PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟାଙ୍ଗୀରେ ୧୭ଟିକିଆ ହାତୀପଲ ଆତଙ୍କ, ଗାଁରେ ପଶିଲେ, ଫସଲ ନଷ୍ଟ କଲେ
  • ||
  • ଢେଙ୍କାନାଳ : ୧ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ଜଣେ ଗିରଫ
  • ||
  • କଳାହାଣ୍ଡି : ଜଙ୍ଗଲକୁ କାଠ ସଂଗ୍ରହ ପାଇଁ ଯାଇଥିଲେ ଯୁବକ, ଫାସରେ ପଡି ଜୀବନ ଗଲା
  • ||
  • ଚାନ୍ଦବାଲି : ମୁଖ୍ୟ ବଜାରରେ ହଠାତ୍ ଭୁଶୁଡିଲା ବିଦ୍ୟୁତ୍ ଖୁଣ୍ଟି, ଅଳ୍ପକେ ବର୍ତ୍ତିଲେ ପଥଚାରୀ
  • ||
  • ଭୁବନେଶ୍ୱର : ଏ ବର୍ଷ ଥରାଇବ ଶୀତ ଲହରୀ, ଜବର ଜାଡ଼ରେ ଥରିବ ଓଡ଼ିଶା, ଲମ୍ବିବ ଶୀତ ଅବଧି
  • ||
  • ଲାଞ୍ଜିଗଡ଼ : ବେଦାନ୍ତର ଏଲଏନଟି କଲୋନୀକୁ ପଶିଲା କରୋନା, ୩ ଶ୍ରମିକ ପଜିଟିଭ୍ ଚିହ୍ନଟ
  • ||
  • ସମ୍ବଲପୁର : ଆଜି ସମ୍ବଲପୁର ୧୨ ଘଣ୍ଟିଆ ବନ୍ଦ, ମମିତା ମେହେର୍ ହତ୍ୟା ପ୍ରସଙ୍ଗକୁ ନେଇ ରାସ୍ତାକୁ ଓହ୍ଲାଇଛି ବିଜେପି
  • ||

ପାକ୍ ରଚୁଛି ସାଂଘାତିକ‌ ଷଡ଼ଯନ୍ତ୍ର: ତାଲିବାନର ସ୍ଥାନ ନେବା ପାଇଁ ISI ଗଢୁଛି ଆଉ ଏକ ଆତଙ୍କୀ ସଂଗଠନ

ନୂଆଦିଲ୍ଲୀ ୦୬/୦୮: ଆଫଗାନିସ୍ତାନରେ ଆତଙ୍କବାଦୀ କାର୍ଯ୍ୟ ଜାରି ରଖିବା ପାଇଁ ପାକ୍‌ ନୂଆ ନୂଆ ଷଡ଼ଯନ୍ତ୍ର କରୁଛି। ଏବେ ସେଠାରେ ଶାନ୍ତି ପ୍ରତିଷ୍ଠା ପାଇଁ ଆମେରିକାର ଚାପରେ ଆଫଗାନ୍‌ ସରକାର ଓ ତାଲିବାନ ଆଲୋଚନା ଚଳାଇଥିଳାବେଳେ ତା’କୁ ଭଣ୍ଡୁର କରିବା ପାଇଁ ପାକ୍‌ ଗୁପ୍ତଚର ସଂସ୍ଥା ଆଇଏସଆଇ ପ୍ଲାନ୍‌ କରିଛି । ସିଏ ତାଲିବାନର ସ୍ଥାନ ନେବା ପାଇଁ ଆଉ ଏକ ଆତଙ୍କବାଦୀ ସଂଗଠନ ଗଠନ କରିବାକୁ ଉଦ୍ୟମ କରୁଛି ।

ଯଦି ଆଫଗାନ୍‌ ସରକାର ଓ ତାଲିବାନ ଭିତରେ ଚାଲିଥିବା ଆଲୋଚନା ସଫଳ ହୋଇଗଲା, ତାହାହେଲେ ଉକ୍ତ ସଂଗଠନ ତାଲିବାନର ସ୍ଥାନ ନେବ ଏବଂ ସେଠାରେ ହିଂସାକାଣ୍ଡ ଭିଆଇବା ଜାରି ରଖିବ । କିଛି ଦିନ ତଳେ ଆଫଗାନିସ୍ତାନର ରାଷ୍ଟ୍ରପତି ଅସରଫ ଘନି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଫୋନ ଯୋଗେ କଥା ହେଲାବେଳେ ପାକିସ୍ତାନର ଏହି ପ୍ଲାନ୍‌ ସମ୍ପର୍କରେ ସୂଚନା ଦେଇଥିଲେ ।