PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ: କଟକରୁ ଧରାପଡ଼ିଥିବା ନକଲି କରୋନା ଔଷଧ ଝାରସୁଗୁଡ଼ାର ଏକ ମେଡିକାଲ ଷ୍ଟୋରରୁ ଠାବ, ଜବତ କଲେ ଝାରସୁଗୁଡ଼ା ଡ୍ରଗ୍ ଇନ୍ସପେକ୍ଟର
  • ||
  • କୋକସରା: ଶୌଚ ପାଇଁ ଯାଇ ଘରକୁ ଫେରିନଥିଲେ, ପୋଖରୀରୁ ଉଦ୍ଧାର ହେଲା ମୃତଦେହ
  • ||
  • କଳାହାଣ୍ଡି : ହିମାଚଳ ପ୍ରଦେଶରୁ କରୋନା ସଂପର୍କିତ ନକଲି ଔଷଧ ଆଣି ବିତରଣ ଅଭିଯୋଗରେ କେସିଙ୍ଗା ସ୍ଥିତ ବିଜୟ ଫାର୍ମାସିଟିକାଲ ଓ ଧର୍ମଗଡ ସ୍ଥିତ ଜୟହୀନ୍ଦ ଟ୍ରେଡର୍ସ ଉପରେ ଚଢ଼ାଉ
  • ||
  • ନବରଙ୍ଗପୁର: ଭାରସାମ୍ୟ ହରାଇ ଓଲଟିଲା ଟ୍ରାକ୍ଟର, ତଳେ ଚାପି ହୋଇଚାଲିଗଲା ଡ୍ରାଇଭରଙ୍କ ଜୀବନ
  • ||
  • ଭୁବନେଶ୍ୱର: ଜୁନ୍ ଶେଷ ସୁଦ୍ଧା ପ୍ରକାଶ ପାଇବ ମାଟ୍ରିକ୍ ରେଜଲ୍ଟ : ଗଣଶିକ୍ଷା ମନ୍ତ୍ରୀ
  • ||
  • ସମ୍ବଲପୁର: ପୁଣି ଚର୍ଚ୍ଚାରେ ସମ୍ବଲପୁର ଜେଲ, କଏଦୀକୁ ଗଞ୍ଜେଇ ବିକି ଧରାପଡିଲେ ଜେଲ୍ ଓ୍ବାର୍ଡର୍, ବଣେଇଗଡ ଜେଲକୁ ହେଲେ ବଦଳି
  • ||
  • ରାଜସୁନାଖଳା: ଜାଗା ବାଡ଼ି ମଧ୍ୟସ୍ଥତାକୁ ନେଇ ରକ୍ତାକ୍ତ ସଂଘର୍ଷ, ଜଣେ ଗୁରୁତର
  • ||
  • କଣ୍ଟାବାଞ୍ଜି : ବର୍ଷା ଦାଉରୁ ଆଶ୍ରୟ ପାଇଁ ଦୋକାନ ପିଣ୍ଡାକୁ ଯାଇ ଷଣ୍ଢକୁ ଲାଗିଲା ବିଜୁଳି ଝଟକା, ଘଟଣାସ୍ଥଳରେ ଟଳିପଡିଲା…
  • ||
  • ନୀଳଗିରି: ଯୁବକର ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ସନ୍ଦେହ, ପୁଲିସ ତଦନ୍ତ ଆରମ୍ଭ
  • ||
  • ପୁରୀ : ମହାପ୍ରଭୁଙ୍କ ସ୍ନାନପୂର୍ଣ୍ଣିମା ପ୍ରସ୍ତୁତି, ଭୋର ୪ଟା ସୁଦ୍ଧା ପହଣ୍ଡ ବିଜେ ନୀତି, ସାମାଜିକ ଦୂରତାକୁ ଗୁରୁତ୍ୱ
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ମଧ୍ୟରେ ୪୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୩୩ଶହ ଟପିଲା
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ଚିହ୍ନଟ ହେଲେ ଆଉ ୪ ହଜାର ୪୬୯ କରୋନା ପଜିଟିଭ, ସଂକ୍ରମିତଙ୍କ ସଂଖ୍ୟା ୮ ଲକ୍ଷ ୫୧ ହଜାର ପାର୍
  • ||
  • ପୁରୀ : ରଥଖଳା ହାଲ୍‌ଚାଲ, ୨୧ ଅଖରେ ଲାଗିଲା ୪୨ ଚକ, ପ୍ରଭା ଅପସରା କାମ ଆରମ୍ଭ
  • ||
  • ଭୁବନେଶ୍ୱର : ବର୍ଷାରେ ଧୋଇଯିବ ରଜ ମଉଜ, ୪୮ ଘଣ୍ଟା ଭିତରେ ଲଘୁଚାପ ଘନୀଭୂତ ହୋଇ ଅବପାତ ରୂପ ନେଇପାରେ, ଉପକୂଳରେ ବର୍ଷା ଜାରି-ଆଭ୍ୟନ୍ତରୀଣରେ ବଢ଼ିବ
  • ||
  • ବାମରା : ପରିବାରର ୬ ଜଣଙ୍କୁ ହାଣି ଆତ୍ମହତ୍ୟା କଲା ସଂକ୍ରମିତ ବାପା, ଝିଅ ମୃତ, ପୁଅ- ୩ ଝିଅ ଓ ମା’ ଆହତ
  • ||
  • କଟକ : ଲକ୍‌ଡାଉନ୍‌ ବେଳେ କଟକରେ ବେଧଡ଼କ ଚାଲିଛି ଦେହ ବ୍ୟବସାୟ, ଦୁଇଟି ସ୍ଥାନରେ ଚଢ଼ଉ ବେଳେ ୫ ଯୁବତୀ ଉଦ୍ଧାର, ର‌୍ୟାକେଟ୍‌ର ମୁଖ୍ୟ ଓ ଜଣେ ଗ୍ରାହକ ଗିରଫ
  • ||
  • ଭୁବନେଶ୍ୱର : ଓଡ଼ିଶାରେ ସୁଧୁରୁଛି ସ୍ଥିତି, ୨୬ ଜିଲ୍ଲାରେ ହୋଇପାରେ ଅନଲକ, ୪ ଜିଲ୍ଲା ପାଇଁ ସ୍ୱତନ୍ତ୍ର ଷ୍ଟ୍ରାଟେଜି
  • ||

ସାରା ବିଶ୍ବରେ ଅପଦସ୍ତ ହେବାପରେ ମଧ୍ୟ ସୁଧୁରିନି ପାକିସ୍ତାନ,ବାଜଓ୍ବା କହିଲେ- ଶେଷ ଗୁଳି ପର୍ଯ୍ୟନ୍ତ ଭାରତ ସହିତ ଲଢିବୁ

ନୂଆଦିଲ୍ଲୀ,୬।୯: କଶ୍ମୀର ପ୍ରସଙ୍ଗରେ ଅନ୍ତଃର୍ଜରତୀୟ ସ୍ତରରେ ଅପଦସ୍ତ ହେବାପରେ ଏବେ ଯୁଦ୍ଧର କରିବାର ଧମକ ଦେବାରେ ଲାଗିଛି ପାକିସ୍ତାନ। ଏବେ ପାକିସ୍ତାନର ସେନାଧ୍ୟକ୍ଷ ଜେନେରାଲ କମର ଜାଭେଦ ଭାରତ ବିରୋଧରେ ଓଗାଳିଛନ୍ତି ବିଷ। ସେ କହିଛନ୍ତି ଶେଷ ଗୁଳି ପର୍ଯ୍ୟନ୍ତ ଭାରତ ସହିତ ଆମେ ଲଢେଇ କରିବୁ। ରାଓ୍ବଲପିଣ୍ଡିରେ ଜେନେରାଲ ମୁଖ୍ୟାଳୟରେ ପ୍ରତିରକ୍ଷା ଓ ଶହୀଦ ଦିବସ କାର୍ଯ୍ୟକ୍ରମରେ ସମ୍ବୋଧିତ କରି ବାଜଓ୍ବା ଭାରତ ବିରୋଧରେ କହିଛନ୍ତି, ସେ କଶ୍ମୀର ପ୍ରସଙ୍ଗରେ ଯେ କୌଣସି ସୀମାକୁ ପହଁଞ୍ଚିପାରି​‌ବେ। ସେ ନିଜ ଦେଶର ଇତିହାସ ବିରୋଧରେ ବୟାନ ଦେଇ କହିଛନ୍ତି,ପାକିସ୍ତାନ ବିଶ୍ବକୁ ଶାନ୍ତି ଓ ସୁରକ୍ଷାର ବାର୍ତ୍ତା ଦେଉଛି।

୧୯୭୧ ଯୁଦ୍ଧରେ ୯୩ ହଜାର ପାକ୍ ସୈନିକ ଭାରତ ନିକଟରେ ଆତ୍ମସମର୍ପଣ କରିବା କଥା ଭୁଲି ବାଜଓ୍ବା କହିଛନ୍ତି ତାଙ୍କର ସୈନିକ ଶେଷ ଗୁଳି ପର୍ଯ୍ୟନ୍ତ କଶ୍ମୀର ପାଇଁ ଲଢିବେ। ସାରା ବିଶ୍ବରେ ଆତଙ୍କାବାଦୀଙ୍କ ଫ୍ୟାକ୍ଟ୍ରି ଭାବରେ ପରିଚିତ ଥିବା ପାକିସ୍ତାନ ନିଜକୁ ଆତଙ୍କବାଦ ପୀଡିତ ବୋଲି କହୁଛି। ବାଜଓ୍ବା କହିଛନ୍ତି, ଆତଙ୍କବାଦ ବିରୋଧ ଯୁଦ୍ଧରେ ପାକିସ୍ତାନ ନିଜର ଦାୟିତ୍ବ ପୂରଣ କରିଛି। ଏବେ ବିଶ୍ବ ସମୁଦାୟ ଆତଙ୍କବାଦ ବିରୋଧରେ ନିଜର ଦାୟିତ୍ବ ବହନ କରୁ। ଆମର ଶେଷ ଲକ୍ଷ୍ୟ ଶାନିପୂର୍ଣ୍ଣ ଓ ମଜବୁତ ପାକିସ୍ତାନ ନିର୍ମାଣ କରିବା।

କେବଳ ସେତିକି ନୁହେଁ ପାକିସ୍ତାନ ସେନା ମୁଖ୍ୟ ଆହୁରି କହିଛନ୍ତି, ଆତଙ୍କବାଦ ବିରୋଧରେ ଆମସର ସେନା ପ୍ରାଚୀର ଭଳି ଠିଆ ରହିଛି। ଆମେ ଶତ୍ରୁପକ୍ଷର ଯେ କୌଣସି ଯୋଜନାକୁ ବିଫଳ କରିପାରିବୁ। ଆମର ସୈନିକ ସୁନ୍ଦର ଭବିଷ୍ୟତ ପାଇଁ ଆଜି କୌଣସି ପ୍ରକାର ବଳିଦାନ ଦେବାକୁ ପ୍ରସ୍ତୁତ।

ସମ୍ବନ୍ଧିତ ଖବର