ପାକ୍ ସେନା FM ରେଡିଓ ମାଧ୍ଯମରେ ଆତଙ୍କୀଙ୍କ ପାଖରେ ପହଞ୍ଚାଉଛି ବାର୍ତ୍ତା

ନୁଆଦିଲ୍ଲୀ ୨୮/୮: ଜମ୍ମୁ କଶ୍ମୀରରୁ ଆର୍ଟିକଲ୍ ୩୭୦ ହଟିବା ପରେ ଭୟଭୀତ ପାକିସ୍ତାନ ନୂଆ ନୂଆ ପ୍ଲାନ୍ ବାହାର କରି ଭାରତରେ ଅଶାନ୍ତି ସୃଷ୍ଟି କରିବା ପାଇଁ ଚାହୁଛି । ପାକିସ୍ତାନୀ ସେନା ଲଗାତର, ଜୈଶ ଆତଙ୍କୀଙ୍କ ମାଧ୍ଯମରେ ଦେଶରେ ଅନୁପ୍ରବେଶ ପାଇଁ ଚେଷ୍ଟା କରୁଛି । ଅନ୍ଯପଟେ ଏଲଓସି ନିକଟରେ ଥିବା ଗ୍ରାମବାସୀଙ୍କୁ ନିଜ ଚାଲରେ ଫସେଇବା ପାଇଁ ପାକ୍ ସେନା ଏଫଏମ ରେଡିଓର ସାହାଯ୍ଯ ନେଉଛି । ପାକ୍ ସେନାର ନୂଆ ପ୍ଲାନ୍ ଅନୁସାରେ ନିୟନ୍ତ୍ରଣ ରେଖା ନିକଟରେ ଆତଙ୍କୀଙ୍କୁ ସନ୍ଦେଶ ପଠାଇବା ପାଇଁ ଏବଂ ଏଲଓସି ନିକଟରେ ଥିବା ଗାଁର ଜନତାଙ୍କୁ ଫସଇବା ପାଇଁ ପାକ୍ ସେନା ନିଜ ସିଗନଲ୍ କୋର ବ୍ୟବହାର କରୁଛି । ସିଗନଲ୍ କୋର୍ ରେଡିଓ ଫ୍ରେକ୍ୱିନ୍ସି ଜରିଆରେ ଆତଙ୍କୀମାନଙ୍କ ପର୍ୟ୍ୟନ୍ତ ମେସେଜ୍ ପହଞ୍ଚାଉଛି ।

ସୂଚନା ଅନୁସାରେ ପାକ୍ ସେନା ଏଫଏମ ରେଡିଓ ଷ୍ଟେସନକୁ ନିୟନ୍ତ୍ରଣ ରେଖା(ଏଲଓସି) ନିକଟରେ ସିଫ୍ଟ କରୁଛି । ପାକିସ୍ତାନର ୧୦ କୋର୍ କମାଣ୍ଡର ସିଗନଲ୍ କୋରକୁ ଏହି କାମ ଦେଇଛନ୍ତି । କୁହାଯାଉଛି ପାକିସ୍ତାନୀ ଆର୍ମି ପାକ୍ ଅଧିକୃତ  କଶ୍ମୀରରେ ସ୍ଥିତ ଏଫଏମ୍ ଟ୍ରାନ୍ସମିଶନ ଷ୍ଟେସନକୁ ଲାଇନ୍ ଅଫ କଣ୍ଟ୍ରୋଲ୍ ନିକଟରେ ସିଫ୍ଟ କରିବା ପାଇଁ ଆଦେଶ ଦେଇଛି । ଏହା ସହିତ ପାକ୍ ଆର୍ମି ଏଲଓସି ପାଖରେ ନୂଆ ଏଫଏମ୍ ଷ୍ଟେସନ ଲଗାଇବା ପାଇଁ ମଧ୍ଯ ଆଦେଶ ଦେଇଛି ।

   ସମ୍ବନ୍ଧିତ ଖବର


ଏହି ରାଜ୍ୟରେ କରୋନା ଗାଇଡ୍ ଲାଇନ୍ ନମାନିଲେ ୩ ବର୍ଷ ଜେଲ ଓ ଜରିମନା, ଜାଣନ୍ତୁ କ’ଣ ରହିଛି ନିୟମ

ଯୌନ କର୍ମୀଙ୍କ ପାଇଁ ଖୁସି ଖବର – କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କୁ ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ଯୌନକର୍ମୀଙ୍କୁ ସହାୟତା ଦିଅ

ଉପବାସରେ ରାଜ୍ୟସଭାର ଉପ-ସଭାପତି: ଉପରାଷ୍ଟ୍ରପତିଙ୍କୁ ୩ ପୃଷ୍ଠାର ଚିଠି ଲେଖି କହିଲେ- ବହୁତ କଷ୍ଟ ଲାଗିଛି, ସାରା ରାତି ଶୋଇପାରିନି…’

ବଲିଉଡ ପାର୍ଟିରେ ଡ୍ରଗ୍ସ ଅଫର କରାଯାଏ, ମନା କଲେ ବୟକଟ୍ କରି ଦିଆଯାଏ ନଚେତ୍ କାମ ମିଳେନି: ଅକ୍ଷରା ସିଂ

ଏହି ଦେଶରେ ବିବାହ ପରେ ନବଦମ୍ପତ୍ତିଙ୍କୁ ଉପହାରରେ ସରକାର ଦେବେ ୪.୨୦ ଲକ୍ଷ ଟଙ୍କା, ଜାଣନ୍ତୁ କ’ଣ ରହିଛି ନିୟମ

ଆଉ ଅତ୍ୟାବଶ୍ୟକୀୟ ସାମଗ୍ରୀ ତାଲିକାରେ ରହିବନି ଆଳୁ-ପିଆଜ, ୬୫ ବର୍ଷ ପୁରୁଣା ନିୟମରେ ହେଲା ପରିବର୍ତ୍ତନ