PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବୌଦ୍ଧ ପୋଲିସ ପକ୍ଷରୁ ଖଜୁରୀପଡା ଛକ ନିକଟରୁ ପିକପ ଭ୍ୟାନ ସହ ଚାରି କୁଣ୍ଟାଲ ଗଞ୍ଜେଇ ଜବତ ୨ ଗିରଫ
  • ||
  • ଭୁବନେଶ୍ଵର : ଛୋଟ ଛୁଆଙ୍କୁ କୋଭିଡ୍ ସଂକ୍ରମଣ ଆଶଙ୍କା କମ୍, ଛୋଟ ପିଲାଙ୍କ ମଧ୍ୟରେ ରହିଛି ୫୦ରୁ ୬୦ % ଆଣ୍ଟିବଡି – ନିରୋଜ ମିଶ୍ର
  • ||
  • ସୁନ୍ଦରଗଡ଼: ୧୫ ଗ୍ରାମର ବ୍ରାଉନସୁଗାର ଜବତ, ୫ ଗିରଫ
  • ||
  • ବାଲେଶ୍ୱର: ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟରେ ଆରମ୍ଭ ହେଲା ହାଇଦରର ପୋଷ୍ଟମର୍ଟମ, ମାଜିଷ୍ଟେ୍ରଟ୍‌ଙ୍କ ଉପସ୍ଥିତିରେ ​ପୋଷ୍ଟମର୍ଟମ କରିବେ​‌ ୩ ଜଣିଆ ଡାକ୍ତରୀ ଟିମ୍
  • ||
  • ରଙ୍ଗେଇଲୁଣ୍ଡା: ହଳଦିଆପଦର ନିକଟରେ ଟ୍ରାକ୍ଟର ସହ ଅଟୋ ଦୁର୍ଘଟଣା, ୩ ମହିଳା ମତ୍ସ୍ୟଜୀବୀ ଗୁରୁତର
  • ||
  • ସୋର: ହାଇଦର୍ ଏନ୍‌କାଉଣ୍ଟର ସ୍ଥଳରୁ ୨ଟି ଗୁଳି ଜବତ କଲା ପୋଲିସ ଓ ସାଇଣ୍ଟିଫିକ୍‌ ଟିମ୍‌
  • ||
  • ଭୁବନେଶ୍ୱର: ଓଡ଼ିଶାରେ ଆଉ ୬୭ଜଣଙ୍କ ଜୀବନ ନେଲା କରୋନା, ସାଢ଼େ ୫ ହଜାର ଟପିଲା ମୃତ୍ୟୁସଂଖ୍ୟା
  • ||
  • ଭୁବନେଶ୍ୱର: ରାଜ୍ୟରେ ୨୪ ଘଣ୍ଟା ଭିତରେ ଚିହ୍ନଟ ହେଲେ ଆଉ ୧୮୩୩ ଜଣ କରୋନା ପଜିଟିଭ୍
  • ||
  • ଭୁବନେଶ୍ୱର : ରାଜଧାନୀରେ କାୟା ମେଲାଉଛି ଡେଙ୍ଗୁ, ୧୨ ଦିନରେ ଆକ୍ରାନ୍ତଙ୍କ ସଂଖ୍ୟା ୨୫୦ ପାର୍
  • ||
  • ପାରଳାଖେମୁଣ୍ଡି : ଏସିଏଫ୍‌ ସୌମ୍ୟରଞ୍ଜନ ଡେଥ୍ ମିଷ୍ଟ୍ରି, ବଲାଙ୍ଗୀରରେ ପାରଳା ପୁଲିସର ୫ଜଣିଆ ଟିମ୍‌, ବିଦ୍ୟାଙ୍କ ପାର୍ଟି ସହ ସୌମ୍ୟ ମୃତ୍ୟୁର ଲିଙ୍କ୍‌ ଖୋଜିବ
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟା ଭିତରେ ଚିହ୍ନଟ ହେଲେ ଆଉ ୧୮୩୩ ଜଣ କରୋନା ପଜିଟିଭ୍
  • ||
  • ଜଳେଶ୍ଵର : ମନ୍ଦାର ଫୁଲ ଗଛ କଟାକୁ ନେଇ ଶଳାକୁ ଭିଣୋଇର ସଙ୍ଘବଦ୍ଧ ଆକ୍ରମଣ, ସଜ୍ଞାହୀନ ଅବସ୍ଥାରେ ନଦୀ କୂଳରୁ ଉଦ୍ଧାର
  • ||
  • ଭୁବନେଶ୍ୱର : ୨୮ରେ ପୁଣି ଏକ ଲଘୁଚାପ, ୨୭ରୁ ବଢ଼ିବ ବର୍ଷା
  • ||

ଭୟରେ ଥରିଲା ପାକିସ୍ତାନ: ଜାତିସଂଘକୁ କଲା ଗୁହାରୀ, ଭାରତକୁ ରୋକ

source:http://dunyanews.tv

ନୁଆଦିଲ୍ଲୀ ୧୯/୨: ପୁଲୱାମା ଆକ୍ରମଣ ପରେ ଭାରତ ପାକିସ୍ତାନ ଉପରେ ଆନ୍ତର୍ଜାତୀୟ ଚାପ ପକାଇବା ଆରମ୍ଭ କରିସାରିଲାଣି । ଏବେ ଭୟରେ ଥରୁଛି ପାକିସ୍ତାନ । ଭାରତର ଆକ୍ସନରେ ଭୟକରି ପାକିସ୍ତାନ ପୁଣି ୟୁଏନର ଶରଣରେ ପହଞ୍ଚିଛି । ପାକିସ୍ତାନର ବୈଦେଶିକ ମନ୍ତ୍ରୀ ସାହ ମହମୁଦ କ୍ଯୁରେଶୀ UN ମହାସଚିବ ଏନ୍ତୋନିଓ ଗୁତେରେସଙ୍କୁ ଏକ ଚିଠି ଲେଖି ଭାରତ ବିରୁଦ୍ଧରେ ଅଭିଯୋଗ କରିଛନ୍ତି ।

ମହମୁଦ କ୍ଯୁରେଶୀ ଚିଠିରେ କହିଛନ୍ତି ପୁଲୱାମା ଆକ୍ରମଣ ପରେ ଭାରତ ସରକାର ପାକିସ୍ତାନ ଉପରେ ଚାପ ପକାଇବା ଆରମ୍ଭ କରିଦେଇଛନ୍ତି । ସେ ଅଭିଯୋଗ କରିଛନ୍ତି ଯେ ନିର୍ବାଚନ ପୂର୍ବରୁ ହିନ୍ଦୁ ଭୋଟ୍ ହାତେଇବା ପାଇଁ ଭାରତ ଏହି ଯୋଜନା କରିଛି ଏବଂ ପାକିସ୍ତାନ ବିରୁଦ୍ଧରେ ସମସ୍ତଙ୍କୁ ଉସକାଉଛି । ସେ ଏହା ମଧ୍ଯ ଚିଠିରେ ଉଲ୍ଲେଖ କରିଛନ୍ତି ଯେ ଯଦି ପୁଲୱାମା ଆକ୍ରମଣରେ ପାକିସ୍ତାନର ହାତ ଅଛି ତେବେ ଭାରତକୁ ଏହାର ପ୍ରମାଣ ଦେବାକୁ ପଡିବ । ସେ ଲେଖିଛନ୍ତି ଯେ ୟୁଏନକୁ ଆକ୍ସନ ନେବା ଉଚିତ୍ ଏବଂ ଭାରତକୁ ରୋକିବା ଉଚିତ୍ ।

ଭାରତ ନେଇଛି ଏହି ଆକ୍ସନ
ପ୍ରଥମେ ଭାରତ ପାକିସ୍ତାନକୁ ଦେଇଥିବା ମୋଷ୍ଟ ଫେୱର୍ଡର ଷ୍ଟାଟସ୍ ଫେରାଇ ନେଇଛି । ଏହାପରେ ଆନ୍ତର୍ଜାତୀୟ ସ୍ତରରେ ପାକିସ୍ତାନକୁ ଅଲଗା ଅଲଗା କରିବା ପାଇଁ ଅନ୍ୟ ଦେଶମାନଙ୍କ ସହିତ ଆଲୋଚନା ଆରମ୍ଭ କରିଦେଇଛି । ଏହାସହିତ କାଶ୍ମୀରରେ ଥିବା ପାକିସ୍ତାନୀ ଆତଙ୍କବାଦୀଙ୍କ ବିରୁଦ୍ଧରେ ଆକ୍ସନ ନେବା ଆରମ୍ଭ କରିଦେଇଛନ୍ତି ଭାରତୀୟ ସୁରକ୍ଷାବଳ ।

ସମ୍ବନ୍ଧିତ ଖବର