ଶିଶୁଙ୍କୁ ଢାଲ କରି କଶ୍ମୀରରେ ଆତଙ୍କ ସୃଷ୍ଟି କରିବା ଯୋଜନାରେ ପାକିସ୍ତାନ,ଭାରତୀୟ ସେନା କଲା ଏଭଳି ବିଫଳ

ନୂଆଦିଲ୍ଲୀ,୬।୮: ଜମ୍ମୁ-କଶ୍ମୀରୁ ଧାରା ୩୭୦ ଉଚ୍ଛେଦ ପରେ ରାଗରେ ଅସ୍ତବ୍ୟସ୍ତ ହୋଇପଡିଥିବା ପାକିସ୍ତାନ ପ୍ରତିଦିନ କିଛି ନା କିଛି ଯୋଜନା ଭାରତ ବିରୋଧରେ କରୁଛି। ଏବେ ପୁଣିଥରେ ପାକିସ୍ତାନ ଜମ୍ମୁ-କଶ୍ମୀରର ସାଧାରଣ ଲୋକଙ୍କୁ ମୋହରା କରି ଏକ ନୂଆ ଚାଲ୍ ଚଳାଇବାର ଚେଷ୍ଟା କରୁଛି। ତେବେ ଭାରତୀୟ ସେନା ପାକିସ୍ତାନର ଏହି ନୀଚ ଯୋଜନାକୁ ବିଫଳ କରିଦେଇଛି।

ପାକିସ୍ତାନୀ ସେନା ଓ ଆତଙ୍କବାଦୀ ସଂଗଠନ ଏକାଠି ମିଶି ପିଓକେର ସ୍ଥାନୀୟ ଲୋକଙ୍କୁ ଉସକାଇବାର ଚେଷ୍ଟା କରୁଛନ୍ତି। ଗତ ବୁଧବାର ଏଲଓସି ନିକଟରେ ବିରୋଧ ପ୍ରଦର୍ଶନ କରିବାର ଆହ୍ବାନ କରିଥିଲେ। ଶତାଧିକ ଲୋକ ଓ ସ୍କୁଲ ପିଲାଙ୍କୁ ନେଇ ଏଲଓସି ନିକଟରେ ପହଁଞ୍ଚିଥିଲେ। ସେମାନେ କଶ୍ମୀରବାସୀଙ୍କୁ ଏହା ଦେଖାଇବାକୁ ଚାହୁଁଛନ୍ତି ଯେ, ସେମାନେ ତାଙ୍କ ସହିତ ରହିଛନ୍ତି।

ଏହି ଲୋକମାନେ ଯେତେବେଳେ ଏଲଓସି ନିକଟରେ ପହଁଞ୍ଚିଥିଲେ ଓ ଭାରତ ବିରୋଧରେ ସ୍ଲୋଗାନ ଦେବା ଆରମ୍ଭ କରିଥିଲେ ଏହାକୁ ଭାରତୀୟ ସେନା ଅଣଦେଖା କରିଦେଇଥିଲା। ସେମାନଙ୍କର ଯୋଜନା ଥିଲା ସେନାର କୌଣସି କାର୍ଯ୍ୟାନୁଷ୍ଠାନକୁ ବଡ ପ୍ରସଙ୍ଗ କରି ହଙ୍ଗାମା କରିବା। କିନ୍ତୁ ସେନା ସେମାନଙ୍କ ଯୋଜନାକୁ ବିଫଳ କରିଦେଇଥିଲା, ଯାହାଫଳରେ ପାକିସ୍ତାନ ପୁଣିଥରେ ଭାରତ ବିରୋଧରେ ଚେଷ୍ଟା କରି ଫେଲ୍ ମାରିଛି।

ପାକିସ୍ତାନ ସରକାର ଚାହୁଁଥିଲା ସ୍ଥାନୀୟ ଲୋକଙ୍କୁ ଏଲଓସି ନିକଟକୁ ଯେପରି ଆଣିବ, ଯାହାଫଳରେ ଭାରତୀୟ ସେନା କୌଣସି କାର୍ଯ୍ୟାନୁଷ୍ଠାନ କଲେ ତା’ର ଅପପ୍ରଚାର କରି ପାରିବ ଓ ଅନ୍ତଃର୍ଜାତୀୟ ସ୍ତରରେ ଏହାକୁ ଉଠାଇବ। ରାଜୌରି ଜିଲ୍ଲାରେ ଥିବା ଲାମା ସେକ୍ଟର ଆରପଟେ ପିଓକେ ଖୁଜରେଟା ସହର ପାଖରେ ଚରୋଇର ଲୋକ ଏଲଓସି ପାଖରେ ପହଁଞ୍ଚିଥିଲେ ଓ ଗଛ ଉପରେ ଚଢି ଭାରତୀ ସେନା ଓ ଭାରତ ବିରୋଧରେ ସ୍ଲୋଗାନ ଦେଇଥିଲେ। କିନ୍ତୁ ଭାରାତୀୟ ସେନା ଧର୍ଯ୍ୟ ନହରାଇ  ନିଜର କାମ କରିଥିଲା। କୌଣସି କାର୍ଯ୍ୟାନୁଷ୍ଠାନ ନହେବା କାରଣରୁ ଏହି ଲୋକମାନେ ଶେଷରେ ଚୁପ୍ ହୋଇ ଫେରିଯାଇଥିଲେ।

   ସମ୍ବନ୍ଧିତ ଖବର


ବିଏସ୍‌ପିର ୭ ବିଦ୍ରୋହୀ ବିଧାୟକଙ୍କୁ ନିଲମ୍ବିତ କଲେ ମାୟାବତୀ, କହିଲେ- ଏସପିକୁ ଶିକ୍ଷା ଦେବାକୁ ବିଜେପିକୁ ଭୋଟ୍ ଦେବାକୁ ପଛେଇବି ନାହିଁ

୪୦ ମିନିଟ୍ ପର୍ଯ୍ୟନ୍ତ ନିଖୋଜ ହୋଇଗଲା ବିଜେପି ନେତା ମନୋଜ ତିଓ୍ବାରୀଙ୍କ ହେଲିକାପ୍ଟର, ପାଟନାରେ କଲା ଜରୁରୀକାଳୀନ ଅବତରଣ…

ଭାରତକୁ ଆମେରିକାର ନୂଆ ପ୍ରସ୍ତାବ: ନୌସେନାକୁ ଦେବ ଏଫ-୧୮ ଯୁଦ୍ଧବିମାନ, ବିମାନବାହୀ ଯୁଦ୍ଧଜାହାଜରେ ଏଗୁଡିକୁ କରାଯିବ ମୁତୟନ

ସମାଜବାଦୀ ପାର୍ଟି ପତାକା ରଙ୍ଗରେ ତିଆରି ହେଲା ରେଲଓ୍ବେ ହସପିଟାଲ ଶୌଚାଳୟ, ଦଳ କହିଲା ତୁରନ୍ତ ନିଆଯାଉ କାର୍ଯ୍ୟାନୁଷ୍ଠାନ…

ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ କେଶୁଭାଇ ପଟେଲଙ୍କ ପରଲୋକ, କରୋନାରୁ ସୁସ୍ଥ ହୋଇ ଫେରିଥିଲେ

ଭାରତକୁ ସାଉଦିର ଦୀପାବଳି ଉପହାର: ପାକ୍‌ ମାନଚିତ୍ରରୁ କାଶ୍ମୀର, ଗିଲଗିଟ୍‌କୁ ଦେଲା ବାଦ