ନରଭକ୍ଷୀ ଦୁଇ ଭାଇ, କବର ଖୋଳି ଖାଇସାରିଲେଣି ୧୫୦ରୁ ଅଧିକ ମୃତଦେହ

ଇସଲମାବାଦ,୧୪।୧: ବାଘ ଓ ସିଂହ ଭଳି ପଶୁ ମଣିଷକୁ ମାରି ତା’ର ସାଂସ ଖାଇବା କଥା ଆମେମାନେ ସମସ୍ତେ ଜାଣିଛୁ। କିନ୍ତୁ ଜଣେ ମଣିଷ ଆଉ ମଣିଷର ମାଂସ ଖାଇବା କଥା ଶୁଣିଲେ ଖୁବ୍ ଅଦ୍ଭୁତ ଓ ଭୟଙ୍କର ଲାଗେ। ତେବେ ପାକିସ୍ତାନରେ କିଛି ବର୍ଷ ପୂର୍ବେ ଏଭଳି କିଛି ଦେଖିବାକୁ ଓ ଶୁଣିବାକୁ ମିଳିଥିଲ। ସେଠାରେ ଥିବା ଦୁଇ ନରଭକ୍ଷୀ ଭାଇ କବର ତଳୁ ୧୫୦ରୁ ଅଧିକ ମୃତଦେହ ବାହାର କରି ଖାଇ ସାରିଛନ୍ତି।

ଏହି ଦୁଇ ଭାଇଙ୍କର ନାଁ ହେଉଛି ମହମ୍ମଦ ଫରମାନ ଅଲ୍ଲୀ ଓ ମହମ୍ମଦ ଆରିଫ୍ ଅଲ୍ଲୀ। ପାକିସ୍ତାନର ପଞ୍ଜାବରେ ଥିବା ଭକ୍କର ଜିଲ୍ଲାର ଦରୟା ଖାନ୍ ଅଞ୍ଚଳରେ ଥିବା ଖଓ୍ବାଓ୍ବାର କଲନ ଗାଁରେ ରହୁଥିବା ଏହି ଦୁଇ ଭାଇ ବିବାହିତ ଅଟନ୍ତି, କିନ୍ତୁ ଦୁହିଁଙ୍କର ପତ୍ନୀ ତାଙ୍କୁ ଛାଡିକି ଚାଲିଯାଇଛନ୍ତି। ସେମାନଙ୍କର ଅଭିଯୋଗ ଥିଲା ଯେ ଦୁଇ ଭାଇ ତାଙ୍କୁ ଗାଳିଗୁଲଜ ଓ ମାରପିଟ୍ କରୁଥିଲେ।

ଦୁଇ ନରଭକ୍ଷୀ ଭାଇଙ୍କୁ ୨୦୧୧ରେ ପ୍ରଥମ ଥର ଗିରଫ କରାଯାଇଥିଲା। ଯେତେବେଳେ  ଏକ କବରସ୍ତାନରୁ ଜଣେ ମହିଳାଙ୍କ ମୃତଦେହ ଗାୟବ ହୋଇଯାଇଥିଲା। ମୃତା ମହିଳାଙ୍କ ନାଁ ସାୟରା ପରଓ୍ବିନ୍‌। ସେ କର୍କଟ ରୋଗରେ ଆକ୍ରାନ୍ତ ଥିଲେ। ୨୦୧୧ ମସିହା ତାଙ୍କର ମୃତ୍ୟୁ ହୋଇଥିଲା। ସାୟରାଙ୍କ ସଂପର୍କୀୟଙ୍କ କହିବା ଅନୁସାରେ  ୨୪ ବର୍ଷୀୟା ସାୟରାଙ୍କ ମୃତ ଦେହ ଶ୍ମଶାନରେ ପୋତି ଆସିବା ପରେ ତାଙ୍କ ଶବକୁ କିଏ ଗାୟବ କରି ଦେଇଥିଲା। ଏହି ଘଟଣାର ପର ଦିନ ତାଙ୍କ ସଂପର୍କୀୟ ଥାନାରେ ଅଭିଯୋଗ କରିଥିଲେ।

ତଦନ୍ତ ପରେ ଏହି ମଣିଷ ଖିଆ ଏହି ଦୁଇ ଭାଇଙ୍କ ଘରେ ପହଞ୍ଚିଥିଲା। ପାକିସ୍ତାନ ପୋଲିସ୍‌ର ସୂଚନା ଅନୁସାରେ ମଣିଷ ମରିବା ପରେ ତାର ମାଂସକୁ ଧାରୁଆ ହସ୍ତ୍ରରେ ଏହି ଦୁଇ ଭାଇ କାଟି ଛୋଟ ଛୋଟ ଖଣ୍ଡ କରିଦେଉଥିଲେ। ଏହାପରେ ସେହି ଖଣ୍ଡରୁ ତରକାରି ପ୍ରସ୍ତୁତ କରୁଥିଲେ। କେବଳ ସାୟରାଙ୍କ ଶବ ନୁହେଁ ଏମିତି ୧୫୦ରୁ ଅଧିକ ଶବକୁ କାଟି ଏହି ଦୁଇଭାଇ ଖାଇଛନ୍ତି। ଏହା ପରେ ପୋଲିସ୍ ଦୁଇଭାଇଙ୍କୁ  ଗିରଫ କରି କୋର୍ଟ ଚାଲାଣ କରିଥିଲା।

 ଦୁହେଁ ନିଜର ଭୁଲ ସ୍ବିକାର କରିଥିଲେ ମଧ୍ୟ ତାଙ୍କୁ କିଭଳି ଦଣ୍ଡ ଦିଆଯିବ ତାହା ନେଇ ବଡ ସମସ୍ୟା ସୃଷ୍ଟି ହୋଇଥିଲା। କାରଣ  ପାକିସ୍ତାନରେ ଏଭଳି ଅପରାଧ ପାଇଁ କେଉଁ ଧାରା ଲଗାଇ ଦଣ୍ଡ ଦିଆଯିବ ସେଭଳି କିଛି ନଥିଲା। ତେବେ କବରସ୍ତାନରେ ମୃତଦେହକୁ ଖୋଳି ଏହାକୁ କାଟି  ଖାଇବା ଅଭିଯୋଗରେ କୋର୍ଟ ଉଭୟଙ୍କୁ ୨ ବର୍ଷରଜେଲ ଓ ୫୦ ହଜାର ଟଙ୍କା ଲେଖାଏଁ ଜରିମାନା ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ।    ଦୁଇଭାଇ  ମାନସିକ ରୋଗରେ ପୀଡିତ ଥିବାରୁ ତାଙ୍କର ଚିକିତ୍ସା ଜାରି ଚାଲିଥିବା। ଏହାପରେ ୨୦୧୩ରେ ଦୁହିଁଙ୍କୁ ଜେଲରୁ ମୁକୁଳିଥିଲେ।

ଜେଲରୁ ମୁକୁଳି  ଦୁଇ ଭାଇ ନିଜ ଘରେ ପହଁଞ୍ଚିବାରୁ ଗାଁ ଲୋକେ ଖୁବ୍ ଚିନ୍ତାରେ ପଡିଯାଇଥିଲେ। ଲୋକମାନେ ତାଙ୍କର ମୁକୁଳିବାକୁ ବିରୋଧ କରିଥିଲେ। ଲୋକଙ୍କୁ ଭୟ ଥିଲା ସେମାନେ ଯେପରି ତାଙ୍କୁ ଜୀବନରେ ମାରିନଦିଅନ୍ତୁ। ତେଣୁ ଲୋକମାନେ ତାଙ୍କ ସହ ମିଶୁନଥିଲେ। ଏହାପରେ ଅପ୍ରେଲ ୨୦୧୪ରେ ସ୍ଥାନୀୟ ଲୋକ ପୋଲିସ ନିକଟରେ ଦୁଇ ଭାଇଙ୍କ ବିରୋଧରେ ଅଭିଯୋଗ କରିଥିଲେ।

ସେମାନଙ୍କ ଘର ଭିତରୁ ପଚା ମାଂସର ଗନ୍ଧ ଆସୁଥିବାରୁ ପୋଲିସ ପୁଣିଥରେ ତାଙ୍କ ଘର ଉପରେ ଚଢାଉ କରିଥିଲା। ଗୋଟେ ରୁମ ଭିତରେ ୨ ବର୍ଷର ଏକ ଶିଶୁ ମୁଣ୍ଡ ଉଦ୍ଧାର କରାଯାଇଥିଲା, ଯାହାର ମୃତ୍ୟୁ ପରେ କବରସ୍ତାନରେ ପୋତି ଦିଆଯାଇଥିଲା। ଦୁଇ ଭାଇ ଶିଶୁଟିକୁ କାଟି ତା’ର ତରକାରୀ କରି ଖାଉଥିଲେ। ଏହାପରେ ପୋଲିସ ଦୁଇ ଭାଇଙ୍କୁ ଗିରଫ କରିଥିଲା। ପୁର୍ନବାର ଏଭଳି କାର୍ଯ୍ୟ କରିଥିବାରୁ କୋର୍ଟ ଦୁଇ ଭାଇଙ୍କୁ ୧୨-୧୨ ବର୍ଷର ଜେଲଦଣ୍ଡାଦେଶ ଦେଇଥିଲେ। ଦୁଇ ଭାଇ ଏବେ ଜେଲ ଭିତରେ ଅଛନ୍ତି।

   ସମ୍ବନ୍ଧିତ ଖବର


ଘରକୁ ଫେରିଲେ ପ୍ରେମିକ-ପ୍ରେମିକା : ବାହାଘର ପୂର୍ବରୁ କନ୍ୟାର ମା’ ସହ ବରର ବାପା ହୋଇଥିଲେ ଫେରାର, ଏବେ ଗ୍ରହଣ କରୁନାହାନ୍ତି ସ୍ବାମୀ

୧୩୨କୁ ଟପିଲା କରୋନା ମୃତ୍ୟୁ ସଂଖ୍ୟା:୧୭ ଦେଶକୁ ବ୍ୟାପିଲା ଭାଇରସ, ୬୦୦୦ ଆକ୍ରାନ୍ତ ଚିହ୍ନଟ୍

ନାସିକ: କୂଅରେ ଖସିପଡିଲା ଯାତ୍ରୀବାହୀ ବସ୍, ୨୦ ମୃତ

୩୧ ଜାନୁୟାରୀ ପରେ ବେକାର ହୋଇଯିବ ଡାକଘର ସଞ୍ଚୟ ଖାତାର ଏଟିଏମ୍ କାର୍ଡ