ନୱାଜ ଶରିଫ୍‌ ‘ପଳାତକ’ ଘୋଷିତ – ପାକ୍‌ ସରକାର ପ୍ରତ୍ୟର୍ପଣ ପାଇଁ ଇଂଲଣ୍ଡ ସହ କଲେ ସଂପର୍କ

ଇସଲାମାବାଦ –ପକିସ୍ତାନ ସରକାର ଇଂଲଣ୍ଡରେ ଚିକିତ୍ସିତ ହେଉଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ଶରିଫ୍‌ଙ୍କୁ ପଳାତକ ଘୋଷିତ କରିଛନ୍ତି ଏବଂ ତାଙ୍କର ପ୍ରତ୍ୟର୍ପଣ ପାଇଁ ଇଂଲଣ୍ଡ ସରକାରଙ୍କ ସହ ସଂପର୍କ କରିଛନ୍ତି । ଆକାଉଣ୍ଟାବିଲିଟି ଓ ଇଣ୍ଟରନାଲ ମାମଲାରେ ପ୍ରଧାନମନ୍ତ୍ରୀଙ୍କର ପରାମର୍ଶ ଦାତା ଶହଜାଦ ଅକବର କହିଛନ୍ତି ନୱାଜ ଶରୀଫ୍‌ଙ୍କର ଚିକିତ୍ସା ଆଧାରରେ ୪ ସପ୍ତାହର ବେଲ୍‌ ଗତ ବର୍ଷ ଡିସେମ୍ୱରରେ ସମାପ୍ତ ହୋଇଯାଇଥିଲା ।

ଡନ୍‌ ନ୍ୟୁଜ୍‌ ଶନିବାର ଦିନ ଶହଜାଦ ଅକବରଙ୍କର ଆଧାରରେ କହିଛନ୍ତି , ସରକାର ତାଙ୍କୁ ( ଶରିଫ) ପଳାତକ ମାନୁଛି ଏବଂ ଇଂଲଣ୍ଡ ସରକାରଙ୍କୁ ତାଙ୍କୁ ପ୍ରତ୍ୟର୍ପିତ କରିବା ପାଇଁ ପ୍ରଥମରୁ ଅନୁରୋଧ  ପଠାଇ ସାରିଛି ।  

୭୦ବର୍ଷିୟ ଓ ୩ଥର ପ୍ରଧାନମନ୍ତ୍ରୀ ରହିଥିବା ନୱାଜ ଶରିଫ , ଯାହାଙ୍କୁ ଏକ  ଆକାଉଣ୍ଟାବିଲିଟି କୋର୍ଟ ଭ୍ରଷ୍ଟାଚାର ମାମଲାରେ ଜେଲ୍‌ ଶୁଣାଇ ଥିଲେ ,ଗତ  ମାସରେ ଲାହୋରର ଏକ କୋର୍ଟଙ୍କୁ  ସୂଚିତ କରିଥିଲେ କି ସେ ବର୍ତ୍ତମାନ ଦେଶକୁ ଫେରିବାକୁ ଅସମର୍ଥ । କାରଣ ତାଙ୍କର ଡାକ୍ତରମାନେ କରୋନା ମହାମାରୀକୁ ଦେଖି , ତାଙ୍କୁ ବାହାରକୁ ଯିବାକୁ ମନା କରିଥିଲେ ।

ଶରୀଫ ନିଜର ଓକିଲଙ୍କ ମାଧ୍ୟମରେ ଲାହୋର ହାଇକୋର୍ଟ(ଏଲଏଚସି)ଙ୍କୁ ନିଜର ମେଡିକଲ ରିପୋର୍ଟ ଦେଇଥିଲେ ଏବଂ କହିଥିଲେ କି ଡାକ୍ତରମାନେ କରୋନା ମହାମାରୀ କାରଣରୁ ତାଙ୍କୁ ବାହାରକୁ ଯିବାକୁ ମନା କରିଛନ୍ତି , କାରଣ ତାଙ୍କୁ ପ୍ଲେଟଲେଟ୍ କାଉଣ୍ଟସ , ଡାଇବେଟିସ୍‌ , ହାର୍ଟ , କିଡନୀ ଓ ବ୍ଲଡ୍ ପ୍ରେସର ସମ୍ୱନ୍ଧୀୟ ଅନେକ ସମସ୍ୟା ରହିଛି । 

 ଶହଜାଦ ଅକବର କହିଛନ୍ତି କି ପାକିସ୍ତାନ ସରକାର National Accountability Bureau ( ଏନ୍ଏବି) ସହ ଶରୀଫଙ୍କର ପ୍ରତ୍ୟର୍ପଣକୁ ଆଗକୁ ବଢ଼ାଇବା ପାଇଁ ଅନୁରୋଧ କରିବେ ।

 ଉଲ୍ଲେଖନୀୟ ଯେ , ନୱାଜ ଶରିଫ୍‌ ଇମ୍ୟୁନି ସିଷ୍ଟମ  ଡିସ୍‌ଅର୍ଡର ରେ ପୀଡ଼ିତ ହେବା ପରେ  ଚିକିତ୍ସା ପାଇଁ ଏହି ସମୟରେ ଲଣ୍ଡନରେ ଅଛନ୍ତି । ଲାହୋର  ହାଇ କୋର୍ଟଙ୍କ ତରଫରୁ ଚିକିତ୍ସା ପାଇଁ ବିଦେଶ ଯିବାକୁ ୪ ସପ୍ତାହର ଅନୁମତି ଦିଆଯିବାର ପରେ ଶରିଫ ଗତ ବର୍ଷ ନଭେମ୍ୱରରେ ଇଂଲଣ୍ଡ ଚାଲି ଯାଇଥିଲେ ।

   ସମ୍ବନ୍ଧିତ ଖବର


ଦିଲ୍ଲୀ ଦଙ୍ଗାରେ ଥିଲେ ବାଂଲାଦେଶୀ, ରୋହିଙ୍ଗ୍ୟା, ଆଇନ ଶୃଙ୍ଖଳାକୁ ଭାଙ୍ଗିବା ପାଇଁ କରୁଥିଲେ ଷଡଯନ୍ତ୍ର…

‘ଲଭ୍ ଜିହାଦ୍’ ଦୋଷୀଙ୍କୁ ହୋଇପାରେ ୧୦ ବର୍ଷ ଜେଲ୍, ବିଲ୍ ପାଇଁ ଡ୍ରାଫ୍ଟ ପ୍ରସ୍ତୁତ

ଆସନ୍ତା ବର୍ଷ ଠାରୁ ମୋବାଇଲ୍‌ ନମ୍ବର ଡାଏଲ ପୂର୍ବରୁ କରିବା ପାଇଁ ହେବ ଏହି କାମ- ବଦଳିଯିବ ଲ୍ୟାଣ୍ଡ ଲାଇନ୍‌ ଏବଂ ମୋବାଇଲ୍‌ ଫୋନ୍‌ରେ ଡାଏଲ୍‌ କରିବାର ପଦ୍ଧତି

ମରୁଭୂମିରେ ରହସ୍ୟମୟ ବସ୍ତୁର ସନ୍ଧାନ, ହେଲିକପ୍ଟର ଉଡାଣ ଆରମ୍ଭ କରିବା ବେଳେ ଦେଖିଲେ ପାଇଲଟ୍

Google Pay ବ୍ୟବହାରକାରୀଙ୍କୁ ଝଟକା, ନୂଆବର୍ଷରୁ ଲାଗିବ ଚାର୍ଜ

ରେଲଓ୍ବେ କର୍ମଚାରୀଙ୍କୁ ଲାଗିପାରେ ବଡ଼ ଝଟକା! ଟ୍ରାଭେଲ ଏବଂ ଓଭର ଟାଇମ୍ ଆଲାଉନ୍ସ କାଟ୍ ପାଇଁ ପ୍ରସ୍ତୁତି