‘Howdy Modi’ କାର୍ଯ୍ଯକ୍ରମର ବିରୋଧ ପାଇଁ ଚାନ୍ଦା ମାଗୁଛି ପାକିସ୍ତାନ, କରିଛି ଏମିତି ଯୋଜନା

କରାଚି ୨୦/୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ୨୨ ସେପ୍ଟେମ୍ବରରେ ଆମେରିକାର ହ୍ୟୁଷ୍ଟନରେ ମେଗା ଇଭେଣ୍ଟ ହେବାକୁ ଯାଉଛି । ‘Howdy Modi’ ନାମକ ଏହି ଇଭେଣ୍ଟରେ ପିଏମ୍ ମୋଦି ଭାରତୀୟ ସମୁଦାୟର ୫୦ ହଜାର  ଆମେରିକୀୟଙ୍କୁ ସମ୍ବୋଧନ କରିବେ । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ଏହି ଇଭେଣ୍ଟରେ ଉପସ୍ଥିତ ରହିବେ । ପାକିସ୍ତାନ ହାଓଡି ମୋଦି ଇଭେଣ୍ଟକୁ ବିରୋଧ କରୁଛି । ଏହି ଇଭେଣ୍ଟର ବିରୋଧ କରିବା ପାଇଁ କାଙ୍ଗାଳ ପାକିସ୍ତାନ ସୋସିଆଲ ମିଡିଆରେ ନକଲି ଆକାଉଣ୍ଟ କରି ଚାନ୍ଦା ମାଗୁଛି ।

ସୂଚନା ଅନୁସାରେ ପାକିସ୍ତାନ ପିଏମ୍ ମୋଦିଙ୍କ ନାଁରେ ପଇସା କମାଇବା ପାଇଁ ଯୋଜନା କରିଛି । ଏଥିପାଇଁ ଜଣେ ପାକିସ୍ତାନୀ ନାଗରିକ  ପର୍ଜି ଆକାଉଣ୍ଟ ବନାଇଛନ୍ତି । ଏହି ଆକାଉଣ୍ଟ ମାଧ୍ୟମରେ ଆମେରିକାରେ ରହୁଥfବା ପାକିସ୍ତାନୀଙ୍କ ବିରୋଧ ପ୍ରଦର୍ଶନ ପାଇଁ ନୁହେଁ, ବରଂ ଏଥିରେ ଡୋନେଶନ ମଗାଯାଉଛି ।

ନକଲି ଆକାଉଣ୍ଟ  ‘IHF’ ନାଁରେ ଚଲାଉଛି ଭାରତ ବିରୋଧୀ ଅଭିଯାନ
ନକଲି ଆକାଉଣ୍ଟ  ‘IHF’ ନାଁରେ ପ୍ରସ୍ତୁତ ହୋଇଛି ।  ‘IHF’  ଅର୍ଥାତ୍ ଇଣ୍ଟରନ୍ୟାସନାଲ୍ ହୟୁମନିଟୋରିୟନ୍ ଫାଉଣ୍ଡେସନ୍ ନାମରେ ବନାଯାଇଛି  । କେବଳ ଏତିକି ନୁହେଁ, ହାଓଡି ମୋଦି ଇଭେଣ୍ଟକୁ ବିରୋଧ କରିବା ପାଇଁ ପାକିସ୍ତାନ ବଡ ପ୍ରସ୍ତୁତି କରିଛି । ବିରୋଧ ପ୍ରଦର୍ଶନ ପାଇଁ ଭିଡ ଏକାଠି କରିବା ପାଇଁ ଅନେକ ବସ୍ ମଧ୍ୟ ବ୍ୟବହାର କରାଯାଇଛି ।

ପ୍ଲାନ୍ ଅନୁସାରେ ୨୨ ସେପ୍ଟମ୍ବରରେ ଯେତେବେଳେ ପିଏମ୍ ମୋଦି ଟ୍ରମ୍ପଙ୍କ ସହିତ ହ୍ୟୁଷ୍ଟନରେ ମଞ୍ଚ ସେୟାର କରିବା ସମୟରେ ବାହାରେ ପାକିସ୍ତାନୀ ବିରୋଧ କରୁଥିବେ । ସେତିକି ନୁହେଁ, ୨୭ ସେପ୍ଟେମ୍ବରରେ ଯେତେବେଳେ ପିଏମ୍ ମୋଦି ୟୁଏନଜିଏକୁ ସମ୍ବୋଧନ କରିବେ, ସେହି ଦିନ ପାକିସ୍ତାନୀ ନୁୟର୍କରେ ପ୍ରଦର୍ଶନ କରିବା ପାଇଁ ପ୍ରସ୍ତୁତ ହେଉଛି । ଏହି କାମ ପାଇଁ ଇମ୍ରାନ୍ ଖାନ୍ ନିଜ ପରାମର୍ଶଦାତା ଜୁଲଫି ବୁଖାରୀଙ୍କ ଦାୟିତ୍ୱ ପ୍ରଦାନ କରିଛନ୍ତି । ସେ ଲଗାତର ଆମେରିକାରେ ରହୁଥିବା ଖାଲିସ୍ଥାନ ସମର୍ଥକ ଓ ପାକିସ୍ତାନୀ ଗ୍ଲୋବାଲ୍ ଫାଉଣ୍ଡସେନର ଚିଫ୍ ସହ ମିଶି ରଣନୀତି ପ୍ରସ୍ତୁତ କରୁଛନ୍ତି । କହିରଖୁଛୁ ପିଏମ୍ ମୋଦିଙ୍କ ସହ ଏହି କାର୍ଯ୍ୟକ୍ରମରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ  ମଧ୍ୟ ରହିବେ  ।

   ସମ୍ବନ୍ଧିତ ଖବର


ଭାରତୀୟ ନୌସେନାକୁ ମିଳିବ ଆଉ ଏକ ସ୍କର୍ପିନ ବୁଡ଼ାଜାହାଜ, ଚଳିତ ବର୍ଷ ଡିସେମ୍ବର କିମ୍ବା ୨୦୨୧ ପ୍ରାରମ୍ଭରେ ମିଳିବ

ମାତ୍ର ୭୮୯ ଟଙ୍କାରେ କିଣନ୍ତୁ ନିଜ ମନ ପସନ୍ଦର କାର୍, ଜାଣନ୍ତୁ ଅଫର୍ ସମ୍ପର୍କରେ…

ଅନ୍‌ଲାଇନ୍‌ରେ ଆସିଥିବା ମୋବାଇଲ୍‌ ଫୋନ୍‌କୁ ବିକିଦେଲା ଡେଲିଭରୀ ବୟ, ଗ୍ରାହକଙ୍କୁ କହିଲା କ୍ୟାନସଲ୍‌ ହୋଇଛି ଅର୍ଡର

ଜାଲି ଚେକ୍‌ ଦେଇ ଦମ୍ପତିଙ୍କ ସ୍ମାର୍ଟ ଚୋରି: ସ୍ତ୍ରୀ ଗିରଫ, ସ୍ବାମୀ ଫେରାର

ବର୍ଷେ କାଳ ଫ୍ରିଜରେ ରଖିଥିଲେ ନୁଡୁଲ୍‌ସ, ଖାଇବା ପରେ ଗୋଟିଏ ପରିବାରର ୯ ଜଣଙ୍କର ମୃତ୍ୟୁ- ଚୀନ୍‌ର ଘଟଣା

ଛାତ୍ରଛାତ୍ରୀଙ୍କୁ ଅନଲାଇନ୍ ପାଠ ପଢାଉଛନ୍ତି କଏଦୀ, ବାର୍ଷିକ ଦରମା ୮ ଲକ୍ଷ