ସମଝୌତା ଏକ୍ସପ୍ରେସ୍ ଟ୍ରେନ୍ ସେବା ବନ୍ଦ କଲା ପାକିସ୍ତାନ, ଅଟାରୀ ସୀମାରେ ଫଶିଛନ୍ତି ପାକ୍ ନାଗରିକ

ନୂଆଦିଲ୍ଳୀ,୨୮।୨: ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ସୃଷ୍ଟି ହୋଇଥିବା ବିବାଦ ମଧ୍ୟରେ ପାକିସ୍ତାନ ଲଗାତାର ଦ୍ବିତୀୟ ଦିନ ଦୁଇ ଦେଶ ମଧ୍ୟରେ ଚାଲିଥିବା ସମଝୌତା ଏକ୍ସପ୍ରେସ ଟ୍ରେନ ସେବା ବନ୍ଦ କରିଦେଇଛି। ଏହି ସେବ ଏ ସମ୍ପର୍କିତ ଆଗାମୀ ନୋଟିସ୍ ଜାରି କରାଯିବା ପର୍ଯ୍ୟନ୍ତ ନିଲମ୍ବିତ ରହିବ। ଏକ ଗଣମାଧ୍ୟମ ରିପୋର୍ଟ ଅନୁସାରେ ଏହି ସୂଚନା ଦିଆଯାଇଛି। ଏହି ଟ୍ରେନ ଲାହୋରରୁ ସୋମବାର ଓ ଗୁରୁବାରକୁ ଯାତ୍ରା କରିବା କଥା। ରେଳ ଅଧିକାରୀଙ୍କ କହିବା ଅନୁସାରେ ଗୁରୁବାର କୁହାଯାଇଛି ଯେ ଭାରତ ଓ ପାକିସ୍ତାନ ମଧ୍ୟରେ ସମଝୌତା ଏକ୍ସପ୍ରେସ୍ ରେଳସେବାକୁ ଆଗାମୀ ନୋଟିସ୍ ଜାରି ହେବା ପର୍ଯ୍ୟନ୍ତ ରୋକି ଦିଆଯାଇଛି। ସପ୍ତାହରେ ୨ ଥର ଚାଲୁଥିବା ଏହି ଟ୍ରେନ ଜରିଆରେ ଲାହୋରରୁ ୧୬ ଜଣ ଯାତ୍ରୀଙ୍କୁ ବାହାରିବାର ଥିଲା। କରାଚୀରୁ ଏହି ଟ୍ରେନର ଚଳାଚଳ ଆରମ୍ଭ ହୋଇଥିଲା କିନ୍ତୁ ଏହା ଲାହୋର ରେଲଓ୍ବେ ଷ୍ଟେସନରେ ଅଟକି ଯାଇଥିଲା। ପାକିସ୍ତାନ ନିଜର ହିଁ ନାଗରିକଙ୍କ ପାଇଁ ଗେଟ୍ ଖୋଲିନଥିଲା। ଅଟାରି ବର୍ଡରରେ ୨୭ ପାକସ୍ତାନୀ ନାଗରିକ ଫଶିଯାଇଛନ୍ତି।

   ସମ୍ବନ୍ଧିତ ଖବର


ଭୋଟର ଆଇଡି କାର୍ଡ ସହ ଲିଙ୍କ୍‌ ହେବ ଆଧାର!

୨୦୦୦ ଟଙ୍କିଆ ନୋଟ୍‌ର ଛପା ବନ୍ଦ ନେଇ ନିଷ୍ପତ୍ତି ହୋଇନାହିଁ

ଏଲ୍ଏସିକୁ ଆଉ ୩ହଜାର ସୈନିକ ପଠାଇଛି ଭାରତ

ବଜାରରେ ରୁଷର କରୋନା ଔଷଧ ‘କରୋନାଭିର’

ଘରେ ବସି ବସି ବୋର୍‌ ହେଲେ ବିମାନରେ ଟିକେ ବୁଲିଆସନ୍ତୁ, କରୋନା ସମୟରେ ଏମିତି ବି ସୁବିଧା ମିଳୁଛି

ଥଣ୍ଡା ସହ୍ୟ କରିପାରୁନାହାନ୍ତି ଚୀନ୍‌ ସୈନିକ