PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୩୫କୁ ବୃଦ୍ଧି
  • ||
  • ଗଞ୍ଜାମ: କୋଦଳା ଖଦାଳ ସାହିରେ ଗୋଷ୍ଠୀ ସଂଘର୍ଷ, ଜଣେ ମୃତ
  • ||
  • ଭୁବନେଶ୍ୱର: ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ଆଉ ୬୬୩ ଜଣ ପଜିଟିଭ୍ ଚିହ୍ନଟ
  • ||
  • ଭୁବନେଶ୍ୱର: ୨୦ରୁ ଯୁକ୍ତ ୩ ଦ୍ୱିତୀୟ ବର୍ଷ କ୍ଲାସ୍‌ ରୁମ୍‌ ପଢ଼ା, ଆଜିଠୁ ଖୋଲିବ ହଷ୍ଟେଲ
  • ||
  • ଭୁବନେଶ୍ୱର: BBI ଓ OOPRE ବାରକୁ ସିଲ୍ କଲା ବିଏମ୍‌ସି, ମ୍ୟାନେଜରଙ୍କ ସହ ୪ ଜଣ ଅଟକ
  • ||
  • ଭୁବନେଶ୍ୱର: ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ ହେବ ମନୋରମା ମହାପାତ୍ରଙ୍କ ଶେଷକୃତ୍ୟ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଲେ ଘୋଷଣା
  • ||

ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦର ଅଧ୍ୟକ୍ଷ ହେଲା ଭାରତ , ଲାଲ୍ ପଡ଼ିଗଲା ପାକ୍‌ର ମୁହଁ , ଚୀନ୍‌ ବି ଚିନ୍ତାରେ …

nbt

ଇସଲାମାବାଦ – ବିଶ୍ୱର ସବୁଠୁ ଶକ୍ତିଶାଳୀ ସଂସ୍ଥା ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦର ଅଧ୍ୟକ୍ଷ ହେଲା ଭାରତ । ଏଥିରେ ପାକିସ୍ତାନକୁ ଝଟକା ଲାଗିଛି । ପାକିସ୍ତାନର ବିଦେଶ ମନ୍ତ୍ରାଳୟ ଶନିବାର ଆଶା କରିଛି ରି ଭାରତ ନିଜର କାର୍ଯ୍ୟକାଳ ସମୟରେ ନିରପକ୍ଷ ଭାବେ କାମ କରିବ । ପାକିସ୍ତାନୀ ବିଦେଶ ମନ୍ତ୍ରାଳୟର ପ୍ରବକ୍ତା ଜାହିଦ ହାଫିଜ୍‌ ଚୌଧୁରୀ କହିଛନ୍ତି ଆମେ ଆଶା କରୁଛୁ କି ଭାରତ ନିଜର କାର୍ଯ୍ୟକାଳ ସମୟରେ ପ୍ରାସଙ୍ଗିକ ନିୟମ ଓ ମାନକ ଗୁଡ଼ିକର ପାଳନ କରିବ ।

ଭାରତ ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦର ଅସ୍ଥାୟୀ ସଦସ୍ୟ ଏବଂ ୨ବର୍ଷର କାର୍ଯ୍ୟକାଳ ରହିଛି । ଭାରତ ରବିବାର ଠାରୁ ୧୫ ସଦସ୍ୟ ବିଶିଷ୍ଟ ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦର ଅଧ୍ୟକ୍ଷ ସ୍ତରରେ କାର୍ଯ୍ୟଭାର ସମ୍ଭାଳିଛି । ଭାରତର କାର୍ଯ୍ୟକାଳ ଏକ ମାସ ଯାଏ ଚାଲିବ । ସୁରକ୍ଷା ପରିଷଦର ଅଧ୍ୟକ୍ଷତା ପ୍ରତି ମାସରେ ଇଂରାଜୀ ବର୍ଣ୍ଣମାଳାର ଆଧାରରେ ବଦଳିବ। ଭାରତ ୧ଜାନୁୟାରୀ ୨୦୨୧ ରେ ସୁରକ୍ଷା ପରିଷଦର ସଦସ୍ୟ ହୋଇଥିଲା ଏବଂ ଏହାକୁ ନିଜର କାର୍ଯ୍ୟକାଳ ସମୟରେ ୨ଥର ଅଧ୍ୟକ୍ଷ ହେବାର ସୁଯୋଗ ମିଳିବ ।

ପାକିସ୍ତାନ ପ୍ରବକ୍ତା କହିଛନ୍ତି କି , ଭାରତ ଏହି ପଦକୁ ସମ୍ଭାଳି ନେଇଛି , ଆମେ ଏହାକୁ ଆଉ ଥରେ ପୁଣି ମନେପକାଇବାକୁ ଚାହୁଁଛୁ କି ସେ ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦର ଜମ୍ମୁ-କଶ୍ମୀରରେ ପ୍ରସ୍ତାବକୁ ଲାଗୁ କରୁ ।

କହି ରଖୁଛୁ କି, ଭାରତ ଏମିତି ସମୟରେ ସୁରକ୍ଷା ପରିଷଦର ଅଧ୍ୟକ୍ଷ ହୋଇଛି , ଯେବେ ଆଫଗାନିସ୍ତାନରେ ପାକିସ୍ତାନର ସମର୍ଥନରେ ତାଲିବାନ ରକ୍ତାକ୍ତ ହିଂସା ଚଳେଇଛି । ଆଫଗାନ ସେନା ସହ ଏହାର ଯୁଦ୍ଧ ଜାରି ରହିଛି ।  

ପାକିସ୍ତାନୀ ନ୍ୟୁଜ୍‌ ଡନ୍‌ ମୁତାବକ  , ଭାରତ ଅଧ୍ୟକ୍ଷ ରହିବା ଅର୍ଥ ଏହା ଯେ, ପାକିସ୍ତାନ ଏବେ ଏକ ମାସ ଯାଏ କଶ୍ମୀର ମାମଲାରେ କୌଣସି ଆଲୋଚନା ସୁରକ୍ଷା ପରିଷଦରେ କରିପାରିବ ନାହିଁ । ଏହି କାରଣରୁ ଭାରତ ଅଧ୍ୟକ୍ଷ ହେବାରେ ପାକିସ୍ତାନ ମୁହଁ ଲାଲ୍‌ ପଡ଼ିଯାଇଛି ।

ପାକିସ୍ତାନ , ତାଲିବାନ ଓ ଚୀନ୍‌ର ଚାଲ୍‌କୁ ଭାରତ ସୁରକ୍ଷା ପରିଷଦ ମାଧ୍ୟମରେ ମାତ୍‌ ଦେଇପାରେ । ପାକିସ୍ତାନ ସବୁବେଳେ ଭାରତକୁ ଆଫଗାନିସ୍ତାନରେ ଉପସ୍ଥିତିକୁ ବିରୋଧ କରି ଆସିଛି ।

ସମ୍ବନ୍ଧିତ ଖବର