ଆଇଏସଆଇ ଓ ପାକିସ୍ତାନୀ ସେନାର ବିପଦଜନକ ଷଡଯନ୍ତ୍ର, ଆତଙ୍କବାଦୀଙ୍କୁ ଦେଉଛନ୍ତି ଆଣବିକ୍ ଯୁଦ୍ଧର ଟ୍ରେନିଂ

ନୂଆଦିଲ୍ଲୀ,୧୯।୯: ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସଆଇ ଓ ପାକିସ୍ତାନ ସେନା ଏବେ ବିପନଦଜନକ ଷଡଯନ୍ତ୍ର ଆରମ୍ଭ କରିଛନ୍ତି। ଏହା କେବଳ ପାକିସ୍ତାନ ନୁହେଁ ସାରା ବିଶ୍ବ ପାଇଁ ବିପଦ ସାଜିପାରେ। ଏବେ ଆତଙ୍କବାଦୀଙ୍କୁ ପରମାଣୁ ଅସ୍ତ୍ରର ପରିଚାଳନା କରିବାର ପ୍ରଶିକ୍ଷଣ ଦିଆଯାଉଛି। ଗୁଇନ୍ଦା ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ପାକିସ୍ତାନ ଏବେ ଚୀନର ଫଣ୍ଡିଂ ଓ ତା’ର ଟେକ୍ନୋଲୋଜିକୁ ବ୍ୟବହାର କରି ଆତଙ୍କବାଦୀଙ୍କୁ ନ୍ୟୁକ୍ଲିୟର ଓ୍ବାରଫେୟାର ଟ୍ରେନିଂ ଦେଉଛି। ଗୁଇନ୍ଦା ଇନପୁଟ୍ ଅନୁସାରେ ସିପିଇସିରେ ଚୀନ ଯେଉଁ ନ୍ୟୁକ୍ଲିୟର ମାନ୍ୟୁଫାକଚରିଂ ଓ ଡିଫେନ୍ସ ୟୁନିଟ୍ ତିଆରି କରିଛି ସେଥିରେ ପ୍ରାୟ ୮୦ ପ୍ରତିଶତ ତହରିକ୍-ଇ-ତାଲିବାନ ଓ ତାଲିବାନ ବିଚାରଧାରାରେ ପ୍ରଭାବିତ ଲୋକ ଟ୍ରେନିଂ ନେଉଛନ୍ତି।

ଏହି ଟ୍ରେନିଂ ଇନଷ୍ଟିଚ୍ୟୁଟ୍କୁ ପାକିସ୍ତାନ ୯୧୨ ମିଲିୟନ ଡଲାରରେ ତିଆରି କରିଛି। ଏହା ପାକିସ୍ତାନ ଚାଇନା ଟେକ୍ନିକାଲ ଓ ଭୋକେଶନାଲ ଟ୍ରେନିଂ ଇନଷ୍ଟିଚ୍ୟୁଟ୍, ଗ୍ବାଦର ଓ ସାଟେଲାଇଟ୍ ରିସର୍ଚ୍ଚ ସେଣ୍ଟର, ଗ୍ବାଦର ଓ ବେଲୁଚିସ୍ତାନ ବ୍ୟତୀତ ୩ଟି ଅନ୍ୟ ସ୍ଥାନରେ ରହିଛି। ଏହାଛଡା ସିପିଇସିରେ ପାକିସ୍ତାନ ଓ ଚୀନର ଜଏଣ୍ଟ ଭେଞ୍ଚରରୁ ପ୍ରସ୍ତୁତ ଏର୍ଲି ଓ୍ବାର୍ଣ୍ଣିଂ ସିଷ୍ଟମ ତିଆରି କରିବାର ଇନଷ୍ଟିଚ୍ୟୁଟ୍ ମଧ୍ୟ ରହିଛି। ଏଠାରେ ଜେହାଦି ବିଚାରଧାରାର ଲୋକଙ୍କୁ ଟ୍ରେନିଂ ଦିଆଯାଉଛି। ପାକିସ୍ତାନର ଏହି ଡବଲ ଗେମରେ ଏବେ ଚୀନ ଫଶୁଥିବାର ଦେଖିବାକୁ ମିଳୁଛି। କାରଣ ପାକିସ୍ତାନ ଏହି ଇନଷ୍ଟିଚ୍ୟୁଟରେ ଟ୍ରେନିଂ ପାଇଁ ଜେହାଦୀଙ୍କ ବ୍ୟବହାର ଚୀନର ସିୟାଜିୟାଙ୍ଗରେ ଥିବା ଉଇଗର ମୁସଲମାନଙ୍କୁ ସମର୍ଥନ ଦେବା ପାଇଁ କରିବ। କୁହାଯାଉଛି ଯେ, ସିୟାଜିୟାଙ୍ଗରେ ଚୀନର ପ୍ରାୟ ୧୦ ଲକ୍ଷ ମୁସଲମାନଙ୍କୁ ଏକ ପ୍ରକାର ବନ୍ଦୀ ରଖାଯାଇଛି। ତେବେ ଚୀନ ଏହି କଥାରୁ ବାରମ୍ବାର ଖଣ୍ଡ କରିବା ଆସୁଛି।

   ସମ୍ବନ୍ଧିତ ଖବର


ପୋଲାଣ୍ଡର ଏହି ଚୌକ୍ ଅମିତାଭ ବଚ୍ଚନଙ୍କ ପିତାଙ୍କ ନାଁରେ ନାମିତ ହେବ, ଇଷ୍ଟାଗ୍ରାମରେ ସୂଚନା ଦେଲେ ଅଭିନେତା

ପାତାଳର ପ୍ରବେଶ ଦ୍ୱାର ପାତାଲକୋଟ୍‌, ଜାଣନ୍ତୁ କେଉଁଠି ରହିଛି ଏହି ରହସ୍ୟମୟ ସ୍ଥାନ

ମେହବୁବା ମୁଫତିଙ୍କ ମନ୍ତବ୍ୟକୁ ନେଇ ବିଜେପି କର୍ମୀଙ୍କ ହଙ୍ଗାମା, ଜମ୍ମୁରେ ପିଡିପି କାର୍ଯ୍ୟାଳୟରେ ଉଡାଇଲେ ତିରଙ୍ଗା

ଫେରୁଛି କରୋନାର ଦ୍ବିତୀୟ ଲହର: ସ୍ପେନରେ ମଇ ପର୍ଯ୍ୟନ୍ତ ଜରୁରୀକାଳୀନ ପରିସ୍ଥିତି ଲାଗୁ, ଶ୍ରୀଲଙ୍କାରେ ପାସେଞ୍ଜର ଟ୍ରେନ୍ ବନ୍ଦ

ଦିଲ୍ଲୀପ ରାୟଙ୍କୁ ମିଳିଲା ଜାମିନ୍, ସିବିଆଇ କୋର୍ଟ ଦେଇଥିଲେ ୩ ବର୍ଷର ଜେଲ ଦଣ୍ଡାଦେଶ

ଦୋହା ବିମାନ ବନ୍ଦରରେ ହଙ୍ଗାମା: ମହିଳାଙ୍କ କପଡା ଖୋଲି ଯାଞ୍ଚ କଲେ ଅଧିକାରୀ, ଜାଣନ୍ତୁ କ’ଣ ଥିଲା ପୁରା ଘଟଣା