PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କନ୍ଧମାଳ- ଗୋଚ୍ଛାପଡା ପୁଲିସ ଦ୍ବାରା ୧୦୭ କିଲୋ ଗଞ୍ଜେଇ ଜବତ । ଜାମସେଦପୁର ଅଞ୍ଚଳର ଦୁଇ ଗିରଫ ।
  • ||
  • ଗଞ୍ଜାମ- କୁକୁଡାଖଣ୍ଡି ବ୍ଲକ କାଳୁଆ ଛକରେ ୭ଲକ୍ଷ ଟଙ୍କାର ଗଞ୍ଜେଇ ଜବତ କଲା ଅବକାରୀ।
  • ||
  • ଭୁବନେଶ୍ଵର : ବିଭିନ୍ନ ରାଜ୍ୟରେ ଡାକ୍ତରମାନଙ୍କୁ ଆକ୍ରମଣ, ଆସନ୍ତା ୧୮ ତାରିଖକୁ ଜାତୀୟ ପ୍ରତିବାଦ ଦିବସ ଭାବେ ପାଳିବ ଭାରତୀୟ ଚିକିତ୍ସକ ସଂଘ
  • ||
  • ବଲାଙ୍ଗୀର : ସଦର ଏସଡିପିଓଙ୍କ ପ୍ରେସମିଟ, ୨୨ ବାଇକ, ୨ ପିକଅପ ଜବତ, ୭ ଗିରଫ
  • ||
  • ମାଲକାନାଗିରି : ମାଲକାନଗିରି-ଆନ୍ଧ୍ର ସୀମାରେ ନକ୍ସଲ ଓ ପୋଲିସ ମୁହାଁମୁହିଁ, ଏନକାଣ୍ଟରରେ ୬ ହାଡକୋର ମାଓବାଦୀ ନିହତ
  • ||
  • ପାରାଦୀପ : ଜିଏସଟି ଫାଙ୍କୁଥିବା ଅଭିଯୋଗରେ ସ୍କାର୍ପ ବୋଝେଇ ଟ୍ରକ ଅଟକ, ବାଣିଜ୍ୟ କର ବିଭାଗ ଦ୍ଵାରା ଅଟକ
  • ||
  • ଅନୁଗୁଳ : ରେଙ୍ଗାଲି ବିରାଜ ଷ୍ଟିଲ ସାମ୍ନାରେ ଟ୍ରକ୍ ସହ ଧକ୍କା ହୋଇ କାର୍ ଚୂରମାର, ଘଟଣାସ୍ଥଳରେ ଜଣେ ମ୍ରୁତ, ଜଣେ ଗୁରୁତର
  • ||
  • ବ୍ରହ୍ମପୁର : ବ୍ରହ୍ମପୁର ଉତ୍ତରାମୁଖୀ ସାହିରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗଣ୍ଡଗୋଳ, ଛୁରୀ ମାଡ଼ରେ ଜଣେ ମୃତ ଓ ଦୁଇଜଣ ଆହତ, ସମସ୍ତେ ଏମକେସିଜିରେ ଭର୍ତ୍ତି
  • ||
  • ଭୁବନେଶ୍ଵର : ଆଉ ଅଳ୍ପ ଦିନ ମଧ୍ୟରେ ସଂକ୍ରମଣ ସମ୍ପୂର୍ଣ୍ଣ କମିଯିବ, ‘ଅନଲକ୍’ ହେଲେବି ଲୋକଙ୍କୁ ନିୟମ କଡାକଡି ପାଳନ କରିବାକୁ ପଡିବ- ଡିଏମଇଟି
  • ||
  • ବାଲିପାଟଣା : ଧାନ ବ୍ୟବସାୟୀଙ୍କୁ ବୋମା ମାଡ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ଢେଙ୍କାନାଳ : ବିବାହ କରିବାକୁ ମନା କରିଦେଲେ ପ୍ରେମିକା, ଦେହରେ କିରୋସିନ ଢାଳି ଆତ୍ମହତ୍ୟା ଉଦ୍ୟମ କଲା ବିଫଳ ପ୍ରେମିକ
  • ||
  • ମାଲକାନଗିରି : ମାଲକାନଗିରି ଜିଲ୍ଲା ମାଥିଲି ଥାନା କୁଲାବେଡା ଜଙ୍ଗଲରେ ମାଓବାଦୀ-ଯବାନଙ୍କ ମଧ୍ୟରେ ଗୁଳି ବିନିମୟ
  • ||
  • ଭୁବନେଶ୍ୱର : ଓଡ଼ିଶାରୁ ଆଉ ୪୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୩୪୩୨କୁ ବୃଦ୍ଧି
  • ||
  • ଚୌଦ୍ଵାର: ଟ୍ରଲରକୁ ପିଟିଲା ପିକଅପ୍ ଭ୍ୟାନ୍, ୨ ମୃତ ଜଣେ ଗୁରୁତର
  • ||
  • କରଞ୍ଜିଆ : ସୋଲାର ଚୋରଙ୍କୁ ଧରିଲା ପୋଲିସ, ଖତ ଗଡ଼ିଆରେ ପୋତି ଲୁଚାଇ ରଖିଥିଲେ ସୋଲାର ପ୍ୟାନେଲ ଓ ବ୍ୟାଟେରୀ
  • ||
  • ଭୁବନେଶ୍ୱର : ରାଜ୍ୟରେ କମୁଛି ସଂକ୍ରମଣ, ୨୪ ଘଣ୍ଟାରେ ୩୫୩୫ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||

ଅନ୍ତର୍ଜାତୀୟ ଅଦାଲତରେ କଶ୍ମୀର ମାମଲା ଉଠାଇବ ପାକିସ୍ତାନ

ନୁଆଦିଲ୍ଲୀ ୨୦/୮: ପାକିସ୍ତାନୀ ମିଡିଆରେ ମଙ୍ଗଳବାର ସନ୍ଧ୍ଯାରେ କୁହାଯାଇଛି ଯେ ପାକିସ୍ତାନ ସରକାର କଶ୍ମୀର ମାମଲାରେ ଅନ୍ତର୍ଜାତୀୟ ଅଦାଲତ(ଇଣ୍ଟରନ୍ୟାସନାଲ୍ କୋର୍ଟ ଅଫ ଜଷ୍ଟିସ)ରେ ଆବେଦନ କରିବା ପାଇଁ ପ୍ରସ୍ତୁତ ହେଉଛନ୍ତି । ପାକିସ୍ତାନର ବୈଦେଶିକ ବ୍ୟାପାର ମନ୍ତ୍ରୀ ଶାହ ମେହମ୍ମୁଦ ଖୁରେସୀ  ଏକ ଟିଭି ଚ୍ୟାନେଲକୁ ସାକ୍ଷାତକାର ସମୟରେ ଏ ବିଷୟରେ ସୂଚନା ଦେଇଛନ୍ତି । ଏହା ପୂର୍ବରୁ ପାକିସ୍ତାନ ଏହି ମାମଲା ୟୁଏନଏସସିରେ ମଧ୍ଯ ଉଠାଇଥିଲା ମାତ୍ର ସେଠାରେ ତାକୁ ନିରାଶ ହେବାକୁ ପଡିଥିଲା ।

କେନ୍ଦ୍ର ସରକାର ୫ ଅଗଷ୍ଟରେ ଜମ୍ମୁ କଶ୍ମୀରରୁ ଧରା ୩୭୦ ହଟାଇଦେବାପରଠୁ ଚିନ୍ତାରେ ପଡିଛି ପାକିସ୍ତାନ । ଏହି ମାମଲାରେ ପାକିସ୍ତାନ ୟୁଏନଏସସିରେ ମଧ୍ଯ ଉଠାଇଥିଲା କିନ୍ତୁ ଚୀନ ବ୍ଯତୀତ ଅନ୍ଯ କୌଣସି ଦେଶ ତାକୁ ସମର୍ଥନ କଲେନି । ସେଥିପାଇଁ ଏବେ ସେ ଆନ୍ତର୍ଜାତୀୟ ଅଦାଲତ ଯିବାପାଇଁ ମନ ବଳାଇଛି । ମାତ୍ର କିଛି ଦିନ ତଳେ ଆନ୍ତର୍ଜାତୀୟ ଅଦାଲତରେ କୁଳଭୂଷଣଙ୍କ ମାମଲାରେ ଭାରତଠୁ ପରାସ୍ତ ହୋଇଥିଲା ପାକିସ୍ତାନ ।

ଅଧିକ ପଢନ୍ତୁ ଆଇସିଜେରେ ଭାରତର ବଡ ବିଜୟ, କୁଳଭୂଷଣଙ୍କ ଫାଶୀ ଉପରେ ଲାଗିଲା ରୋକ୍

ନିକଟରେ କଶ୍ମୀର ମାମଲାରେ ସୁରକ୍ଷା ପରିଷଦରେ ହୋଇଥିବା ଗୁପ୍ତ ବୈଠକ ବିନା କୌଣସି ଫଳାଫଳରେ ସମାପ୍ତ ହୋଇଯାଇଥିଲା । UNSC ବୈଠକରେ ପାକିସ୍ତାନ ଓ ତାର ସହଯୋଗୀ ଚୀନ ଦ୍ୱାରା ଏହି ମାମଲାର ଆନ୍ତର୍ଜାତୀୟକରଣ କରିବାର ଚେଷ୍ଟା ବିଫଳ ହୋଇଥିଲା ।

ଅଧିକ ପଢନ୍ତୁ କଶ୍ମୀର ମାମଲାକୁ ନେଇ UNSC ବୈଠକ ଶେଷ, ଚୀନକୁ ଛାଡି ବାକି ସମସ୍ତେ ଭାରତକୁ କଲେ ସମର୍ଥନ

ଏହି ବୈଠକରେ ସାମିଲ ୧୫ ସଦସ୍ଯ ସୁରକ୍ଷା ପରିଷଦରେ ସଫା ସଫା କହିଥିଲେ ଯେ କଶ୍ମୀର ପ୍ରସଙ୍ଗ ଭାରତ ଓ ପାକିସ୍ତାନର ଦ୍ୱିପାକ୍ଷିକ ମାମଲା । ଅଧିକାଂଶ ସଦସ୍ଯ କହିଥିଲେ ଯେ ବୈଠକ ପରେ କୌଣସି ଫଳାଫଳ ଜାରି କରାନଯିବା ଉଚିତ୍ । ଚୀନ ନିଜ ଜାତୀୟ କ୍ଷମତା ଆଧାରରେ ବୟାନ ଦେଇଥିଲା । ତେବେ ଏହା ପରେ ଭାରତ କହିଥିଲା ଯେ କଶ୍ମୀର ଆମ ଦେଶର ଆଭ୍ଯନ୍ତରୀଣ ମାମଲା । ଋଷ୍ ମଧ୍ଯ ଏହି ବୈଠକରେ ଭାରତକୁ ସମର୍ଥନ କରିଥିଲା ।

ସମ୍ବନ୍ଧିତ ଖବର