ପାକିସ୍ତାନରେ ହିନ୍ଦୁଙ୍କ ଉପରେ ଅତ୍ୟାଚାର: ମନ୍ଦିର ଓ ସ୍କୁଲ ଭାଙ୍ଗିଲେ, ଜଣେ ହିନ୍ଦୁ ପ୍ରିନ୍ସପାଲଙ୍କୁ ପିଟିଲେ

କରାଚି ୧୬/୯: ପାକିସ୍ତାନର ସିନ୍ଧ ପ୍ରାନ୍ତରେ ପୁଣି ହିନ୍ଦୁ ସମୁଦାୟ ଉପରେ ଅତ୍ଯାଚାର କରାଯାଇଥିବା ମାମଲା ସାମ୍ନାକୁ ଆସିଛି । ପାକିସ୍ତାନର ସିନ୍ଧ ପ୍ରାନ୍ତରେ ଏକ ସ୍କୁଲରେ ଲଘୁସଂଖ୍ୟକ ହିନ୍ଦୁ ସମୁଦାୟର ପ୍ରିନ୍ସିପାଲଙ୍କ ବିରୁଦ୍ଧରେ ବ୍ଲାଶଫେମୀ(ଇଶ୍ୱରନିନ୍ଦା) ମାମଲା ରୁଜୁ ହେବା ପରେ ରବିବାର ଅଞ୍ଚଳର ଅନେକ ସ୍ଥାନରେ ଦଙ୍ଗା ହୋଇଛି । ପାକିସ୍ତାନୀ ମିଡିଆ ରିପୋର୍ଟ ଅନୁସାରେ ଗୋଟକୀ ସହରରେ ଏକ ହିନ୍ଦୁ ମନ୍ଦିର ଓ ସ୍କୁଲରେ ଭଙ୍ଗାଭଙ୍ଗି ହେବା ସହିତ ଜଣେ ହିନ୍ଦୁ ପ୍ରିନ୍ସିପାଲଙ୍କୁ ମାରପିଟ୍ କରାଯାଇଛି ।

ସ୍କୁଲରେ ଏହି ଭଙ୍ଗାଭଙ୍ଗିର ଭିଡିଓ ସୋସିଆଲ ମିଡିଆରେ ଭାଇରା ହେବାରେ ଲାଗିଛି । ପାକିସ୍ତାନ ମାନବିଧିକାର ଆୟୋଗ ମଧ୍ୟ ଏନେଇ ଏକ ଭିଡିଓ ସେୟାର କରି ଗଭୀର ଚିନ୍ତା ପ୍ରକଟ କରିଛନ୍ତି । ଆୟୋଗ କହିଛନ୍ତି ଯେ ପୋଲିସ-ପ୍ରଶାସନ ଜରୁରୀ ପଦକ୍ଷେପ ଉଠାନ୍ତୁ ଏବଂ ସ୍କୁଲ୍ ପ୍ରିନ୍ସିପାଲଙ୍କ ସୁରକ୍ଷା ସୁନିଶ୍ଚିତ କରିଯିବା ଉଚିତ୍ ।

ଆୟୋଗ କହିଛନ୍ତି ଯେ ଏକ ଲଘୁସଂଖ୍ୟକ ସମୁଦାୟ ବିରୁଦ୍ଧରେ ହିଂସା ଅତି ଅମାନବୀୟ । ପାକିସ୍ତାନର ଜଣେ ପତ୍ରକାର ଏହି ଘଟଣାର ଭିଡିଓ ସେୟାର କରି କହିଛନ୍ତି ଯେ ଏହି ଅଞ୍ଚଳରେ ହିନ୍ଦୁ ସମୁଦାୟ ବିପଦରେ । ତାଙ୍କ ସୁରକ୍ଷା ବ୍ୟବସ୍ଥା କରାଯିବା ଉଚିତ୍ ।

କେମିତି ଆରମ୍ଭ ହେଲା ବିବାଦ ?
ଜଣେ ଛାତ୍ରଙ୍କ ପିତା ଅବ୍ଦୁଲ ଅଜିଜ୍ ରାଜପୁତଙ୍କ ଅଭିଯୋଗ ପରେ ସିନ୍ଧ ପବ୍ଲିକ୍ ସ୍କଲରେ ପ୍ରିନ୍ସିପାଲ୍ ନୌତନ ମଲଙ୍କ ବିରୁଦ୍ଧରେ ଅଭିଯୋଗ ହୋଇଛି । ରାଜପୁତଙ୍କ ଅଭିଯୋଗ ହୋଇଛି ଯେ ଶିକ୍ଷକ ଇସ୍ଲାମର ଧର୍ମଗୁରୁଙ୍କ ବିରୁଦ୍ଧରେ ଅପମାନଜନକ ଟିପ୍ପଣୀ ଦେଇଥିଲେ । ସ୍କୁଲର ପ୍ରିନ୍ସିପାଲଙ୍କ ବିରୁଦ୍ଧରେ ମାମଲା ରୁଜୁ ହେବା ପରେ ଘୋଟକୀ ଜିଲ୍ଲାରେ ବିକ୍ଷୋଭ ଦେଖିବାକୁ ମିଳିଥିଲା । ପ୍ରଦର୍ଶନକାରୀ ପ୍ରିନ୍ସପାଲଙ୍କ ଗିରଫ ଦାବି କରିଥିଲେ ।

ତେବେ ପରେ ଏହା ଉଗ୍ର ରୂପ ନେଇଛି । ପବ୍ଲିକ୍ ସ୍କୁଲରେ ନିଆଁ ଲଗାଇ ଦେଇଛନ୍ତି । ସହରରେ ହିନ୍ଦୁଙ୍କ ପ୍ରାୟ ୫ ଦୋକାନ କ୍ଷତିଗ୍ରସ୍ତ ହୋଇଛି ଏବଂ ଲୁଟପାଟ୍ କରାଯାଇଛି । ଏକ ମନ୍ଦିରକୁ ମଧ୍ୟ ନଷ୍ଟ କରିଦିଆଯାଇଛି । ଆଇନର ପାଳନ କରିବା ପାଇଁ ଯେଉଁମାନେ ଥିଲେ ସେମାନେ ଏହି ବିକ୍ଷୋଭ ସମ୍ମୁଖରେ ବିଫଳ ହୋଇଛନ୍ତି ।

   ସମ୍ବନ୍ଧିତ ଖବର


ଧନୀ କ’ଣ ସତରେ ଚିନ୍ତା କରନ୍ତି ଗରିବଙ୍କ ଉନ୍ନତି? ଏକ ରୋଚକ ସ୍ଥିତି- ୮୦ କୋଟିପତି ଗରିବଙ୍କ ଅଧିକାର ନେଇ କରୁଛନ୍ତି ଚିତ୍କାର…

ଦୀପାବଳି ପୂର୍ବରୁ କିଣନ୍ତୁ ଦେଶର ସବୁଠୁ ଶସ୍ତା ବାଇକ୍, ଯାହାର ମୂଲ୍ୟ ମାତ୍ର ଏତିକି ଟଙ୍କା

ଏବେ କାଶ୍ମୀରରେ ଭାରତର ଅନ୍ୟ ରାଜ୍ୟର ଲୋକ କିଣିପାରିବେ ଜମି

ଚୀନ୍‌ର ମୁଣ୍ଡ ବିନ୍ଧା ଆରମ୍ଭ:ଭାରତ – ଆମେରିକାର ମନ୍ତ୍ରୀ ସ୍ତରୀୟ ଆଲୋଚନା ପରେ ଚୀନ୍‌ ଦେଉଛି ପରୋକ୍ଷ ଧମକ

ଅଷ୍ଟ୍ରେଲିଆ ଗସ୍ତରୁ ରୋହିତ ବାଦ ପଡ଼ିବା ପରେ ପ୍ରଶ୍ନ କଲେ ଗାଭାସ୍କର, କହିଲେ-ଯିଏ ନେଟ୍‌ ପ୍ରାକ୍ଟିସ୍‌ କରୁଛି…

ଲଦାଖ ନିର୍ବାଚନ: ୧୫ ଆସନରେ ବିଜେପିର ବିଜୟ , କଂଗ୍ରେସ ହାତରେ ୯…