ପାକିସ୍ତାନ ଲୁଚାଉଛି : କରୋନା ଭାଇରସ୍ ମାମଲାକୁ ନେଇ ପାକ୍‌ ବିରୁଦ୍ଧରେ ଅଭିଯୋଗ

ଇସଲାମାବାଦ ୦୪ / ୦୩ :   ଧରାପଡ଼ିଲା ପାକିସ୍ତାନର ମିଛ। ଯାହାକୁ ନେଇ ଅଭିଯୋଗ ହୋଇଛି । ପାକିସ୍ତାନ ସରକାର କରୋନା ଭାଇରସ ମାମଲାକୁ ଦବାଇବାକୁ ପ୍ରୟାସ କରୁଛି ବୋଲି ଚର୍ଚ୍ଚା ଚାଲିଛି ।

 ଅଭିଯୋଗ ମୁତାବକ,  ପାକିସ୍ତାନରେ ଏହି ସମୟରେ ଚାଲିଥିବା ପାକିସ୍ତାନ ସୁପର ଲିଗ୍‌ (PSL ) କାରଣରୁ  ଏହି ମାମଲାକୁ ଚପାଇବାକୁ ଚେଷ୍ଟା ଚାଲିଛି । ଏଥିପାଇଁ କି ଆୟୋଜନ ଉପରେ କୌଣସି ପ୍ରଭାବ ନପଡୁ ।  କିନ୍ତୁ ସରକାର ଏହି ଅଭିଯୋଗକୁ ମିଛ ବୋଲି କହିଛନ୍ତି । 

ପାକିସ୍ତାନ ମିଡ଼ିଆରେ ପ୍ରକାଶିତ  ରିପୋର୍ଟ ଅନୁସାରେ ,  ପାକିସ୍ତାନର ପ୍ରଧାନମନ୍ତ୍ରୀଙ୍କର ସ୍ୱାସ୍ଥ୍ୟ

ପରାମର୍ଶଦାତା  ଡା. ଜଫର ମିର୍ଜା ବୁଧବାର ଦିନ ଏହି ଅଭିଯୋଗକୁ ଭୁଲ୍‌ କହିଛନ୍ତି । ବିଶେଷକରି PSL କାରଣରୁ  ଆକଳନ ପ୍ରକ୍ରିୟା ଜାରି ରହିଛି । PSL  ଫେବ୍ରୁୟାରୀ ୨୦ରେ  ଆରମ୍ଭ ହୋଇଛି ଏବଂ ୨୨ ମାର୍ଚ୍ଚ ଯାଏ ଚାଲିବ ।

ମିର୍ଜାର ସମ୍ୱାଦଦାତା କହିଛନ୍ତି  ଏହା ଚର୍ଚ୍ଚା ଯେ ପାକିସ୍ତାନରେ କରୋନା ଭାଇରସ ମାମଲାର ସଂଖ୍ୟା ବାସ୍ତବରେ ୨୫୦ରୁ କମ୍‌ ନୁହେଁ ।  ଏହା ୧୦୦ ପ୍ରତିଶତ ମିଛ ।  ସେ କହିଛନ୍ତି ପାକିସ୍ତାନରେ ଏବେ ସୁଦ୍ଧା  ଏହି ଘାତକ ରୋଗରେ  ୫ ଜଣ ଚିହ୍ନଟ ହୋଇଛନ୍ତି । କାହାକୁ ଯେ ସାମାନ୍ୟ କାଶ ହୋଇଯିବା ବା ଫ୍ଲୁ ହୋଇଯିବା ଯେ କରୋନା ଭାଇରସ ,ଏହା ଭାବିବା ଭୁଲ୍‌ ।  

   ସମ୍ବନ୍ଧିତ ଖବର


ଗୋଟେ ବର୍ଷରେ ୨୩ଜଣ ପିଲାଙ୍କର ବାପା ହେଲେ ଯୁବକ ! କହିଲେ, ତାଙ୍କୁ କାହିଁକି ମହିଳାମାନେ ପସନ୍ଦ କରୁଛନ୍ତି

ଭଲ ଖବର- ସିଙ୍ଗାପୁରରେ କୋଭିଡ୍‌ ଆଣ୍ଟିବଡି ସହ ଜନ୍ମ ହେଲା ଶିଶୁ

ଦେଶର ସବୁ ରେଳ ଷ୍ଟେସନରୁ ଉଭାନ ହେବ ପ୍ଲାଷ୍ଟିକ୍‌ କପ୍ – ଏବେ ‘କୁଲହଡ’ରେ ଚା’ ପିଇବେ ଯାତ୍ରୀ

ଯୋଗୀ କହିଲେ ହାଇଦ୍ରାବାଦର ନାମ ହେବ ‘ଭାଗ୍ୟନଗର’, ଓଓ୍ଵେସି କହିଲେ ନାମ…

ବେଦିରେ ବସିବା ଆଗରୁ ବନ୍ଧା ହେଲା ପାଳ ଦଉଡ଼ି – କନ୍ୟାର ମୃତ୍ୟୁରେ ସରିଗଲା ସବୁ ସୁଖ

ମ୍ୟାଚ୍‌ ହାରିବା ସହ ସିରିଜ ହାରିଲା ଟିମ୍‌ ଇଣ୍ଡିଆ, ଦ୍ବିତୀୟ ଦିନିକଆରେ ୫୧ରନରେ ବିଜୟୀ ହେଲା ଅଷ୍ଟ୍ରେଲିଆ