PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟାଙ୍ଗୀରେ ୧୭ଟିକିଆ ହାତୀପଲ ଆତଙ୍କ, ଗାଁରେ ପଶିଲେ, ଫସଲ ନଷ୍ଟ କଲେ
  • ||
  • ଢେଙ୍କାନାଳ : ୧ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ଜଣେ ଗିରଫ
  • ||
  • କଳାହାଣ୍ଡି : ଜଙ୍ଗଲକୁ କାଠ ସଂଗ୍ରହ ପାଇଁ ଯାଇଥିଲେ ଯୁବକ, ଫାସରେ ପଡି ଜୀବନ ଗଲା
  • ||
  • ଚାନ୍ଦବାଲି : ମୁଖ୍ୟ ବଜାରରେ ହଠାତ୍ ଭୁଶୁଡିଲା ବିଦ୍ୟୁତ୍ ଖୁଣ୍ଟି, ଅଳ୍ପକେ ବର୍ତ୍ତିଲେ ପଥଚାରୀ
  • ||
  • ଭୁବନେଶ୍ୱର : ଏ ବର୍ଷ ଥରାଇବ ଶୀତ ଲହରୀ, ଜବର ଜାଡ଼ରେ ଥରିବ ଓଡ଼ିଶା, ଲମ୍ବିବ ଶୀତ ଅବଧି
  • ||
  • ଲାଞ୍ଜିଗଡ଼ : ବେଦାନ୍ତର ଏଲଏନଟି କଲୋନୀକୁ ପଶିଲା କରୋନା, ୩ ଶ୍ରମିକ ପଜିଟିଭ୍ ଚିହ୍ନଟ
  • ||
  • ସମ୍ବଲପୁର : ଆଜି ସମ୍ବଲପୁର ୧୨ ଘଣ୍ଟିଆ ବନ୍ଦ, ମମିତା ମେହେର୍ ହତ୍ୟା ପ୍ରସଙ୍ଗକୁ ନେଇ ରାସ୍ତାକୁ ଓହ୍ଲାଇଛି ବିଜେପି
  • ||

ପୁଲୱାମା ଆକ୍ରମଣ: ଜୈସ୍ ମୁଖ୍ୟାଳୟରେ ଚଢ଼ଉ

ଇସ୍‌ଲାମାବାଦ,୨୩।୨: ପୁଲୱାମାରେ ଆତ୍ମଘାତୀ ଆକ୍ରମଣ ପରେ ପାକିସ୍ତାନ ଉପରେ ଲଗାତାର ଭାବେ ଅନ୍ତଃରାଷ୍ଟ୍ରୀୟ ଚାପ ବଢ଼ିବାରେ ଲାଗିଛି। ଯାହାର ପ୍ରଭାବ ଏବେ ଦେଖିବାକୁ ମିଳିଛି। ପାକିସ୍ତାନ ସରକାର ବର୍ତ୍ତମାନ ଜୈସ ଏ ମହମ୍ମଦ ବିରୋଧରେ କେତେକ କାର୍ଯ୍ୟାନୁଷ୍ଠାନ ନେବା ଆରମ୍ଭ କରିଦେଇଛନ୍ତି।  

ପଂଜାବ ପ୍ରଦେଶ ସରକାର ବାହବଳପୁର ସ୍ଥିତ ଜୈସ୍‌ର ମୁଖ୍ୟାଳୟ, ମଦ୍ରାସା ଏବଂ ଜମ୍ମା ଏ ମସ୍‌ଜିଦ୍‌ ଶୁଭାନାଲ୍ଲାକୁ ନିଜ ନିୟନ୍ତ୍ରଣକୁ ନେଇଥିବା ଦାବି କରିଛି। ପୁଲୱାମାରେ ଗତ ୧୪ ତାରିଖରେ ଘଟିଥିବା ଆତ୍ମଘାତୀ ଆକ୍ରମଣରେ ସିଆର୍‌ପିଏଏଫ୍‌ର ୪୧ ଜଣ ଯବାନ ସହିଦ ହୋଇଥିଲେ ଏବଂ ଏଥିପାଇଁ ଜୈସ୍‌ ନିଜକୁ ଦାୟୀ କରିଥିଲା। ଏହାକୁ ନେଇ ବିଶ୍ବବ୍ୟାପୀ ପ୍ରତିକ୍ରିୟା ପ୍ରକାଶ ପାଇବା ଏବଂ ଜାତିସଂଘ ଏହାର କଡ଼ା ନିନ୍ଦା କରି କାର୍ଯ୍ୟାନୁଷ୍ଠାନ ପାଇଁ କହିବା ପରେ ପାକିସ୍ତାନ ଆଜି ପ୍ରଥମ ଥର ପାଇଁ ଜୈସ୍‌ ମୁଖ୍ୟାଳୟକୁ ନିଜ ନିୟନ୍ତ୍ରଣକୁ ନେଇଥିବା କହିଛି। ପାକିସ୍ତାନ ଗୃହ ମନ୍ତ୍ରାଳୟ ପକ୍ଷରୁ ଗଣମାଧ୍ୟମକୁ ଦିଆଯାଇଥିବା ସୂଚନା ଅନୁଯାୟୀ ଗତକାଲି ଜାତୀୟ ନିରାପତ୍ତା କମିଟିରେ ଜୈସ୍‌ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ନିଷ୍ପତ୍ତି ହୋଇଥିଲା, କିନ୍ତୁ ସୁରକ୍ଷା ଦୃଷ୍ଟିରୁ ଏହାକୁ ସାର୍ବଜନୀନ କରାଯାଇନଥିଲା।

ଆଜି ପଂଜାବ ପ୍ରଦେଶ ପୁଲିସ ଜୈସ୍‌ ମୁଖ୍ୟାଳୟରେ ଚଢ଼ଉ କରି ବିଭିନ୍ନ ଦସ୍ତାବିଜ ଜବତ କରିଛନ୍ତି। ଏହାର ପରିସରରେ ଚାଲିଥିବା ମଦ୍ରାସାର ୭୦ ଜଣ ଶିକ୍ଷକ ଏବଂ ୬୦୦ ଛାତ୍ରଙ୍କୁ ମଧ୍ୟ ବାହାରି ଯିବାକୁ କୁହାଯାଇଥିବା କେତେକ ସୂତ୍ରରୁ ଜଣାପଡ଼ିଛି। ତେବେ ଜୈସ୍‌ ମୁଖ୍ୟ ମସୁଦ୍‌ ଆଝାରର ସ୍ଥିତି ନେଇ ପାକ୍‌ ସରକାର ସଂପୂର୍ଣ୍ଣ ନିରବ ଅଛନ୍ତି। ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣରେ ଅଙ୍କୁଶ ଲଗାଇବା ପାଇଁ ପାକିସ୍ତାନ ସରକାର କୌଣସି ପଦକ୍ଷେପ ନେଇନଥିବାରୁ ଆଜି ଫାଇାନ୍‌ନସିଆଲ୍‌ ଆକ୍ସନ ଟାସ୍କ ଫୋର୍ସ (ଏଫ୍‌ଏଟିଏଫ୍‌)ଏହାକୁ ଭର୍ତ୍ସନା କରିବା ସହ ପୂର୍ବଭଳି ଗ୍ରେ ଲିଷ୍ଟ୍‌ରେ ରଖିଥିଲା। ଏହାପରେ ଜୈସ୍‌ ବିରୋଧରେ ପାକିସ୍ତାନ ସରକାର ପ୍ରଥମ ଥର ପାଇଁ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛନ୍ତି।