ଏଲଓସିରେ ବଢିଲା ପାକିସ୍ତାନ ସେନାର ଗତିବିଧି,ବ୍ରିଗେଡଙ୍କ ସହ ୨୦୦୦ ସୈନିକ ହେଲେ ମୁତୟନ

ନୂଆଦିଲ୍ଲୀ,୫।୯: କଶ୍ମୀର ଉପରେ ବିବାଦ ଭିତରେ ପାକିସ୍ତାନ ଲାଇନ  ଅଫ୍ କନଟ୍ରୋଲ(ଏଲଓସି) ପୁଣିଥରେ ବ୍ରିଗେଡଙ୍କୁ ମୁତୟନ କରାଯାଇଛି। ପାକିସ୍ତାନ ଅଧିକୃତ କଶ୍ମୀର(ପିଓକେ) ପୁ୍ଞ୍ଛ ଅଞ୍ଚଳ ପାଖ ବାଗ୍ ଓ କୋଟଲି ସେକ୍ଟରରେ ଆଉ ଜଣେ ବ୍ରିଗେଡଙ୍କୁ ମୁତୟନ କରାଯାଇଛି। ଏହି ବ୍ରିଗେଡଙ୍କ ପାଖରେ ୨୦୦୦ରୁ ଅଧିକ ସୈନିକ ରହିଛନ୍ତି। କୁହାଯାଇଛି ଯେ, ଏହି ବ୍ରିଗେଡର ବ୍ୟବହାର ପାକିସ୍ତାନ ଜୈଶ-ଇ-ମହମ୍ମଦ ଓ ଲସ୍କର-ଇ-ତୋଏବାର ଆତଙ୍କବାଦୀଙ୍କୁ ଭାରତୀୟ ଅୟ୍ଚଳରେ ଅନୁପ୍ରବେଶ କରାଯାଇପାରେ। ପିଓକେରେ ଚାଲିଥିବା ଏଭଳି ଗତିବିଧୀକୁ ଦେଖି ଭାରତୀୟ ସୁରକ୍ଷା ଏଜେନ୍ସି ଆର୍ଲଟ ରହିଛି।

ଏହା ପୂର୍ବରୁ ପାକିସ୍ତାନ ସରକ୍ରିକ୍ ଅଞ୍ଚଳ ଓ ଏଲଓସି ନିକଟ ସ୍ପେଶାଲ ଫୋର୍ସର ୧୦୦ ଯବାନଙ୍କୁ ମୁତୟନ କରାଯାଇଥିଲା। ପାକିସ୍ତାନର ଏହି ପଦକ୍ଷେପ କାରଣରୁ ପୁଣିଥରେ ତା’ର କଳାକାରନାମାର ପର୍ଦ୍ଦାଫାଶ ହୋଇଛି। ଭାରତ ବିରୋଧରେ ଅନୁପ୍ରବେଶ ଓ ନିୟନ୍ତ୍ରଣ ରେଖା ଭାଙ୍ଗିବାପାଇଁ ଏହି ସୈନିକଙ୍କର ବ୍ୟବହାର କରିପାରେ।ଭାରତୀୟ ସେନା ପାକିସ୍ତାନ ପକ୍ଷରୁ ଏଲଓସି ପାଖରେ କରିଥିବା ଏହି ମୁତୟନକୁ ନେଇ ନିଜର ନଜର ରଖିଛନ୍ତି। ପାକିସ୍ତାନର ଏହି ସୈନିକଙ୍କ ଦ୍ବାରା ଭାରତୀୟ ସୀମା ଭିତରେ ଲସ୍କର ଆତଙ୍କବାଦୀଙ୍କୁ ଅନୁପ୍ରବେଶ କରିବାକୁ ଚେଷ୍ଟା କରୁଛନ୍ତି। ବର୍ତ୍ତମାନର ପରିସ୍ଥିତିରେ ପାକିସ୍ତାନୀ ସୈନିକଙ୍କ ମୁତୟନକୁ ନେଇ ଭାରତୀୟ ପୋଷ୍ଟଠାରୁ ୩୦ କିଲୋମିଟରର ଦୂରତ୍ବ ଧାର୍ଯ୍ୟ କରାଯାଇଛି। କିନ୍ତୁ ଭାରତୀୟ ସେନା ପାକିସ୍ତାନର ଏହି ପଦକ୍ଷେପ ଉପରେ ନିଜର ନଜର ରଖିଛି।

ନିକଟରେ  ଲସ୍କର ଓ ଜୈଶର ଆତଙ୍କବାଦୀ ଫରଓ୍ବାର୍ଡ ପୋଷ୍ଟ ଆଡକୁ ଆସି ଭାରତୀୟ ସୀମା ଭିତରକୁ ଅନୁପ୍ରବେଶ କରିବାର ଚେଷ୍ଟାରେ ରହିଛନ୍ତି। କିନ୍ତୁ ସୀମାପାର ମୁତୟନ ଥିବା ପାକିସ୍ତାନୀ ସୈନିକଙ୍କ ଯୋଜନାକୁ ବିଳଫ କରିବା ପାଇଁ ଭାରତୀୟ ସେନା ସତର୍କ ରହିଛି। ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରାଯିବା ପରେ ପାକିସ୍ତାନ ପକ୍ଷରୁ ଲଗାତାର ଭାବରେ ପରାମାଣୁ ଆକ୍ରମଣ ଏବଂ ଯୁଦ୍ଧ ଧମକ ଦିଆଯାଉଛି। ଏହା ଭିତରେ ପାକିସ୍ତାନର ଏହି ସେନା ଭାରତ ପାଇଁ କୌଣସି ପ୍ରକାର ଅସୁବିଧା ସୃଷ୍ଟି କରିପାରନ୍ତି ବୋଲି ଅନୁମାନ କରାଯାଉଛି।

   ସମ୍ବନ୍ଧିତ ଖବର


ED ସ୍କାନରରେ ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ପୁଅ

ଇମ୍ରାନ୍‌ଙ୍କୁ ଝଟକା : ପୂର୍ବଭଳି ଗ୍ରେ ଲିଷ୍ଟରେ ପାକିସ୍ତାନ, FATF କହିଲା…

୬ ବର୍ଷ ବୟସରେ ଇନ୍ସପେକ୍ଟର ! ସମ୍ଭାଳିଲେ ଏହି ଦାୟିତ୍ୱ

ଭାରତକୁ କ’ଣ ପାଇଁ ଆସିଥିଲା ଗିରଫ ହୋଇଥିବା ଚୀନ୍‌ ସୈନିକ? ତା ପାଖରୁ ସେନାକୁ ମିଳିଥିଲା ସ୍ଲିପିଙ୍ଗ୍‌ ବ୍ୟାଗ୍‌ ଓ ଷ୍ଟୋରେଜ ଡିଭାଇସ୍

୯ ମାସ ହେଲା ଗାଏବ କିମ୍‌ ଜୋଙ୍ଗ ଉନ୍‌ଙ୍କ ପତ୍ନୀ : ଏମିତି ଚାଲିଛି ଗୁଜବ !

ଆଗାମୀ ୨୦ ବର୍ଷ ଯାଏ ରହିବ କରୋନା, ଏଭଳି ଯୁକ୍ତି ରଖିଲା ସିରମ୍‌ ଇନଷ୍ଟିଚ୍ୟୁଟ୍‌