PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେବଗଡ : ରିଆମାଳ ରେଞ୍ଜ ନୁଆଁଡିହି ସେକ୍ସନ ଖିଲେଇ ଜଙ୍ଗଲରେ ହାତୀ ଆକ୍ରମଣ ଯୋଗୁଁ ବନ ଶ୍ରମିକ ଗୁରୁତର
  • ||
  • କୋଣାର୍କ : ରୋଗ କଷ୍ଟ ସହିନପାରି ସ୍କୁଲ ହତାରେ ଆତ୍ମହତ୍ୟା କଲେ ବୃଦ୍ଧ
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୫୦କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୩୪ ପଜେଟିଭ୍
  • ||
  • ନୀଳଗିରି : ମାଡ଼ିଆସୁଛନ୍ତି ନୀଳଗିରି ଆଡକୁ ଝାଡ଼ଖଣ୍ଡ ହାତୀ, ଚାଷୀ ଆତଙ୍କିତ
  • ||
  • କଳାହାଣ୍ଡି : ପୋଖରୀରେ ବୁଡି ୨ ଶିଶୁ ମୃତ
  • ||
  • ଜଳେଶ୍ଵର : ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ଜଳକା, ବନ୍ୟା ପାଣି ଘେରରେ ୧୦ରୁ ଉର୍ଦ୍ଧ୍ଵ ଗ୍ରାମ
  • ||
  • ଲମତାପୁଟ : ଅଟୋରୁ ୧୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଗାଡି ଛାଡି ୨ ମାଫିଆ ଫେରାର୍
  • ||

ମୌସମ ବିଗାଡ଼ିଦେଲା ମୌସୁମୀ ବର୍ଷା; ରାଜଧାନୀର ରାଜରାସ୍ତା ପାଲଟିଲା ଖରସ୍ରୋତା ନଦୀ, କାଗଜ ଡଙ୍ଗା ପରି ଭାସିଲା ଗାଡ଼ି ମଟର

pic-navbharattimes

ଇସ୍‌ଲାମାବାଦ: ମୌସୁମୀ ବର୍ଷା ଭାରତ ସମେତ ଚୀନ ଓ ପାକିସ୍ତାନକୁ ବି ନାକେଦମ କରିଛି। ଚୀନର ମଧ୍ୟପ୍ରାନ୍ତର ହୁନାନ ଅଞ୍ଚଳରେ ବର୍ଷା ତାଣ୍ଡବ ରଚିଥିବା ବେଳେ ଏବେ ପାକିସ୍ତାନର ରାଜଧାନୀରେ ସ୍ଥିତି ବନ୍ୟା ପରି। ରାଜଧାନୀରେ ରାଜରାସ୍ତା କିଛି ସମୟ ପାଲଟି ଯାଇଥିଲା ଖର ସ୍ରୋତା ନଦୀ ପରି। ରାସ୍ତାରେ ପାର୍କିଂ ହୋଇଥିବା ଗାଡ଼ି ମଟର ଏମିତି ଭାସିଥିଲା ଯେ ଲାଗୁଥିଲା କାଗଜ ଡଙ୍ଗା ଭାସୁଛି।

ଯାହାର ଭିଡିଓ ବର୍ତ୍ତମାନ ସୋଶଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ପାକିସ୍ତାନ କ୍ରିକେଟର ରାୱଲପିଣ୍ଡି ଏକ୍ସପ୍ରେସ କୁହାଯାଉଥିବା ପୂର୍ବତନ କ୍ରିକେଟର ଶୋଏବ ଅକ୍ତର ମଧ୍ୟ ଏହି ଭିଡିଓକୁ ଟ୍ୱିଟ୍ କରିଥିଲେ।   

ଟ୍ୱିଟ୍ କରି ସେ ଲେଖିଥିଲେ ” ସକାଳୁ ସକାଳୁ ପାକିସ୍ତାନର ଜନତା କିଛି ଏମିତି ଦୃଶ୍ୟ ଦେଖିଛନ୍ତି। ଏହି ଦୃଶ୍ୟ ସେକ୍ଟର-୧୧ର। ଲୋକଙ୍କ ସୁରକ୍ଷାର କାମନା କରୁଛି।” ଏପଟେ ଲୋକଙ୍କ ସହଯୋଗ ପାଇଁ ପ୍ରଶାସନ ଏପର୍ଯ୍ୟନ୍ତ ପହଞ୍ଚିନଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ତେବେ ଘଟଣାରେ ବିରୋଧୀ ଦଳ ମଧ୍ୟ ଟ୍ୱିଟ୍ କରି ଇମ୍ରାନଖାନଙ୍କୁ ସରକାରଙ୍କୁ ସମାଲୋଚନା କରିଥିବା ବେଳେ ଇସ୍‌ଲାମାବାଦ ଡେପୁଟି କମିଶନର ମହୁମ୍ମଦ ହମ୍‌ଜା ସଫାକତ କହିଛନ୍ତି, ସଫେଇ କାର୍ଯ୍ୟା ଜାରି ରହିଛି।

ସୂଚନା ଥାଉକି, ଚୀନରେ ମଧ୍ୟ ମୌସୁମୀ ବର୍ଷା ତାଣ୍ଡବ ରଚିଛି। ଦେଶର ମଧ୍ୟପ୍ରାନ୍ତର ହୁନାନ ଅଞ୍ଚଳରେ ଗତ ସପ୍ତାହନ୍ତରୁ ପ୍ରବଳ ବର୍ଷା ଯୋଗୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏଥିରେ ହଜାର ହଜାର ଲୋକ ବିସ୍ଥାପିତ ହୋଇଥିବା ବେଳେ ୧.୨୨ ବିଲିୟନ ୟୁଆନ୍ ଅର୍ଥାତ୍ ପାଖାପାଖି ୧୯୦ ମିଲିୟନ ଡଲାର ଆର୍ଥିକ କ୍ଷତି ହୋଇଛି। ତେବେ ସବୁଠାରୁ ଦୁଃଖଦ କଥା ହେଲା ବିଦେଶୀ ଗଣମାଧ୍ୟମ ଖବର ପରିବେଶଷଣ କରିବାକୁ ଘଟଣାସ୍ଥଳକୁ ଯିବା ବେଳକୁ ସେମାନେ ଦୁର୍ବ୍ୟବହାର ଶିକାର ହୋଇଥିବା ଅଭିଯୋଗ ହୋଇଥିଲା।

ସମ୍ବନ୍ଧିତ ଖବର