ପାକିସ୍ତାନର ମୁଖା ଖୋଲିଲେ ନଓ୍ବାଜ ସରିଫ୍, କହିଲେ-କାର୍ଗିଲ ଯୁଦ୍ଧ ବେଳେ ସେନା ପାଖରେ ଖାଦ୍ୟ ଓ ଅସ୍ତ୍ରଶସ୍ତ୍ର ନଥିଲା

ଲଣ୍ଡନ,୨୬।୧୦: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ ସରିଫ ଏବେ କାର୍ଗିଲ ଯୁଦ୍ଧ ସମ୍ପର୍କିତ ବହୁ ଖୁଲାସା କରିଛନ୍ତି। ପିଏମଏଲ-ଏନର ମୁଖ୍ୟ ନଓ୍ବାଜ ସରିଫ୍ କହିଛନ୍ତି, ୧୯୯୯ କାର୍ଗିଲ ଯୁଦ୍ଧ ପାକିସ୍ତାନ ସେନା ନୁହେଁ ବଂର ପାକିସ୍ତାନର କିଛି ଜେନେରାଲ ଆରମ୍ଭ କରିଥିଲେ, ଏହାଦ୍ବାରା ପାକିସ୍ତାନ ନିଜର ସମ୍ମାନ ହରାଇଥିଲା। ସରିଫ ପାକିସ୍ତାନର ମିଳିତ ବିପକ୍ଷ ପାକିସ୍ତାନ ଡେମୋକ୍ରାଟିକ୍ ମୁଭମେଣ୍ଟର ତୃତୀୟ ରାଲିକୁ ଳଣ୍ଡନରେ ସମ୍ବୋଧିତ କରି କହିଛନ୍ତି, କାର୍ଗିଲ ଯୁଦ୍ଧରେ ସେନାକୁ ଅସ୍ତ୍ରଶସ୍ତ୍ର ଓ ଖାଦ୍ୟ ନଦେଇ ଲଢେଇ କରିବାକୁ ପଠାଇ ଦିଆଯାଇଥିଲା। 

ଶରିଫ୍ ଭିଡିଓ ଲିଙ୍କ ଜରିଆରେ ପିଡିଏମ ରାଲିରେ ଆହୁରି କହିଛନ୍ତି ଯେ, କାର୍ଗିଳ ଯୁଦ୍ଧର ଆରମ୍ଭ, ଯେଉଁଥିରେ ଆମର ବହୁ ସୈନିକ ନିହତ ହୋଇଥିଲେ, ଏଥିରେ  ସାରା ବିଶ୍ବରେ ଆଗରେ  ପାକିସ୍ତାନର ସମ୍ମାନହାନୀ ହୋଇଥିଲା। ପାକିସ୍ତାନର ସେନା ନୁର୍ହେ କିଛି ଜେନରାଲଙ୍କ କାରଣରୁ ବିନା କାରଣରୁ ଯୁଦ୍ଧ ହୋଇଥିଲା।ସବୁଠାରୁ ବଡ କଥା ହେଲା ଯୁଦ୍ଧ ସମୟରେ ଆାମ ସୈନିକଙ୍କୁ ବିନା ଖାଦ୍ୟ ଓ ଅସ୍ତ୍ରଶସ୍ତ୍ରରେ ଯୁଦ୍ଧ  କରିବାକୁ ଛାଡି ଦିଆଯାଇଥିଲା। ସୈନିକମାନେ ଦେଶ ପାଇଁ ଶହୀଦ ହେଲେ, ଦେଶକୁ କ’ଣ ମିଳିଲା?

ଶରିଫ କହିଛନ୍ତି, କାର୍ଗିଲ ଯୁଦ୍ଧ ପଛରେ ସେହି ଜେନେରାଲ ଥିଲେ, ଯିଏକି ୧୨ ଅକ୍ଟୋବର ୧୯୯୯ରେ ଦେଶରେ ମାର୍ଶଲ ଲ ଲାଗୁ କରି କ୍ଷମତା ନିଜ ହାତକୁ ନେଇଥିଲେ। ସେ ନିଜର ଦୋଷ ଲୁଚାଇବା ପାଇଁ ଏଭଳି କରିଥିଲେ। ଏହି ମାମଳାରେ ଶରିଫ୍ ପୂର୍ବତନ ରାଷ୍ଟ୍ରପତି ପରଭେଜ୍ ମୁଶରଫଙ୍କ ନେଇଛନ୍ତି। ସେ କହିଛନ୍ତି ନିଜର ଲାଭ ପାଇଁ ମୁଶରଫ୍ ଓ ତାଙ୍କର ଲୋକ ସେନାର ବ୍ୟବହାର କରିଥିଲେ।

   ସମ୍ବନ୍ଧିତ ଖବର


ଗୋଟେ ବର୍ଷରେ ୨୩ଜଣ ପିଲାଙ୍କର ବାପା ହେଲେ ଯୁବକ ! କହିଲେ, ତାଙ୍କୁ କାହିଁକି ମହିଳାମାନେ ପସନ୍ଦ କରୁଛନ୍ତି

ଭଲ ଖବର- ସିଙ୍ଗାପୁରରେ କୋଭିଡ୍‌ ଆଣ୍ଟିବଡି ସହ ଜନ୍ମ ହେଲା ଶିଶୁ

ଦେଶର ସବୁ ରେଳ ଷ୍ଟେସନରୁ ଉଭାନ ହେବ ପ୍ଲାଷ୍ଟିକ୍‌ କପ୍ – ଏବେ ‘କୁଲହଡ’ରେ ଚା’ ପିଇବେ ଯାତ୍ରୀ

ଯୋଗୀ କହିଲେ ହାଇଦ୍ରାବାଦର ନାମ ହେବ ‘ଭାଗ୍ୟନଗର’, ଓଓ୍ଵେସି କହିଲେ ନାମ…

ବେଦିରେ ବସିବା ଆଗରୁ ବନ୍ଧା ହେଲା ପାଳ ଦଉଡ଼ି – କନ୍ୟାର ମୃତ୍ୟୁରେ ସରିଗଲା ସବୁ ସୁଖ

ଦିନିକିଆ କ୍ରିକେଟରେ ଟିମ୍‌ ଇଣ୍ଡିଆ ନାମରେ ଅଲୋଡା ରେକର୍ଡ, ୯୭୮ଟି ମ୍ୟାଚ୍‌ ପୂର୍ବରୁ କେବେ ହୋଇ ନଥିଲା ଏମିତି..