ଅର୍ମେନିଆ- ଆଜେରବାଇଜାନ ଯୁଦ୍ଧରେ ପାକିସ୍ତାନର ହସ୍ତକ୍ଷେପ, ଯୁଦ୍ଧ ସ୍ଥଳକୁ ପଠାଇଲା ସୈନିକ

ନୂଆଦିଲ୍ଲୀ,୧।୧୦: ବିବାଦୀୟ ଜମିକୁ ନେଇ ଅର୍ମେନିଆ ଓ ଆଜେରବାଇଜାନ ମଧ୍ୟ ଜାରି ରହିଛି ଯୁଦ୍ଧ। ଏ​ବେ ଏହି ଯୁଦ୍ଧରେ ପଡୋଶୀ ଦେଶ ପାକିସ୍ତାନ ମଧ୍ୟ ସାମିଲ ହେବାର ଚର୍ଚ୍ଚା କରାଯାଉଛି। ପାକିସ୍ତାନ ଆଜେରବାଇଜାନକୁ ସମର୍ଥନ କରି ଆର୍ମେନିଆକୁ ବିରୋଧରେ ଯୁଦ୍ଧ କରୁଛି। ନାଗୋର୍ନୋ-କରବାଖ ଯୁଦ୍ଧଗସ୍ତ କ୍ଷେତ୍ରରେ ନିଜର ସୈନିକଙ୍କୁ ମୁତୟନ କରିଥିବାର ଜଣାପଡିଛି। ଦୁଇ ନାଗରିକଙ୍କ ଭିତରେ ଫୋନରେ ହୋଇଥିବା କଥାବାର୍ତ୍ତା ଆଧାରରେ ଏକ ଆର୍ମେନିଆ ସମାଚାର ରିପୋର୍ଟରେ ଦାବି କରାଯାଇଛି। ତେବେ ପାକିସ୍ତାନ ପକ୍ଷରୁ ଏନେଇ କିଛି ସ୍ପଷ୍ଟ କରାଯାଇ ନାହିଁ। ଉଲ୍ଳେଖନୀୟ ଯେ, ସମ୍ପୂର୍ଣ୍ଣ ଯୁଦ୍ଧ ୪୪୦୦ ବର୍ଗ କିଲୋମିଟର କାରବାଖ ଅଞ୍ଚଳକୁ ନିଜ ଅକ୍ତିଆରେ ନେବାକୁ ନେଇ ଚାଲିଛି। ନାଗୋନା-କାରବାଖ ଅନ୍ତର୍ଜାତୀୟ ସ୍ତରରେ ଅଜରବେଜାନର ଅଂଶ ବୋଲି କୁହାଯାଏ,କିନ୍ତୁ  ଏହା ଉପରେ ଆର୍ମେନିଆର ଜାତୀୟ ଗୋଷ୍ଠୀ କବଜା କରିନେଇଛି। ଯୁଦ୍ଧରେ ଏପର୍ଯ୍ୟନ୍ତ ଅନେକ ଲୋକଙ୍କର ମୃତ୍ୟୁ ହୋଇସାରିଛି।

ଯୁଦ୍ଧରେ ପାକିସ୍ତାନ ଉପସ୍ଥିତିକୁ ନେଇ ସ୍ଥାନୀୟ ନ୍ୟୁଜ ଓ୍ବେବସାଇଟ୍  FreeNews.AM   ଅନୁସାରେ, ଦୁଇଜଣ ଲୋକଙ୍କ ଭିତରେ ଯେଉଁ କଥାବାର୍ତ୍ତା ହୋଇଥିଲା, ସେଥିରୁ ଆଜେରବାଇଜାନରେ ପାକିସ୍ତାନ ସେନାର ଉପସ୍ଥିତିର ଦାବି କରାଯାଇଛି। ଯେଉଁ କଥାବାର୍ତ୍ତା ଆଧାରରେ ପାକିସ୍ତାନର ଉପସ୍ଥିତି ନେଇ ଦାବି କରାଯାଉଛି ସେଥିରେ କୁହାଯାଉଛି, ଆମେ କିପରି ଲେଖି ପାରିବା? ମୋ ପାଖରେ ଟଙ୍କା ନାହିଁ, ଆମେ ଠିକ୍ ଅଛୁ, ଚିନ୍ତା କରନି ୭-୮ ଗାଁକୁ ସ୍ବାଧୀନ କରିଦିଆଯାଇଛି ଭୟ କରନି,ଜଣେ ଆଉ ଜଣେ ନାଗରିକଙ୍କୁ କହୁଛନ୍ତି, ହଁ ମୋତେ ଜଣାଅଛି, ମୁଁ ଇନଷ୍ଟାଗ୍ରାମରେ ଦେଖିଛି ଫିଜୁଲି, ଅଗଦମକୁ ମୁକ୍ତ କରାଯାଇଛି। କଥାବାର୍ତ୍ତାରେ ଆଗକୁ ପ୍ରଥମ ବ୍ୟକ୍ତି ଜଣକ ପଚାରିଥାଏ, ଇଣ୍ଟରନେଟରେ କ’ଣ ଅସୁବିଧା ଅଛି,ଏଠାରେ କାମ କାହିଁକି କରୁନି? ଏହାର ଜବାବରେ ଆଉ ଜଣେ କହୁଛନ୍ତି ତାଙ୍କ ମନ୍ତ୍ରଣାଳୟ ଏହାକୁ ବନ୍ଦ କରିଦେଇଛି। ଯେପରିକି ଏଠାରେ ବହୁ କିଛି ଜିନିଷ ରହିଥାଏ, ଲୋକମାନେ ଆର୍ମେନିଆର ଲୋକଙ୍କ ସମ୍ପର୍କରେ ଆସୁଛନ୍ତି, ତେଣୁ ସେମାନେ ଏହାକୁ ବନ୍ଦ କରିଦେଇଛନ୍ତି।

ଏହା ପଚରାଯିବା ପରେ କାହିଁକି ସୁଟିଂ ଅନ୍ୟ ନାଗରିକ କ୍ଷେତ୍ରରେ ହେଉଛି, ସେ କହିଛନ୍ତି, ଅଗଦମ ପକ୍ଷରୁ ସେ ପାକିସ୍ତାନ ସୈନିକଙ୍କୁ ଏକାଠି କରିଛି ଓ ତାଙ୍କୁ ଅଗଦମ ଆଡକୁ ନେଇ ଯାଇଛି।’ ପାକିସ୍ତାନ ତୁର୍କୀ ବ୍ୟତୀତ ଅନ୍ୟ ଦେଶ ରହିଛି, ଯେପରିକି ୧୯୯୧ରେ ଅଜରବୈଜାନର ସାର୍ବଭୌମତ୍ବକୁ ମାନ୍ୟତା ଦିଆଯାଇଥିଲା। ଇସଲାମାବାଦ ଓ ଅଙ୍କାରା ଭିତରେ ସମ୍ପର୍କକୁ ମଜବୁତ କରାଯାଇଥିଲା, କାରଣ ପରେ ସେ କଶ୍ମୀର ପ୍ରସଙ୍ଗ ନେଇ ପାକିସ୍ତାନର କାର୍ଯ୍ୟକୁ ଖୋଲାଖୋଲି ସମର୍ଥନ କରିଥିଲେ।

   ସମ୍ବନ୍ଧିତ ଖବର


ରୋହିତଙ୍କୁ ନେଇ ଚର୍ଚ୍ଚା: ଆହତ କାରଣରୁ ଟିମ୍‌ ଇଣ୍ଡିଆରୁ ବାଦ ପଡ଼ିଲେ ହିଟ୍‌ମ୍ୟାନ୍, ପରେ ଭାଇରାଲ ହେଲା ରୋହିତଙ୍କ ନେଟ୍‌ ପ୍ରାକ୍ଟିସ୍‌ ସମୟର ଫଟୋ

ପୁଲଓ୍ବାମାରେ ଏନକାଉଣ୍ଟର: ଜଣେ ଆତଙ୍କବାଦୀ ନିହତ, ଆଉ ଜଣେ ଆତଙ୍କୀ କଲା ଆତ୍ମସମର୍ପଣ

ପୁଣି କମିଲା ସୁନା ଦର, କେତେ କମିଲା ଜାଣନ୍ତୁ

AstraZenecaର ଟିକା ବୃଦ୍ଧଙ୍କ ପାଇଁ ପ୍ରଭାବଶାଳୀ ହେବ! ବଢ଼ାଇବ ରୋଗ ପ୍ରତିରୋଧକ ଶକ୍ତି

ବ୍ୟକ୍ତିଙ୍କର ଅଭିନବ ପ୍ରତିବାଦ – ଅନ୍ତଃବସ୍ତ୍ର ପିନ୍ଧି ଷ୍ଟୋର୍‌କୁ ଯିବାର ଭିଡ଼ିଓ ଭାଇରାଲ

ଚୀନ୍‌ ଏବଂ ପାକିସ୍ତାନକୁ ଚେତାବନୀ ଦେଲେ ଅଜିତ୍‌ ଡୋଭଲ୍‌ – ଏ ହେଉଛି ନୂଆ ଭାରତ, ଯେଉଁଠାରେ ବିପଦ ସେହିଠାରେ କରିବୁ ମୁକାବିଲା