହତ ଅଛନ୍ତି।

ପାହାଡ ରାସ୍ତାରେ ବସଟି ଏକ ବୁଲାଣି ସ୍ଥାନରେ ଏହାର ଡ୍ରାଇଭର ନିୟନ୍ତ୍ରଣ ହରାଇ ବସିଥିଲେ, ଯେଉଁ କାରଣରୁ ଏହି ଦୁର୍ଘଟଣା ଗଟିଛି। ଏହି ଦୁର୍ଘଟଣା ଗିଲଗିଟ୍-ବାଲ୍ଟିସ୍ଥାନର(ଜିବି) ପାଖରେ ଥିବା ଖୈବର ପଖତୁନଖ୍ବା ଅଞ୍ଚଳରେ ଥିବା ସୀମାରେ ବାବୁସର ଟେପ୍ ଅଞ୍ଚଳରେ ଘଟିଛି।ବସ୍ ଭିତରେ ୧୬ ଜଣ ସୈନିକଙ୍କ ସହିତ ୪୦ ଜଣ ଯାତ୍ରୀ ଥିଲେ। ଏପର୍ଯ୍ୟନ୍ତ ୨୬ ଜଣଙ୍କର ମୃତ ଦେହ ଉଦ୍ଧାର ହୋଇଥିବା ବେଳେ ଅନ୍ୟମାନଙ୍କର ଚିକିତ୍ସା ଚାଲିଛି।

   ସମ୍ବନ୍ଧିତ ଖବର


କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ କରୋନା ପଜିଟିଭ୍

ବିହାରର ସେହି ଦିନକୁ ମନେପକାଅ, ଯେତେବେଳେ ଡ଼ରୁଥିଲେ ମାଆମାନେ : ସ୍ମୃତି ଇରାନୀ

କରୋନା ସଂକ୍ରମଣର ଆତଙ୍କ ଭିତରେ ଆସିଲା ଭଲ ଖବର —ଅଧ୍ୟୟନରୁ ସ୍ପଷ୍ଟ ହେଲା ଏହି ତଥ୍ୟ

କରୋନା ଭାକ୍‌ସିନ୍‌ କେବେ ଉପଲବ୍ଧ ହେବ ? ସିରମ ଇନଷ୍ଟିଚ୍ୟୁଟ୍‌ର ସିଇଓ କହିଲେ ….

ଜାଣନ୍ତୁ ଆମ ଦେଶର କେଉଁ ରାଜ୍ୟର ମହିଳା ମଦ୍ୟପାନ ଏବଂ କେଉଁ ରାଜ୍ୟରେ ତମାଖୁ ସେବନରେ ଆଗୁଆ

ସାଂସଦଙ୍କୁ ହତ୍ୟା ପାଇଁ ୨ କୋଟିର ସୁପାରି! ଏହି ଗ୍ୟାଙ୍ଗର ନାଁ ଆସିଲା