ପୁଣି ଡରିଲା ପାକିସ୍ତାନ, ନେଲା ଏହି ୭ ପଦକ୍ଷେପ

ଇସଲାମାବାଦ ୭/୮: ଜମ୍ମୁ କଶ୍ମୀରରେ ଧାରା ୩୭୦ ହଟିବା ପରେ ପାକିସ୍ତାନର ନିଦ ହଜିଯାଇଛି । ପାକିସ୍ତାନରେ ଚାଲିଛି ଖାଲି ମିଟିଂ ଉପରେ ମିଟିଂ । ଶେଷରେ ପାକିସ୍ତାନ ଏହି ନିଷ୍ପତ୍ତି ନେଇଛି ଯେ ଜମ୍ମୁ କଶ୍ମୀର ମାମଲାରେ ସେ ଜାତିସଂଘ ଯିବ । ଏହା ସହିତ ପାକିସ୍ତାନ ଭାରତ ସହିତ ଦ୍ୱିପକ୍ଷୀୟ ବ୍ୟବସାୟକୁ ସମାପ୍ତ କରିବା ପାଇଁ ନିଷ୍ପତ୍ତି ନେଇଛି । ପାକିସ୍ତାନର ଏତେ ଭୟ ୟେ ଭାରତର ସ୍ୱାଧୀନତା ଦିବସକୁ କଳା ଦିବସ ରୂପେ ପାଳନ କରିବା ପାଇଁ ନିଷ୍ପତ୍ତି ନେଇଛି ।

ଚିନ୍ତାରେ ପଡି ପାକିସ୍ତାନ ନେଇଛି ଏହି ୭ ପଦକ୍ଷେପ

୧. ପାକିସ୍ତାନ ଭାରତ ସହିତ କୂଟନୈତିକ ସମ୍ପର୍କକୁ ହ୍ରାସ କରିଛି

୨. ଭାରତ ସହିତ ଦ୍ୱିପକ୍ଷୀୟ ଚୁକ୍ତି ଓ ସମୀକ୍ଷା କରିବା ପାଇଁ ନିଷ୍ପତ୍ତି ନେଇଛି

୩. ଜମ୍ମୁ କଶ୍ମୀର ମୁଦ୍ଦାକୁ ଜାତିସଂଘ ଓ ତାର ସିକ୍ଯୋରିଟି କାଉନସିଲରେ ଉଠାଇବ ପାକିସ୍ତାନ

୪. ପାକିସ୍ତାନ ସ୍ୱାଧୀନତା ଦିବସ ୧୪ ଅଗଷ୍ଟକୁ କଶ୍ମୀର ଲୋକଙ୍କ ନାମରେ ସମର୍ପିତ କରିବ

୫. ଭାରତର ସ୍ୱାଧୀନତା ଦିବସ(୧୫ ଅଗଷ୍ଟ)କୁ କଳା ଦିବସ ରୂପେ ପାଳନ କରିବ

୬. ପାକିସ୍ତାନ ନିଜ ସମସ୍ତ କୂଟନୈତିକ ମାଧ୍ୟମକୁ ନିର୍ଦ୍ଦେଶ ଦେଇଛି ଯେ ସେ ଭାରତର ଏହି  କ୍ରୁରତା ପୂର୍ଣ୍ଣ ନିଷ୍ପତ୍ତି(ଜମ୍ମୁ କଶ୍ମୀର ମାମଲା) ସମ୍ପର୍କରେ ଦୁନିଆ ନଜରକୁ ଆଣ

୭. ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ନିଜ ସେନାକୁ ସତର୍କ ରହିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି

   ସମ୍ବନ୍ଧିତ ଖବର


ମର୍ଣ୍ଣିଂ ୱାକ୍‌ ବେଳେ ଟଳି ପଡ଼ିଲେ ଅବସରପ୍ରାପ୍ତ ଡିଜିପି

ସଡ଼କ ଦୁର୍ଘଟଣା ରେ ଜଣେ ମୃତ ଅନ୍ୟ ଜଣେ ଗୁରୁତର

କୂଅରେ ପଡି ମାଆ ଏବଂ ଶିଶୁ ପୁତ୍ର ମୃତ – କାରଣ ଅସ୍ପଷ୍ଟ

ଭଣ୍ଡାରୀପୋଖରୀରେ ମହିଳାଙ୍କୁ ମୃତ ଭାବିଥିଲେ ପଡୋଶୀ- ବନ୍ଦ ଘରୁ ୧୫ ଘଣ୍ଟା ପରେ ଜୀବିତ ଉଦ୍ଧାର

ଚଳିତ ବର୍ଷ ଶ୍ରୀକ୍ଷେତ୍ରର ନିଆରା ଦେବୀ ସଭା

ନାବିଳାକାକୁ ଟେକି ନେଉଥିଲେ ପୋଲିସ ଭ୍ୟାନ ଦେଖି ଛାଡି ପଳାଇଲେ ଦୁର୍ବୃତ୍ତ