ଭାରତୀୟ ସେନା ଗୁଳିରେ ୨ ପାକିସ୍ତାନ ସୈନିକ ନିହତ: ଧଳା ପତାକା ଦେଖାଇ ଶବ ନେଲା ପାକ୍‌ ସେନା

ନୂଆଦିଲ୍ଲୀ ୧୫/୯: କିଛି ଦିନ ତଳେ ଜମ୍ମୁ-କାଶ୍ମୀର ସଂଲଗ୍ନ ସୀମାରେ ଭାରତୀୟ ସେନାର ଜବାବୀ କାର୍ଯ୍ୟାନୁଷ୍ଠାନରେ ପାକ୍‌ ସେନାର ଦୁଇ ଜଣ ସୈନିକ ନିହତ ହୋଇଥିଲେ । ଏଲଓସିର ହାଜିପୁର ସେକ୍ଟରରେ ଏହି ଘଟଣା ଘଟିଥିଲା । ଏହାପରେ ପାକିସ୍ତାନର କିଛି ସୈନିକ ଧଳା ପତାକା ଦେଖାଇ ଭାରତୀୟ ସେନାକୁ ଆଉ ଗୁଳିଗୋଳା ବର୍ଷଣ ନକରିବାକୁ ନିବେଦନ କରିଥିଲେ । ଭାରତୀୟ ସେନା ଗୁଳିଗୋଳା ମାଡ଼ ବନ୍ଦ କରିବା ପରେ ସେମାନେ ଦୁଇ ସୈନିକଙ୍କ ମୃତଦେହ ସେଠାରୁ ନେଇ ଦୂରକୁ ଚାଲିଯାଇଥିଲେ । ଏହି ଘଟଣାର ଏକ ଭିଡିଓ ଏବେ ସାର୍ବଜନୀନ ହୋଇଛି ।

ରିପୋର୍ଟ ଅନୁଯାୟୀ, ଚଳିତ ମାସ ୧୦ କିମ୍ବା ୧୧ ତାରିଖରେ ଭାରତୀୟ ସେନା ଆକ୍ରମଣରେ ହାଜିପୁର ସେକ୍ଟରେ ପାକ୍‌ ସେନାର ସିପାହୀ ଗୁଲାମ ରସୁଲ ନିହତ ହୋଇଥିଲେ। ସେ ପାକିସ୍ତାନର ପଞ୍ଜାବ ପ୍ରଦେଶ ଅନ୍ତର୍ଗତ ବାହାବଲପୁର ଅଞ୍ଚଳର ବାସିନ୍ଦା ଥିଲେ। ତାଙ୍କର ମୃତ୍ୟୁ ପରେ ପାକ୍‌ ସେନାର ଜଣେ ସୈନିକ ତାଙ୍କର ମୃତଦେହକୁ ଟାଣି କରି ନେଇଯିବାକୁ ଉଦ୍ୟମ କରିଥିଲା । ମାତ୍ର ଭାରତୀୟ ସେନାର ଗୁଳି ମାଡ଼ରେ ସେ ବି ପ୍ରାଣ ହରାଇଥିଲା। ପାକ୍‌ ସେନା ତା’ ପର ଦୁଇ ଦିନ ଯାଏଁ ନିହତ ଦୁଇ ସୈନିକଙ୍କ ମୃତଦେହକୁ ନେଇପାରିନଥିଲା। ଭାରତର ଆକ୍ରମଣ ଭୟରେ ପାକ୍‌ ସୈନିକମାନେ ମୃତ ସୈନିକଙ୍କ ନିକଟକୁ ଆସିବାକୁ ସାହସ କରୁନଥିଲେ ।

୧୩ ତାରିଖ (ଶୁକ୍ରବାର ଦିନ)ରେ ପାକ୍‌ ସୈନିକମାନେ ସେଠାକୁ ଆସିବା ପାଇଁ ପ୍ରଥମେ ଧଳା ପତାକା ଦେଖାଇଥିଲେ। ଏହା ମାଧ୍ୟମରେ ସେମାନେ ଭାରତୀୟ ସେନାକୁ ପ୍ରତିଆକ୍ରମଣ ନକରିବାକୁ ନିବେଦନ କରିଥିଲେ । ଏହାପରେ ଭାରତୀୟ ସେନା ଗୁଳିଗୋଳା ମାଡ଼ ବନ୍ଦ କରିଥିଲା। ପରିସ୍ଥିତି ଶାନ୍ତ ପଡ଼ିବା ପରେ ପାକ୍‌ ସୈନିକ ଦୁଇ ନିହତ ସୈନିକଙ୍କ ମୃତଦେହକୁ ଟାଣି କରି ନେଇଯାଇଥିଲେ। ଏହି ଘଟଣା ପାକ୍‌ ସେନାର ମୁହଁଫୁଟାଣିକୁ ପଦାରେ ପକାଇଛି। ପାକ୍‌ ସେନା ସବୁବେଳେ ବାହାସ୍ଫୋଟ ମାରୁଛି ଯେ ସେମାନେ କାଶ୍ମୀର ପାଇଁ ଯେକୌଣସି ସ୍ତରକୁ ଯାଇପାରିବ ଏବଂ କିଛି ବି କରିପାରିବ। କିନ୍ତୁ ଅନ୍ୟପଟରେ ଭାରତୀୟ ସେନାର ପ୍ରତିଆକ୍ରମଣକୁ ବରଦାସ୍ତ କରିନପାରି ଧଳା ପତାକା ଦେଖାଉଛି ।

   ସମ୍ବନ୍ଧିତ ଖବର


ଜମ୍ମୁ-କଶ୍ମୀର: କୁଲଗ୍ରାମରେ ଆତଙ୍କୀ ଆକ୍ରମଣ, ଚାଲିଗଲା ୩ ବିଜେପି ନେତାଙ୍କ ଜୀବନ

କଲରାପତରିଆର ଡିଆଁ ଦେଖି ଲୋକେ କହିଲେ ଅଲମ୍ପିକ୍ ଯିବା ଉଚିତ୍, ଭିଡିଓ ଭାଇରାଲ

ସୂର୍ଯ୍ୟକୁମାର ଯାଦବ ଇଣ୍ଟରନ୍ୟାସନାଲ ମ୍ୟାଚ ଖେଳିବାକୁ ଚାହୁଁଛନ୍ତି ଯଦି ଆମ ଦେଶରୁ ଖେଳନ୍ତୁ, ପୂର୍ବତନ ଖେଳାଳି ଟ୍ବିଟ କରି ଦେଲେ ଅଫର

କରୋନା ଟିକା ଲଞ୍ଚ କରିବା ପାଇଁ ପ୍ରସ୍ତୁତ ହେଉଛି ମୋଡେର୍ଣ୍ଣା

ପିଏମ୍‌ ମୋଦୀଙ୍କ ‘ଜଙ୍ଗଲରାଜ କି ଯୁବରାଜ’ ଆକ୍ଷେପର ଜବାବ ରଖିଲେ ତେଜସ୍ବୀ, କହିଲେ ‘ସେ ଦେଶର ପ୍ରଧାନମନ୍ତ୍ରୀ, ଯାହା ବି କହି ପାରିବେ’

୯ ବର୍ଷ ତଳେ ଭବିଷ୍ୟବାଣୀ କରିଥିଲେ ରୋହିତ ଶର୍ମା, ଏବେ କରି ଦେଖାଇ ଦେଲେ ସୂର୍ଯ୍ୟ କୁମାର