ହାଇଡ୍ରକ୍ସିକ୍ଲୋରୋକୁଇନ ପାଇଁ ଭାରତକୁ ନିବେଦନ କଲା ପାକ୍‌

ନୂଆଦିଲ୍ଲୀ ୧୭/୪: ପାକିସ୍ତାନ ସରକାର ଦେଶରେ କରୋନା ପରିସ୍ଥିତିର ମୁକାବିଲା ସକାଶେ ଭାରତକୁ ହାଇଡ୍ରକ୍ସିକ୍ଲୋରୋକୁଇନ ଔଷଧ ଯୋଗାଇବାକୁ ନିବେଦନ କରିଛନ୍ତି । ପାକ୍‌ ସରକାର ପୂର୍ବରୁ ନିଜ ଦେଶରୁ ବିଦେଶକୁ ଏହି ଔଷଧର ରପ୍ତାନି ଉପରେ ବି ରୋକ ଲଗାଇସାରିଛନ୍ତି । ତେବେ ଭାରତ ଏହି ନିବେଦନକୁ ଗ୍ରହଣ କରିବ କି ନାହିଁ, ତାହା ସ୍ପଷ୍ଟ ହୋଇପାରିନାହିଁ ।

ପାକ୍‌ ସେନା ଭାରତରେ କ୍ରମାଗତଃ ଭାବେ ଆତଙ୍କବାଦୀ କାର୍ଯ୍ୟକଳାପ ଜାରି ରଖିଥିବାରୁ ଏବଂ ଏଲଓସିରେ ଅସ୍ତ୍ରବିରତିର ଉଲ୍ଲଂଘନ କରୁଥିବାରୁ ତା’କୁ ଭାରତ ସରକାର କୌଣସି ପ୍ରକାର ସହାୟତା କରିବା ଉଚିତ୍‌ ନୁହେଁ ବୋଲି ସୋସିଆଲ ମିଡିଆରେ ମତ ପ୍ରକାଶ ପାଉଛି । ପାକିସ୍ତାନ ପୂର୍ବରୁ ବିଶ୍ୱର ୪୦ଟି ଦେଶ ଭାରତ ଠାରୁ କ୍ଲୋରୋକୁଇନ ଔଷଧ ନେବା ପାଇଁ ନିବେଦନ କରିଥିଲେ । ଆମେରିକା, ବ୍ରିଟେନ, ଜର୍ମାନୀ, ଇଟାଲୀ, ଫ୍ରାନ୍ସ, ସ୍ପେନ, ଶ୍ରୀଲଙ୍କା, ମରିସସ, ବାଂଲାଦେଶ, ଆଫଗାନିସ୍ତାନ, ଇସ୍ରାଏଲ ଏବଂ ବ୍ରାଜିଲ ଆଦି ଦେଶ ସେମାନଙ୍କ ଭିତରେ ଅନ୍ତର୍ଭୁକ୍ତ ।

ସୂଚନାଯୋଗ୍ୟ ଯେ, ସମଗ୍ର ବିଶ୍ୱରେ ଯେତିକି ପରିମାଣର କ୍ଲୋରୋକୁଇନ ଟାବଲେଟ ଉତ୍ପାଦନ କରାଯାଏ, ତାହାର ୭୦% କେବଳ ଭାରତରେ ଉତ୍ପାଦିତ ହୋଇଥାଏ । ତେଣୁ ଏହା ଯୋଗାଇଦେଇ କରୋନା ମୁକାବିଲାରେ ସହାୟତା କରିବାକୁ ସମସ୍ତେ ଭାରତକୁ ଆଗ୍ରହ କରୁଛନ୍ତି ।

   ସମ୍ବନ୍ଧିତ ଖବର


ପାକିସ୍ତାନରେ ଗୃହଯୁଦ୍ଧ ଆଶଙ୍କା! ସିନ୍ଧ ପୋଲିସ ମୁଖ୍ୟଙ୍କୁ ସେନା ଅପହରଣ କରିଥିବା ଅଭିଯୋଗ

ଲଦାଖରୁ ଧରାପଡିଥିବା ଚୀନ୍ ସୈନିକଙ୍କୁ ଫେରାଇଲା ଭାରତ, ୨ ଦିନ ପୂର୍ବେ ଭୁଲରେ ସୀମା ଭିତରକୁ ପଶିଆସିଥିଲେ

ପତ୍ନୀ ଓ ୬ ସନ୍ତାନଙ୍କୁ ନେଇ ଚିନ୍ତାରେ ବ୍ରିଟେନ ପ୍ରଧାନମନ୍ତ୍ରୀ, ଦରମା ଅଣ୍ଟୁନଥିବାରୁ ଛାଡିବେ ଚାକିରି…

ଘରେ ରହି ମା’ଙ୍କ ପୂଜା କରିବାକୁ ରାଜ୍ୟବାସୀଙ୍କୁ ଅପିଲ କଲେ ମୁଖ୍ୟମନ୍ତ୍ରୀ,କହିଲେ ପରିବାର ସହ ପାଳନ କରନ୍ତୁ ପୂଜା…

କରୋନାକୁ ନେଇ ମୋଦିଙ୍କ ଚେତାବନୀ, ଟିକା ଆସିବା ପର୍ଯ୍ୟନ୍ତ ସତର୍କ ହେବା…

ଅହମଦାବାଦରେ ଭାରତ-ଇଂଲଣ୍ଡ ମଧ୍ୟରେ ଖେଳାଯିବ ପିଙ୍କ୍‌ ବଲ ଟେଷ୍ଟ ମ୍ୟାଚ୍, ସୂଚନା ଦେଲେ ସୌରଭ