ବାଲକୋଟରୁ ଆତଙ୍କବାଦୀଙ୍କ ମୃତଦେହ ଉଠାଇ ପ୍ରମାଣ ନଷ୍ଟ କରୁଛି ପାକ୍

ନୂଆଦିଲ୍ଲୀ,୨୬।୨: ପୁଲଓ୍ବାମାରେ ଆତଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନ ସୀମାରେ ପଶି ଭାରତ କରିଛି ଏୟାର ଷ୍ଟ୍ରାଇକ୍। ଭାରତୀୟ ବାୟୁସେନା ପାକିସ୍ତାନର ବାଲକୋଟରେ ବିମାନ ଯୋଗେ ଏୟାର ଷ୍ଟ୍ରାଇକ୍ କରି ଜୈଶ-ଏ-ମହମ୍ମଦର ଆତଙ୍କବାଦୀଙ୍କୁ ମାରିଛି। କିନ୍ତୁ ଏଥିରେ ପାକିସ୍ତାନ ଭୟଭୀତ ହୋଇ ଭାରତ ଉପରେ ଦୁପ୍ରଚାର କରୁଥିବାର ଅଭିଯୋଗ କରିଛି। ନିଜର ମିଛ କାହାଣୀକୁ ସତ କରିବା ପାଇଁ ଏବେ ପାକିସ୍ଥାନ ଆକ୍ରମଣ ସ୍ଥଳୀରୁ ମୃତଦେହ ଉଠାଇ ପ୍ରମାଣ ନଷ୍ଟ କରିବାକୁ ଚେଷ୍ଟା କରୁଛି। ଭାରତୀୟ ସୁତ୍ରରୁ ମିଳିଥିବା ଖବର ଅନୁସାରେ ପାକିସ୍ତାନ ସେଠାର ଗଣମାଧ୍ୟମକୁ ନେବା ପୂର୍ବରୁ ଆତଙ୍କବାଦୀଙ୍କ ମୃତଦେହ ହଟାଇବାରେ ଳାଗିଛି। ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଶାହା ମେହମୁଦ କ୍ୟୁରେସୀ ନିଜର ବୟାନରେ କହିଛନ୍ତି ଆମର ହେଲିକପ୍ଟର ଗଣମାଧ୍ୟମକୁ ବାଲକୋଟ୍ ନେବାକୁ ପ୍ରସ୍ତୁତ। କିନ୍ତୁ ଖରାପ ପାଣିପାଗ କାରରରୁ କିଛି ସମୟ ଲାଗିବ। ଏଭଳି କରି ପାକିସ୍ତାନ ଦେଖାଇବାକୁ ଚାହେଁ ସେଠାରେ ଆତଙ୍କବାଦୀ ନଥିଲେ ଓ ଭାରତ କୌଣସି ଆକ୍ରମଣ କରିନାହିଁ।