ଋଣ ବୋଝରେ ବୁଡିଗଲାଣି ପାକିସ୍ତାନ, କ୍ରାସ୍ ହୋଇପାରେ ଅର୍ଥବ୍ୟବସ୍ଥା

ନୂଆଦିଲ୍ଲୀ,୨।୫; ପାକିସ୍ତାନର ସାଧାରଣ ଜନତା ଦରଦାମ ବୃଦ୍ଧିର ବୋଝ ତ​ଳେ ଦିନକୁ ଦିନ ଦବିବାରେ ଲାଗିଛି। ଦରଦାମ ବୃଦ୍ଧି ଏଠାରେ ଗତ ୫ ବର୍ଷର ରେକର୍ଡ ଭାଙ୍ଗିଦେଇଛି। ସେଭଳି ସରକାରଙ୍କ ପାଇଁ ବର୍ଦ୍ଧିତ ଋଣ ଏବେ ଲଗାତାର ଭାବରେ ମୁଣ୍ଡବିନ୍ଧାର କାରଣ ପାଲଟିଛି। ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଟରନ୍ୟାସନାଲ ଫାଇନାନ୍ସ(ଆଇଆଇଏଫ୍)ର ଏକ ରିପୋର୍ଟ ଅନୁସା​‌ରେ ପାକିସ୍ତାନ ଋଣ ବୋଝ ତଳେ ଦବି ସାରିଛି। ଜିଡିପି ତୁଳନାରେ ଋଣ ମାମଲାରେ ସବୁଠାରୁ ଏବେ ଜମାଇକା, ଶ୍ରୀଲଙ୍କା ଓ ପାକିସ୍ତାନର ରହିଛି। ପାକିସ୍ତାନର ଜିଡିପି ତୁଳନାରେ ଋଣ ଗତ ବର୍ଷ ୨୦୧୮ରେ ୩ ମାସ ମଧ୍ୟରେ ଅକ୍ଟୋବର-ନଭେମ୍ବର-ଡିସେମ୍ବର ୨୦୧୮ରେ ବଢିକି ୭୫.୧ ପ୍ରତିଶତ ପହଁଞ୍ଚି ସାରିଛି, ଯାହାକି ୧ ବର୍ଷ ପୂର୍ବେ ୬୭ ପ୍ରତିଶତ ଥିଲା।

ଗଣମାଧ୍ୟମର ରିପୋର୍ଟ ଅନୁସାରେ ପାକିସ୍ତାନର ଚାଲୁ ଖାତାର କ୍ଷତି ଖୁବ୍  ଦ୍ରୁତ ଗତିରେ ବଢିବାରେ ଲାଗିଛି। ତେଣୁ ପାକିସ୍ତାନର ନଜର ଆଇଏମଏଫ୍ ୧୩ତମ ବେଲଆଉଟ୍ ପ୍ୟାକେଜ ଆଡକୁ ଦେଖିବାକୁ ମିଳୁଛି। ସେଭଳି ସରକାରଙ୍କ ପାଖରେ ଆଉ ଏକ ବିକଳ୍ପ ହେଉଛି ଲୋକଙ୍କ ଉପରେ ବୋଝ ବଢା ଯିବ କିମ୍ବା ପରିଶୋଧର ସନ୍ତୁଳନ କରିବାର ସମସ୍ୟା ସହିତ ଲଢେଇ। ଯେଉଁଥିପାଇଁ  ଅର୍ଥବ୍ୟବସ୍ଥା କ୍ରାସ୍ ହୋଇପାରେ।ପାକିସ୍ତାନ ନିଜେ ଏହି ସଙ୍କଟରୁ ବାହାରକୁ ଆସିବା ପାଇଁ ଆଇଏମଏଫ ଠାରୁ ୮ ବିଲିୟନ ଡଲାରର  ପ୍ୟାକେଜ ଚାହୁଁଛି। ଗତ ବୁଧବାର ଆରମ୍ଭ ହୋଇଥିବା ବାର୍ତ୍ତା ପୂର୍ବରୁ ବେଜିଂ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଆଇଏମଏଫ୍ ଖୁବ୍ କ୍ରିଷ୍ଟେନ ଲେଗାର୍ଡଙ୍କ ସହ ବୈଠକ ହୋଇଥିଲା। ଆଇଏମଏଫର ପ୍ରତିନିଧି ମଣ୍ଡଳୀ ସୋମବାର ଏଠାରେ ପହଁଞ୍ଚିଥିଲା। ପ୍ରସ୍ତାବିତ ଋଣ ଉପରେ ଏହି ଆଲୋଚନା ୬ମଇରେ ଶେଷ ହେବାର ଆଶା କରାଯାଉଛି। ତେବେ ଖବର ଅନୁସାରେ ପ୍ରସ୍ତାବିତ ପ୍ୟାକେଜ ୭ରୁ ୮ ବିଲିୟନ ଡଲାରର ହୋଇପାରେ।

ଇନଷ୍ଟିଚ୍ୟୁଟ୍ ଅଫ ଇଣ୍ଟରନ୍ୟାସନାଲ ଫାଇନାନ୍ସ(ଆଇଆଇଏଫ୍)ର ରିପୋର୍ଟ ଅନୁସାରେ ୨୦୧୮ରେ ଏହି ଦେଶରେ ନିଆଯାଇଥିବା ଋଣ ପ୍ରାୟ ୧୭.୪ ଲକ୍ଷ କୋଟି ଟଙ୍କାରୁ ବଢି ୨୨୩ ଲକ୍ଷ କୋଟି ଟଙ୍କା ପହଁଞ୍ଚି ଯାଇଛି, ଯାହାକି ଜିଡିପିର ପାୟ ୧୧୭ ପ୍ରତିଶତ ଥିଲା। ଜିଡିପି ତୁଳନାରେ ଋଣ ମାମଲାରେ ସବୁଠାରୁ ଖରାପ ପରିସ୍ଥିତି ଜାମାଇକା, ଜୋଡାର୍ନ, ବହରିନ, ଶ୍ରୀଲଙ୍କା ଓ ପାକିସ୍ତାନରେ ରହିଛି। ପାକିସ୍ତାନରେ ଜିଡିପି ତୁଳନାରେ ଋଣ କ୍ୟୁ୪ ୨୦୧୮ରେ ବଢି ୭୫.୧ ପ୍ରତିଶତ ପହଁଞ୍ଚି ସାରିଛି ଯାହାକି ଏକ ବର୍ଷ ପୂର୍ବରୁ ୬୭ ପ୍ରତିଶତ ରହିଥିଲା। ଶ୍ରୀଲଙ୍କାରେ ଏହି ସଂଖ୍ୟା ୮୪ ପ୍ରତିଶତ ଓ ଜମାଇକାରେ ୧୦୧.୧ ପ୍ରତିଶତ ରହିଥିଲା।