ଯୁଦ୍ଧ ପ୍ରସ୍ତୁତି କରୁଛି ପାକିସ୍ତାନ! ଜମ୍ମୁ-ସିଆଲକୋଟ ସୀମାରେ ଅତିରିକ୍ତ ସୈନିକ ମୁତୟନ

ନୂଆଦିଲ୍ଲୀ ୧୦/୯ : ଭାରତ ବିରୋଧରେ ଯୁଦ୍ଧ ପାଇଁ ପ୍ରସ୍ତୁତି କରୁଛି ପାକିସ୍ତାନୀ ସେନା । ସେଥିପାଇଁ ସିଏ ସୀମାରେ ବ୍ୟାପକ ପ୍ରସ୍ତୁତି ଚଳାଇଛି । ଭାରତୀୟ ଗୁଇନ୍ଦା ସଂସ୍ଥା ଇଣ୍ଟେଲିଜେନ୍ସ ବ୍ୟୁରୋ( ଆଇବି) ନିଜ ରିପୋର୍ଟରେ ଏଭଳି ସୂଚନା ଦେଇଛି ଏବଂ ଏନେଇ କେନ୍ଦ୍ର ସରକାର ଓ ଭାରତୀୟ ସେନାକୁ ତୁରନ୍ତ ଅବଗତ କରାଯାଇଛି ।

ଆଇବି ରିପୋର୍ଟ ଅନୁସାରେ, ଜମ୍ମୁ-କାଶ୍ମୀରରୁ ଭାରତ ଦ୍ୱାରା ଧାରା ୩୭୦ ହଟାଯିବାକୁ ପାକିସ୍ତାନ ହଜମ କରିପାରୁନାହିଁ । ଭାରତର ଏଭଳି ପଦକ୍ଷେପ ଯୋଗୁ କାଶ୍ମୀର ହାତଛଡା ହୋଇଯିବ ବୋଲି ପାକ୍‌ ମନେ କରୁଛି । ତା’ ସାଙ୍ଗକୁ କୌଣସି ଦେଶ ପାକିସ୍ତାନକୁ ସମର୍ଥନ କରୁନଥିବାରୁ ସିଏ ଏକରକମ ଅସହାୟ ହୋଇପଡିଛି । କାଶ୍ମୀରକୁ ନେଇ ବର୍ଷ ବର୍ଷ ଧରି ରାଜନୀତି କରୁଥିବାରୁ ପାକ୍‌ ସେନା ଏବଂ ସରକାରଙ୍କ ଉପରେ ଏହି ପ୍ରସଙ୍ଗରେ ଭାରତ ବିରୋଧରେ କିଛି ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଚାପ ପଡୁଛି । ଏହି କାରଣରୁ ପାକ୍‌ ସେନା ଏବେ ଭାରତ ବିରୋଧରେ ଯୁଦ୍ଧ ପାଇଁ ପ୍ରସ୍ତୁତି ହେଉଛି । ସିଏ ରାଜସ୍ଥାନ ସୀମା ଏବଂ ଜମ୍ମୁ-ସିଆଲକୋଟ ସୀମାରେ କିଛି ବଡ଼ଧରଣର ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରେ ଏବଂ ଭାରତ ଉପରେ ଅତର୍କିତ ଆକ୍ରମଣ କରିପାରେ । ପାକ୍‌ ସେନା ଏଥିପାଇଁ ରାଜସ୍ଥାନ ସଂଲଗ୍ନ ସୀମାରେ ଅତିରିକ୍ତ ସେନା ବାଟାଲିୟନ ଏବଂ ଯୁଦ୍ଧ ସରଞ୍ଜାମ ମୁତୟନ କରିଛି ।

ସେହିପରି ପିଓକେରେ ମଧ୍ୟ ପାକ୍‌ ସେନା ତିନୋଟି ବ୍ରିଗେଡ ମୁତୟନ କରିଛି । ଏହି ଦୁଇ ଅଞ୍ଚଳରେ ପାକ୍‌ ସେନାର ଗତିବିଧି ଅତି ସନ୍ଦେହଜନକ । ଏଥିରୁ ସିଏ ଭାରତ ଉପରେ ଆକ୍ରମଣ ପାଇଁ ପ୍ରସ୍ତୁତି କରୁଥିବାର ସ୍ପଷ୍ଟ ହେଉଛି । ପାକ୍‌ ସେନାର ଏଭଳି ଯୋଜନା ବିରୋଧରେ ଭାରତୀୟ ସୀମା ସୁରକ୍ଷା ବଳ, ଭାରତୀୟ ସେନା ଏବଂ କେନ୍ଦ୍ର ସରକାରଙ୍କୁ ତୁରନ୍ତ ଅବଗତ କରାଯାଇଛି ଏବଂ ଏହାର ମୁକାବିଲା ପାଇଁ ଆବଶ୍ୟକ ରଣନୀତି ପ୍ରସ୍ତୁତ କରିବାକୁ ପରାମର୍ଶ ଦିଆଯାଇଛି ।

   ସମ୍ବନ୍ଧିତ ଖବର


କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ କରୋନା ପଜିଟିଭ୍

ବିହାରର ସେହି ଦିନକୁ ମନେପକାଅ, ଯେତେବେଳେ ଡ଼ରୁଥିଲେ ମାଆମାନେ : ସ୍ମୃତି ଇରାନୀ

କରୋନା ସଂକ୍ରମଣର ଆତଙ୍କ ଭିତରେ ଆସିଲା ଭଲ ଖବର —ଅଧ୍ୟୟନରୁ ସ୍ପଷ୍ଟ ହେଲା ଏହି ତଥ୍ୟ

କରୋନା ଭାକ୍‌ସିନ୍‌ କେବେ ଉପଲବ୍ଧ ହେବ ? ସିରମ ଇନଷ୍ଟିଚ୍ୟୁଟ୍‌ର ସିଇଓ କହିଲେ ….

ଜାଣନ୍ତୁ ଆମ ଦେଶର କେଉଁ ରାଜ୍ୟର ମହିଳା ମଦ୍ୟପାନ ଏବଂ କେଉଁ ରାଜ୍ୟରେ ତମାଖୁ ସେବନରେ ଆଗୁଆ

ସାଂସଦଙ୍କୁ ହତ୍ୟା ପାଇଁ ୨ କୋଟିର ସୁପାରି! ଏହି ଗ୍ୟାଙ୍ଗର ନାଁ ଆସିଲା