PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର: ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍: ୨୪ ଘଣ୍ଟା ମଧ୍ୟରେ ୧୨ ଜଣ କୋଭିଡ୍ ପଜିଟିଭ ଚିହ୍ନଟ
  • ||
  • ସମ୍ବଲପୁର: ଶୀତଳ ଷଷ୍ଠୀ ପାଇଁ ପୂର୍ବ ପ୍ରସ୍ତୁତି: ୩ ତାରିଖରୁ ୭୨ ଘଣ୍ଟା ପାଇଁ ସମସ୍ତ ମଦ ଦୋକାନ ସିଲ୍
  • ||
  • ଭୁବନେଶ୍ୱର: ଆଜିଠୁ ଅଲ୍‌ ଓଡ଼ିଶା ସନ୍ତରଣ ପ୍ରତିଯୋଗିତା, ୨୦ଟି ଜିଲ୍ଲାରୁ ୨୫୮ ଜଣ ପ୍ରତିଯୋଗୀ ହେବେ ସାମିଲ
  • ||
  • ଭୁବନେଶ୍ୱର: ଆହୁରି କଲବଲ କରିବ ଅସହ୍ୟ ତାତି ସାଙ୍ଗକୁ ଗୁଳୁଗୁଳି , ଜୁନ୍‌ ୨ ତାରିଖ ଯାଏଁ ଜାରି ରହିବ ଗ୍ରୀଷ୍ମ ପ୍ରକୋପ
  • ||
  • ବାରଙ୍ଗ: ନନ୍ଦନକାନନରେ ଆଖିବୁଜିଲା ଆଫ୍ରିକୀୟ ସିଂହ, ୧୬କୁ ହ୍ରାସ ପାଇଲା ସିଂହଙ୍କ ସଂଖ୍ୟା
  • ||

ରାଓ୍ବଲପିଣ୍ଡିର ସେନା ହସ୍ପିଟାଲରେ ବସି ପୁଲଓ୍ବାମା ଆକ୍ରମଣର ଷଡଯନ୍ତ୍ର ରଚିଥିଲା ଆଝାର

ନୂଆଦିଲ୍ଳୀ,୧୮।୨: (ଏଜେନ୍ସି)ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣ ଘଟଣାର ସମସ୍ତ ଯୋଜନା ଜୈଶ-ଇ-ମହମ୍ମଦର ମୁଖ୍ୟ ମାସୁଦ ଆଝାର ରାଓ୍ବଲପିଣ୍ଡି ସେନା ହସ୍ପିଟାଲରେ ତା’ର ଚିକିତ୍ସା ଚାଲିଥିବା ବେଳେ କରିଥିଲା। ସେ ଏହି ଆାକ୍ରମଣ ତା’ ପୁତୁରା ଉସ୍ମାନର ହତ୍ୟାର ପ୍ରତିଶୋଧ ନେବାକୁ କରିଥିଲା।  ଉସ୍ମାନକୁ  ସୁରକ୍ଷାକର୍ମୀମାନେ ଗତ ବର୍ଷ ଅକ୍ଟୋବରରେ ତ୍ରାଲରେ ମାରିଥିଲେ। ପୁତୁରାର ହତ୍ୟା ପ୍ରତିଶୋଧ ନେବାକୁ ଆଝାର ବହୁଦିନ ହେବ ନୂଆ ଲୋକଙ୍କୁ ଖୋଜୁଥିଲା। ସେ ଏଭଳି ଏକ ଲୋକ ଖୋଜୁଥିଲା ଯାହାର ବ୍ରେନ ଓ୍ବାଶ କରି ତାକୁ ଆତ୍ମଘାତୀ ରୂପରେ ବ୍ୟବହାର କରିପାରିବ। ଶେଷର ସେ ଆଦିଲ ଅହମ୍ମଦ ଡାରକୁ ଏଥିପାଇଁ ବ୍ୟବହାର କରି ୪୦ ଜଣ ସିଆରପିଏଫ୍ ଯବାନଙ୍କ ହତ୍ୟା ଷଡଯନ୍ତ୍ର ରଚି ସଫଳ ହୋଇଥିଲା।

source: https://www.indiatvnews.com

ଏବେ ଆଝାରର ଚିକିତ୍ସା ପାକିସ୍ତାନର ସେନା ହସ୍ପିଟାଲରେ ଜାରି ରହିଛି। ରିପୋର୍ଟ ଅନୁସାରେ ପୁଲଓ୍ବାମା ଆକ୍ରମଣର ପ୍ରାୟ ୮ ଦିନ ପୂର୍ବରୁ ଆଝର ଏକ ଅଡିଓ ଟେପ୍ ଜାରି କରିଥିଲା। ଏଥିରେ ସେ କହୁଥିଲା ଏହି ଲଢେଇରେ ମୃତ୍ୟୁ ଠାରୁ ଆଉ ଅଧିକ କିଛି ଅଧିକ ନାହିଁ। କେହି ମୋତେ ଆତଙ୍କୀ କହିପାରେ, କେହି ନିକମା, ପାଗଳ ଓ ଆଉ କେହି ଶାନ୍ତି ପାଇଁ ବିପଦ ବୋଲି କହିପାରେ। ଏପରିକି ଆଝାର ପୁଲଓ୍ବାମା ଆକ୍ରମଣ ଘଟଣା ସମ୍ପର୍କରେ ୟୁଜେସି (ୟୁନାଇଟେଡ୍ ଜେହାଦ କାଉନସିଲ୍)ର ଅନ୍ୟ ମେଣ୍ଟ ଆତଙ୍କବାଦୀ ସଂଗଠନ ଗୁଡିକୁ ମଧ୍ୟ ସୂଚନା ଦେଇନଥିଲା। ଏହି ଟେପ୍ ଜରିଆରେ ଆଝାର କହିଛି ସେ  ନିଜ ପୁତୁରା ଅବଦୁଲ ରଶିଦ ଗାଜିକୁ କାଶ୍ମୀର ଘାଟିରେ ଯୁବପୀଢିଙ୍କ ବ୍ରେନଓ୍ବାଶ୍ କରିବା ଓ ତାଙ୍କୁ ଆଇଇଡି ବିସ୍ଫୋରଣ ସହିତ ଆତ୍ମଘାତୀ ଆକ୍ରମଣ ପାଇଁ ପ୍ରସ୍ତୁତ କରିବାର ଦାୟିତ୍ବ ଦେଇଥିଲା।

source: https://newsroompost.com

ଅନ୍ୟପକ୍ଷେ ୟୁଜେସିର ବୈଠକରେ ନୂଆ ଲଞ୍ଚପ୍ୟାଡ୍ ତିଆରି କରିବା ନେଇ ସହମତି ପ୍ରକାଶ କରିଥିଲା। ଏହା ପରେ ଏକ ବୈଠକରେ ପିଓକେର ମୁଜାଫରାବାଦରେ ହୋଇଥିଲା। ଯେଉଁଥିରେ ଆତ୍ମଘାତୀ ଆକ୍ରମଣ ଉପରେ ଚର୍ଚା ହୋଇଥିଲା। ଏହି ବୈଠକ ୟୁଜେସିର ମୁଖ୍ୟ ଓ ହିଜବୁଲର କମାଣ୍ଡର ସଇଦ ସଲାହୁଦ୍ଦିନ୍ ନେତୃତ୍ବରେ ହୋଇଥିଲା।  ବୈଠକରେ ହିଜବୁଲର ଦ୍ବିତୀୟ ବଡ ନେତା ଓ ଡେପୁଟି କମାଣ୍ଡର ଇମତିଆଜ ଆଲମ, ଝେଲମ ଘାଟିର ଡାକ୍ତର ଅବୁ ଖାଲିଦ, ତହରିକ୍ ଅଲ ମୁଝାହିଦ୍ଦିନର ଶେଖ୍ ଜମିଉଲ ରହମାନ ଓ ପାକିସ୍ତାନ ଗୁଇନ୍ଦା ଏଜେନ୍ସିର ବ୍ରିଗେଡିୟର ଜୁବେର ସାମିଲ ହୋଇଥିଲେ। ଏହି ଆକ୍ରମଣରେ ଜୈଶର କୌଣସି ଆତଙ୍କବାଦୀଙ୍କୁ ବ୍ୟବହାର ନକରିବା ସହ ନୂଆ ଚେହେରାକୁ ବ୍ୟବହାର କରିବା ନେଇ ନିର୍ଦେଶ ଦିଆଯାଇଥିଲା।