ପାକିସ୍ତାନର ବୈଦେଶିକ ମନ୍ତ୍ରାଳୟ ୱେବସାଇଟ୍ ହ୍ୟାକ୍: କହିଲା, ଭାରତୀୟ ହ୍ୟାକର୍ସଙ୍କ କାମ

source:aajtak.intoday.in
ନୁଆଦିଲ୍ଲୀ ୧୭/୨: ପାକିସ୍ତାନର ବୈଦେଶିକ ମନ୍ତ୍ରାଳୟ ଭାରତୀୟ ହ୍ୟାକର୍ସଙ୍କ ଉପରେ ନିଜ ୱେବସାଇଟ୍ ହ୍ୟାକ୍ କରିବାର ଅଭିଯୋଗ ଲଗାଇଛି । ପାକିସ୍ତାନୀ ବୈଦିଶକ ମନ୍ତ୍ରାଳୟର ୱେବସାଇଟ୍ ଶନିବାର ହ୍ୟାକ୍ ହୋଇଯାଇଥିଲା । ବୈଦେଶିକ ମନ୍ତ୍ରାଳୟ ପ୍ରବକ୍ତା ମହମ୍ମଦ ଫୈସଲ କହିଛନ୍ତି ଯେ ପାକିସ୍ତାନ ୱେବସାଇଟ୍ କାମ କରୁନି । ସେ ଏହା ମଧ୍ୟ କହିଛନ୍ତି ଯେ ଅନେକ ରାଷ୍ଟ୍ର ଅଭିଯୋଗ କରିଛନ୍ତି ୱେବସାଇଟ୍ ପର୍ଯ୍ୟନ୍ତ ସେମାନେ ପହଞ୍ଚି ପାରୁନାହାନ୍ତି ।
ପାକିସ୍ତାନର ବୈଦିଶକ ମନ୍ତ୍ରାଳୟ ପ୍ରବକ୍ତା ମହମ୍ମଦ ଫୈସଲ କହିଛନ୍ତି ଯେ ଅଷ୍ଟ୍ରେଲିଆ, ବ୍ରିଟେନ୍ ଓ ସାଉଦି ଆରବ ଭଳି ଦେଶରୁ ଅଭିଯୋଗ ମିଳୁଛି ସେମାନେ ବିଦେଶ ମନ୍ତ୍ରାଳୟ ୱେବସାଇଟ୍ ପର୍ଯ୍ଯନ୍ତ ପହଞ୍ଚିପାରୁନାହାନ୍ତି । ଫୈସଲ ଭାରତୀୟ ହ୍ୟାକର୍ସଙ୍କ ଉପରେ ସନ୍ଦେହ କରି କହିଛନ୍ତି ଏହା ପଛରେ କଶ୍ମୀର ଓ ସାଉଦି ଆରବ ସହିତ ଯୋଗାଯୋଗ ରୋକିବା ପାଇଁ ଚେଷ୍ଟା କରାଯାଇଛି । କାରଣ ମନ୍ତ୍ରାଳୟର ୱେବସାଇଟ୍ ସାଉଦୀ ପ୍ରିନ୍ସ ମହମ୍ମଦ ବିନ୍ ସଲମାନଙ୍କ ପାକିସ୍ତାନ ଗସ୍ତ ଓ କଶ୍ମୀରକୁ ନେଇ ସୂଚନା ଓ ଖବରର ମୁଖ୍ଯ ସ୍ରୋତ ।
ଫୈସଲ କହିଛନ୍ତି ଯେ ଭାରତୀୟ ହ୍ୟାକର୍ସ ଏହି ହ୍ୟାକ୍ କରିଥାଇପାରନ୍ତି ଏବଂ ସେ ଏହା ମଧ୍ୟ କହିଛନ୍ତି ଯେ ଏହା ପୂର୍ବରୁ ତାଙ୍କ ଟ୍ୱିଟର ଆକାଉଣ୍ଟ ମାଧ୍ଯମରେ ତାଙ୍କ ଫୋନରୁ କିଛି ତଥ୍ଯ ଚୋରାଇବା ପାଇଁ ଚେଷ୍ଟା କରାଯାଇଥିଲା ।