ଆମେରିକାରେ ଇମ୍ରାନଙ୍କୁ ଅପମାନ ପରେ ରାଗିଗଲେ ପାକ୍ ରେଳମନ୍ତ୍ରୀ,କଶ୍ମୀର ପ୍ରସଙ୍ଗରେ କହିଲେ ଏଭଳି

ନୂଆଦିଲ୍ଲୀ,୨୨।୯: ଆମେରିକା ପହଁଞ୍ଚିବା ପରେ ବିମାନବନ୍ଦରରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ସ୍ବାଗତ କରିବାକୁ କେହି ନେତା କିମ୍ବା ସରକାରୀ ଅଧିକାରୀ ଆସିନଥିଲେ। ଏହା ଇମ୍ରାନ ଖାନଙ୍କ ପାଇଁ ଏକ ପ୍ରକାର ଅପମାନ ବୋଲି କହିହେବ। କାରଣ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନରେନ୍ଦ୍ର ମୋଦି ଆମେରିକା ଗସ୍ତରେ ଯିବା ସମୟରେ ତାଙ୍କୁ ବିମାନବନ୍ଦରରେ ଭବ୍ୟ ସ୍ବାଗତ କରାଯାଇଥିଲ। ଆମେରିକା ସରକାରଙ୍କ ବହୁ ମନ୍ତ୍ରୀ ଓ ଅଧିକାରୀ ତାଙ୍କର ସ୍ବାଗତ କରିଥିଲେ। ଦୁଇ ଦେଶର ରାଷ୍ଟ୍ରମୁଖ୍ୟଙ୍କର ସ୍ବାଗତରେ ଏଭଳି ପ୍ରଭେଦ ଦେଖି ଏବେ ପାକିସ୍ତାନ ରେଳମନ୍ତ୍ରୀ ଶେଖ ରଶିଦ କ୍ଷୁବ୍ଧ ହୋଇଛନ୍ତି। ଏପରିକି ତାଙ୍କୁ କଶ୍ମୀର ପ୍ରସଙ୍ଗରେ ଆମେରିକାଠାରୁ କୌଣସି ଭରସା ରଖିପାରିବୁ ନାହିଁ।

ପାକିସ୍ତାନୀ ମନ୍ତ୍ରୀ ଜଣକ ରାଗରେ କହିଛନ୍ତି, କଶ୍ମୀର ପ୍ରସଙ୍ଗରେ ଆମେ ଆମେରିକାର ସମର୍ଥନ ନେଇ କୌଣସି ପ୍ରକାର ଭରସା କରିପାରିବୁନି। ଏହି ମାମଲାରେ ସେ ଚୀନକୁ ପାକିସ୍ତାନର ସମର୍ଥନ ବୋଲି କହିଛନ୍ତି। ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ଅତ୍ୟନ୍ତ ଲଜ୍ଜାଜନକ ଅପମାନ ପରେ ପାକିସ୍ତାନର ଲୋକେ ମଧ୍ୟ ଇମ୍ରାନକୁ ସୋସିଆଲ ମିଡିଆ ମାଧ୍ୟମରେ ଖୁବ୍ ଥଟ୍ଟା ପରିହାସ କରିଛନ୍ତି।

   ସମ୍ବନ୍ଧିତ ଖବର


କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ କରୋନା ପଜିଟିଭ୍

ବିହାରର ସେହି ଦିନକୁ ମନେପକାଅ, ଯେତେବେଳେ ଡ଼ରୁଥିଲେ ମାଆମାନେ : ସ୍ମୃତି ଇରାନୀ

କରୋନା ସଂକ୍ରମଣର ଆତଙ୍କ ଭିତରେ ଆସିଲା ଭଲ ଖବର —ଅଧ୍ୟୟନରୁ ସ୍ପଷ୍ଟ ହେଲା ଏହି ତଥ୍ୟ

କରୋନା ଭାକ୍‌ସିନ୍‌ କେବେ ଉପଲବ୍ଧ ହେବ ? ସିରମ ଇନଷ୍ଟିଚ୍ୟୁଟ୍‌ର ସିଇଓ କହିଲେ ….

ଜାଣନ୍ତୁ ଆମ ଦେଶର କେଉଁ ରାଜ୍ୟର ମହିଳା ମଦ୍ୟପାନ ଏବଂ କେଉଁ ରାଜ୍ୟରେ ତମାଖୁ ସେବନରେ ଆଗୁଆ

ସାଂସଦଙ୍କୁ ହତ୍ୟା ପାଇଁ ୨ କୋଟିର ସୁପାରି! ଏହି ଗ୍ୟାଙ୍ଗର ନାଁ ଆସିଲା