କରୋନା ସଙ୍କଟ ମଧ୍ୟରେ ଆଉ ଏକ ବଡ ସମସ୍ୟାରେ ପଡିଲା ପାକିସ୍ତାନ

ନୁଆଦିଲ୍ଲୀ ୮/୪: କରୋନା ସଙ୍କଟ ମଧ୍ୟରେ ପାକିସ୍ତାନ ପାଇଁ ଆଉ ଏକ ନୂଆ ସମସ୍ୟା ଦେଇଛି । ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍ଏଫ୍) ପାକିସ୍ତାନକୁ ୬ ବିଲିୟନ ଡଲାରର ୱେଲଆଉଟ୍ ପ୍ୟାକେଜ୍ ଅନୁଯାୟୀ ଦିଆଯିବାକୁ ଥିବା ତୃତୀୟ କିସ୍ତି ଉପରେ ନିଷ୍ପତ୍ତି ସ୍ଥଗିତ ରଖିଛି। ରିପୋର୍ଟ ଅନୁଯାୟୀ, ପାକିସ୍ତାନ ଆଇଏମ୍ଏଫର କରଜ ନେଇ କିଛି ସର୍ତ୍ତ ପୂରଣ କରିବାରେ ସକ୍ଷମ ନହେବାରୁ ତାକୁ ଏମିତି ସ୍ଥିତିର ସାମ୍ନା କରିବାକୁ ପଡୁଛି ।

ଆଇଏମଏଫରୁ ଫଣ୍ଡ ପାଇବାରେ ବିଳମ୍ବ ହେତୁ ପାକିସ୍ତାନର ସମସ୍ୟା ଅଧିକ ବଢିପାରେ । କରୋନା ସଂକ୍ରମଣ ହେତୁ ପାକିସ୍ତାନର ଅର୍ଥନୀତି ବହୁ କ୍ଷତି ସହିଛି। ଅର୍ଥନୈତିକ ସଙ୍କଟ ଭୟରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଦେଶରେ ଲକଡାଉନ୍ ପାଇଁ ମନା କରି ଦେଇଛନ୍ତି।

ପାକିସ୍ତାନୀ ମିଡିଆ ରିପୋର୍ଟ ଅନୁସାରେ ଆଇଏମଏଫ୍ ବର୍ତ୍ତମାନ ୬ଅରବ ଡଲାର୍ ପ୍ୟାକେଜ୍ ଅନୁସାରେ କରଜ ମଞ୍ଜୁରୀର ପାକିସ୍ତାନର ଅନୁରୋଧ ଉପରେ ବିଚାର କରିବନି । କରଜର ତୃତୀୟ କିସ୍ତିର ମଞ୍ଜୁରୀକୁ ନେଇ ୬ ମାର୍ଚ୍ଚରେ ସମୀକ୍ଷା ବୈଠକ ହେବାର ଥିଲା କିନ୍ତୁ ଆଇଏମଏଫ୍ ତାରୁ ୧୦ ଏପ୍ରିଲ ପର୍ଯ୍ୟନ୍ତ ଟାଳି ଦେଇଛି । ୬ ଅରବ ଡଲାର୍ ପ୍ୟାକେଜ୍ ଅନୁସାରେ ତୃତୀୟ କିସ୍ତିରେ ୪୫ କୋଟି ଡଲାରର ଲୋନ୍ ମିଳିଥାନ୍ତା ।

ଚୀନ୍, ସାଉଦି ଆରବ ଏବଂ ୟୁଏଇରୁ ବିପୁଳ ଋଣ ନେବା ପରେ ପାକିସ୍ତାନ ଆଇଏମ୍ଏଫ୍ ନିକଟରେ ପହଞ୍ଚିଥିଲା। ଗତ ବର୍ଷ ଜୁଲାଇରେ, ଆଇଏମଏଫ ଦେବାଳିଆ ଅବସ୍ଥାରେ ଥିବା ପାକିସ୍ତାନକୁ ୬ ବିଲିୟନ ଡଲାର ଦେବାକୁ ରାଜି ହୋଇଥିଲା। ଏହାସହ କିଛି ସର୍ତ୍ତ ମଧ୍ୟ ପାକିସ୍ତାନ ସରକାରଙ୍କ ନିକଟରେ ରଖାଯାଇଥିଲା ।

ଆଇଏମଏଫ କହିଛି ଯେ ସେ ବର୍ତ୍ତମାନ କରୋନା ସଙ୍କଟ ପରେ ପାକିସ୍ତାନକୁ ୧.୪ ବିଲିୟନ ଡଲାରର ଜରୁରୀ ଆର୍ଥିକ ସହାୟତା ଯୋଗାଇବାକୁ ଚେଷ୍ଟା କରୁଛି। ମାର୍ଚ୍ଚ ୨୫ ରେ ଇମ୍ରାନ ଖାନଙ୍କ ଆର୍ଥିକ ପରାମର୍ଶଦାତା ହାଫିଜ ଶେଖ କହିଛନ୍ତି ଯେ କରୋନା ମହାମାରୀର ଆର୍ଥିକ ସଙ୍କଟକୁ ମୁକାବିଲା କରିବା ପାଇଁ ପାକିସ୍ତାନ ଆଇଏମଏଫକୁ ୧.୪ ବିଲିୟନ ଡଲାର ପ୍ରଦାନ କରିବାକୁ ଅନୁରୋଧ କରିଛି।

ପାକିସ୍ତାନ ଏବେ ଭୋକ ଏବଂ ବେକାରୀ ସମସ୍ୟାର ଚରମ ସୀମାରେ ପହଞ୍ଚିଛି । ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଲକଡାଉନ୍ କରିନଥିବାରୁ ସମାଲୋଚନା ହେଉଛନ୍ତି । କିନ୍ତୁ ସେ କହିଛନ୍ତି ଯେ ସେ କରୋନା ପୂର୍ବରୁ ଲୋକଙ୍କୁ ଅନାହାର ଏବଂ ଦାରିଦ୍ର୍ୟରେ ମରିବାକୁ ଦେଇ ପାରିବେ ନାହିଁ। କରୋନାର ଆର୍ଥିକ ସଙ୍କଟକୁ ମୁକାବିଲା କରିବା ପାଇଁ ପାକିସ୍ତାନ ସରକାର ୧.୨ ଟ୍ରିଲିୟନ ଟଙ୍କାର ଏକ ଆର୍ଥିକ ଯୋଜନା ପ୍ରଣୟନ କରିଛନ୍ତି। ଏହା ବ୍ୟତୀତ ବ୍ୟବସାୟୀମାନଙ୍କୁ ସାହାଯ୍ୟ କରିବା ପାଇଁ ୧୦୦ ବିଲିୟନ ଟଙ୍କା ଖର୍ଚ୍ଚ ହେବ। ତେବେ ଏହି ଯୋଜନାକୁ ଅର୍ଥ ପ୍ରଦାନ ପାଇଁ ପାକିସ୍ତାନକୁ ବିଶ୍ୱ ମୁଦ୍ରା ପାଣ୍ଠି ଏବଂ ବିଶ୍ୱ ବ୍ୟାଙ୍କ ପକ୍ଷରୁ ମଧ୍ୟ ସମର୍ଥନ ରହିଛି।

   ସମ୍ବନ୍ଧିତ ଖବର


୩୦ ବର୍ଷ ପରେ ମୃତ ବ୍ୟକ୍ତିଙ୍କୁ ଧରିଲା CBI ! ବ୍ୟାଙ୍କ ଘୋଟାଲା କରି ମିଛ ମୃତ୍ୟୁର ରଚିଥିଲେ ଷଡଯନ୍ତ୍ର

ଏଲ୍‌ଏସି ସୀମା ବିବାଦ ପ୍ରସଙ୍ଗ: ଭାରତ-ଚୀନ ଆଲୋଚନା ବିଫଳ ! ଅନେକ ପର୍ଯ୍ୟାୟ କଥାବାର୍ତ୍ତାରୁ ବାହାରିଲାନି ନିଷ୍କର୍ଷ

ଆଫ୍ରିକାରେ ଅଲ୍‌ କାଏଦା କମାଣ୍ଡର ‘ଅବଦେଲମାଲେକ ଡ୍ରକ୍‌ଡେଲ’ ନିହତ

ଜନଧନ ଖାତାରେ ଏହି ଦିନ ସୁଦ୍ଧା ଆସିବ ଶେଷ କିସ୍ତି, ତାରିଖ ଅନୁସାରେ ମିଳିବ ଟଙ୍କା

ଏମିତି ହେଉଥିଲା ମାଛମଞ୍ଜି ତସ୍କରୀ, ହେଲା ପର୍ଦ୍ଦାଫାଶ

କରୋନା ଭାଇରସ୍ ଆଣ୍ଟିବଡି ସହ ଜନ୍ମନେଲା ଅଦ୍ଭୁତ ଶିଶୁ, ଡାକ୍ତର ଓ ବୈଜ୍ଞାନିକ ମଧ୍ୟ ଆଶ୍ଚର୍ଯ୍ୟ