ଶାରାଦା ପୀଠ କରିଡରକୁ ପାକିସ୍ତାନର ମଞ୍ଜୁରୀ, ପିଓକେରେ ୫୦୦୦ ବର୍ଷ ପୁରୁଣା ମନ୍ଦିର ଦେଖିପାରିବେ ଶ୍ରଦ୍ଧାଳୁ

ନୂଆଦିଲ୍ଲୀ,୨୫।୩ : ଶିଖଙ୍କ ଧର୍ମପୀଠ କରତାରପୁର କରିଡର ପରେ ହିନ୍ଦୁଙ୍କର ପ୍ରବିତ୍ର ଧର୍ମସ୍ଥଳ ଶାରଦା ପୀଠ କରିଡର ଖୋଲିବାକୁ ପାକିସ୍ତାନ ଆଜି ମଞ୍ଜୁରୀ ପ୍ରଦାନ କରିଛି। ଶାରଦା ପୀଠ ମନ୍ଦିର ପାକ ଅଧିକୃତ କାଶ୍ମୀର (ପିଓକେ)ରେ ରହିଛି। ଏହା କାଶ୍ମୀରର କୁପୱାଡ଼ାଠାରୁ ପାଖାପାଖି ୨୨ କିଲୋମିଟର ଦୂରରେ ରହିଛି। ପାକ୍  ଗଣମାଧ୍ୟମର ରିପୋର୍ଟ ଅନୁସାରେ ଏନେଇ ଖୁବଶୀଘ୍ର ଘୋଷଣା କରାଯିବ। ଶାରଦା ପୀଠ ହେଉଛି ହିନ୍ଦୁଙ୍କ ୫ହଜାର ବର୍ଷ ପୁରୁଣା ଧର୍ମସ୍ଥଳ। ଏହାକୁ   ମହାରାଜା ଅଶୋକ ଖ୍ରୀଷ୍ଟପୂର୍ବ ୨୩୭ରେ ସ୍ଥାପନ କରିଥିଲେ।

source: https://www.deccanchronicle.com

କାଶ୍ମୀର ହିନ୍ଦୁ ସମ୍ପ୍ରଦାୟ ଦୀର୍ଘ ସମୟ ଏହି କରିଡରକୁ ନିର୍ମାଣ କରିବାପାଇଁ ଦାବି କରୁଥିଲେ। କେବଳ ସେତିକି ନୁହେଁ ଜାମ୍ମୁ କାଶ୍ମୀରର ପ୍ରମୁଖ ରାଜନୈତିକ ଦଳ ପିଡ଼ିପି ମଧ୍ୟ କାଶ୍ମୀର ପଣ୍ଡିତଙ୍କ ଦାବିକୁ ସମର୍ଥନ ଜଣାଇଥିଲା। ନିୟନ୍ତ୍ରଣ ରେଖା ଠାରୁ ଏହି ପୀଠର ଦୂରତ୍ବ ମାତ୍ର ୧୦ କିଲୋମିଟର।କରତାରପୁର କରିଡ଼ର ପାଇଁ ଭିତ୍ତପ୍ରସ୍ତର ସ୍ଥାପନ ଅବସରରେ ଅନ୍ୟ ପ୍ରସ୍ତାବ ଉପରେ ବିଚାର କରାଯିବ ବୋଲି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ କହିବା ପରେ ଏନେଇ ଆଶା ସୃଷ୍ଟି ହୋଇଥିଲା।

source: https://indianexpress.com

ଶାରଦା ମନ୍ଦିର ମୁଜାଫରାବାଦଠାରୁ ୧୬୦ କିଲୋମିଟର ଦୂର ନିୟନ୍ତ୍ରଣ ରେଖା ନିକଟରେ ଥିବା ଶାରଦା ଗ୍ରାମରେ ଅବସ୍ଥିତ। ଏହି ଗ୍ରାମ ନିକଟରେ ନୀଲମ, ମଧୁମତୀ ଏବଂ ସରଗୁନ ନଦୀର ମିଳନ ସ୍ଥଳୀ ରହିଛି। ଶାରଦା ମନ୍ଦିର ପରିଦର୍ଶନରେ ଯିବା ପାଇଁ କାଶ୍ମୀର ପଣ୍ଡିତମାନେ ଏକ ଶାରଦା କମିଟି ଗଠନ କରିଛନ୍ତି। ଏହି କମିଟି ଶାରଦା ମନ୍ଦିର ଯାତ୍ରା ପାଇଁ ଅନୁମତି ଆଣିବାକୁ ପ୍ରୟାସ ଚଳାଇଛି। କମିଟି ପାକିସ୍ତାନ ଏବଂ ଭାରତ ସରକାରଙ୍କୁ ପତ୍ର ଲେଖି ଏ ବିଷୟରେ ଅବଗତ କରାଇଛି। କାଶ୍ମୀର ପଣ୍ଡିତମାନେ କହିଛନ୍ତି ଯେ ଶାରଦା ହେଉଛନ୍ତି ତାଙ୍କ ଅରାଧ୍ୟ ଠାକୁରାଣୀ। ମନ୍ଦିରକୁ ଯିବା ପାଇଁ ୩ରୁ ୪ଟି ପାରମ୍ପରିକ ରାସ୍ତା ଅଛି। ପରିମିଟ୍‍କୁ ଶାରଦା ମନ୍ଦିର ଦର୍ଶନ ପର୍ଯ୍ୟନ୍ତ ବଢାଇବାକୁ ଦାବି ଉପସ୍ଥାପନ କରାଯାଇଛି।

source: https://www.newsnation.in

ଶ୍ରୀନଗରଠାରୁ ପାଖାପାଖି ୧୩୦ କିଲୋମିଟର ଦୂରରେ ଅବସ୍ଥିତ ଶାରଦା ପୀଠ ହେଉଛି ପ୍ରସିଦ୍ଧ ୧୮ଟି ଶକ୍ତି ପୀଠରୁ ମଧ୍ୟରୁ ଅନ୍ୟତମ। ହିନ୍ଦୁ ଲୋକକଥା ଅନୁସାରେ ଏଠାରେ ଦେବୀ ସତୀଙ୍କ ଡାହାଣ ହାତ ପଡ଼ିଥିଲା। ଋଷି କାଶ୍ୟପଙ୍କ ନାମ ଅନୁସାରେ ଏହି ମନ୍ଦିର କାଶ୍ୟପୁର ନାମରେ ମଧ୍ୟ ଚିହ୍ନିତ ହୋଇଥାଏ। ଶାରଦା ପୀଠରେ ଦେବୀ ସରସ୍ୱତୀଙ୍କ ପୂଜାର୍ଚ୍ଚନା କରାଯାଇଥାଏ। ବୈଦିକ କାଳରେ ଏହା ଏକ ଶିକ୍ଷା କେନ୍ଦ୍ର ଭାବେ ଜଣାଶୁଣା ଥିଲା। ମାନ୍ୟତା ଅନୁସାରେ ଏଠାରେ ଋଷି ପାଣିନୀ ଅଷ୍ଟାଧ୍ୟାୟୀ ରଚନା କରିଥିଲେ। ଶଙ୍କରାଚାର୍ଯ୍ୟ ଏଠାରେ ସର୍ବଜ୍ଞପୀଠମରେ ବସିଥିବା ବେଳେ ରାମାନୁଜାଚାର୍ଯ୍ୟ ଏଠାରେ ବ୍ରହ୍ମା ସୁତ୍ରରେ ନିଜର ସମୀକ୍ଷା ଲେଖିଥିଲେ।

   ସମ୍ବନ୍ଧିତ ଖବର


ଶ୍ରମିକ ଓ ଛୋଟ ଦୋକାନୀଙ୍କ ପାଇଁ ଖୁସି ଖବର, ସରକାର ଆଣୁଛନ୍ତି ଏହି ନୂଆ ଯୋଜନା

ଜମ୍ମୁ-କଶ୍ମୀର: କୁଲଗ୍ରାମରେ ଆତଙ୍କୀ ଆକ୍ରମଣ, ଚାଲିଗଲା ୩ ବିଜେପି ନେତାଙ୍କ ଜୀବନ

କଲରାପତରିଆର ଡିଆଁ ଦେଖି ଲୋକେ କହିଲେ ଅଲମ୍ପିକ୍ ଯିବା ଉଚିତ୍, ଭିଡିଓ ଭାଇରାଲ

ସୂର୍ଯ୍ୟକୁମାର ଯାଦବ ଇଣ୍ଟରନ୍ୟାସନାଲ ମ୍ୟାଚ ଖେଳିବାକୁ ଚାହୁଁଛନ୍ତି ଯଦି ଆମ ଦେଶରୁ ଖେଳନ୍ତୁ, ପୂର୍ବତନ ଖେଳାଳି ଟ୍ବିଟ କରି ଦେଲେ ଅଫର

କରୋନା ଟିକା ଲଞ୍ଚ କରିବା ପାଇଁ ପ୍ରସ୍ତୁତ ହେଉଛି ମୋଡେର୍ଣ୍ଣା

ପିଏମ୍‌ ମୋଦୀଙ୍କ ‘ଜଙ୍ଗଲରାଜ କି ଯୁବରାଜ’ ଆକ୍ଷେପର ଜବାବ ରଖିଲେ ତେଜସ୍ବୀ, କହିଲେ ‘ସେ ଦେଶର ପ୍ରଧାନମନ୍ତ୍ରୀ, ଯାହା ବି କହି ପାରିବେ’