PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଳାହାଣ୍ଡି : ହିମାଚଳ ପ୍ରଦେଶରୁ କରୋନା ସଂପର୍କିତ ନକଲି ଔଷଧ ଆଣି ବିତରଣ ଅଭିଯୋଗରେ କେସିଙ୍ଗା ସ୍ଥିତ ବିଜୟ ଫାର୍ମାସିଟିକାଲ ଓ ଧର୍ମଗଡ ସ୍ଥିତ ଜୟହୀନ୍ଦ ଟ୍ରେଡର୍ସ ଉପରେ ଚଢ଼ାଉ
  • ||
  • ନବରଙ୍ଗପୁର: ଭାରସାମ୍ୟ ହରାଇ ଓଲଟିଲା ଟ୍ରାକ୍ଟର, ତଳେ ଚାପି ହୋଇଚାଲିଗଲା ଡ୍ରାଇଭରଙ୍କ ଜୀବନ
  • ||
  • ଭୁବନେଶ୍ୱର: ଜୁନ୍ ଶେଷ ସୁଦ୍ଧା ପ୍ରକାଶ ପାଇବ ମାଟ୍ରିକ୍ ରେଜଲ୍ଟ : ଗଣଶିକ୍ଷା ମନ୍ତ୍ରୀ
  • ||
  • ସମ୍ବଲପୁର: ପୁଣି ଚର୍ଚ୍ଚାରେ ସମ୍ବଲପୁର ଜେଲ, କଏଦୀକୁ ଗଞ୍ଜେଇ ବିକି ଧରାପଡିଲେ ଜେଲ୍ ଓ୍ବାର୍ଡର୍, ବଣେଇଗଡ ଜେଲକୁ ହେଲେ ବଦଳି
  • ||
  • ରାଜସୁନାଖଳା: ଜାଗା ବାଡ଼ି ମଧ୍ୟସ୍ଥତାକୁ ନେଇ ରକ୍ତାକ୍ତ ସଂଘର୍ଷ, ଜଣେ ଗୁରୁତର
  • ||
  • କଣ୍ଟାବାଞ୍ଜି : ବର୍ଷା ଦାଉରୁ ଆଶ୍ରୟ ପାଇଁ ଦୋକାନ ପିଣ୍ଡାକୁ ଯାଇ ଷଣ୍ଢକୁ ଲାଗିଲା ବିଜୁଳି ଝଟକା, ଘଟଣାସ୍ଥଳରେ ଟଳିପଡିଲା…
  • ||
  • ନୀଳଗିରି: ଯୁବକର ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ସନ୍ଦେହ, ପୁଲିସ ତଦନ୍ତ ଆରମ୍ଭ
  • ||
  • ପୁରୀ : ମହାପ୍ରଭୁଙ୍କ ସ୍ନାନପୂର୍ଣ୍ଣିମା ପ୍ରସ୍ତୁତି, ଭୋର ୪ଟା ସୁଦ୍ଧା ପହଣ୍ଡ ବିଜେ ନୀତି, ସାମାଜିକ ଦୂରତାକୁ ଗୁରୁତ୍ୱ
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ମଧ୍ୟରେ ୪୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୩୩ଶହ ଟପିଲା
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ଚିହ୍ନଟ ହେଲେ ଆଉ ୪ ହଜାର ୪୬୯ କରୋନା ପଜିଟିଭ, ସଂକ୍ରମିତଙ୍କ ସଂଖ୍ୟା ୮ ଲକ୍ଷ ୫୧ ହଜାର ପାର୍
  • ||
  • ପୁରୀ : ରଥଖଳା ହାଲ୍‌ଚାଲ, ୨୧ ଅଖରେ ଲାଗିଲା ୪୨ ଚକ, ପ୍ରଭା ଅପସରା କାମ ଆରମ୍ଭ
  • ||
  • ଭୁବନେଶ୍ୱର : ବର୍ଷାରେ ଧୋଇଯିବ ରଜ ମଉଜ, ୪୮ ଘଣ୍ଟା ଭିତରେ ଲଘୁଚାପ ଘନୀଭୂତ ହୋଇ ଅବପାତ ରୂପ ନେଇପାରେ, ଉପକୂଳରେ ବର୍ଷା ଜାରି-ଆଭ୍ୟନ୍ତରୀଣରେ ବଢ଼ିବ
  • ||
  • ବାମରା : ପରିବାରର ୬ ଜଣଙ୍କୁ ହାଣି ଆତ୍ମହତ୍ୟା କଲା ସଂକ୍ରମିତ ବାପା, ଝିଅ ମୃତ, ପୁଅ- ୩ ଝିଅ ଓ ମା’ ଆହତ
  • ||
  • କଟକ : ଲକ୍‌ଡାଉନ୍‌ ବେଳେ କଟକରେ ବେଧଡ଼କ ଚାଲିଛି ଦେହ ବ୍ୟବସାୟ, ଦୁଇଟି ସ୍ଥାନରେ ଚଢ଼ଉ ବେଳେ ୫ ଯୁବତୀ ଉଦ୍ଧାର, ର‌୍ୟାକେଟ୍‌ର ମୁଖ୍ୟ ଓ ଜଣେ ଗ୍ରାହକ ଗିରଫ
  • ||
  • ଭୁବନେଶ୍ୱର : ଓଡ଼ିଶାରେ ସୁଧୁରୁଛି ସ୍ଥିତି, ୨୬ ଜିଲ୍ଲାରେ ହୋଇପାରେ ଅନଲକ, ୪ ଜିଲ୍ଲା ପାଇଁ ସ୍ୱତନ୍ତ୍ର ଷ୍ଟ୍ରାଟେଜି
  • ||

ଏଲଓସିକୁ ୨୦୦୦ ସୈନ୍ୟ ପଠାଇଲା ପାକ୍‌, ଭାରତୀୟ ପୋଷ୍ଟ ଠାରୁ ୩୦ କିମି ଦୂରରେ ଅଛନ୍ତି

Pakistani army troops patrol the streets of Rawalpindi City, some 25 kilometers from Islamabad, on the 9th day of the Islamic holy month of Moharram, 06 May. Security has been beefed up by the help of the Pakistani armed forces to handle any unexpected sectarian violence and terrorism during the month of Moharram. More than 300 people have been killed since last year in sectarian violence, mostly in the Punjab province of Pakistan. AFP PHOTO/Usman KHAN

ନୂଆଦିଲ୍ଲୀ,୫ ।୯(ଏଜେନ୍ସି): ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ପ୍ରତ୍ୟାହାର କରାଯିବାକୁ ନେଇ କ୍ଷୁବ୍ଧ ପାକ୍‌ ସେନା ସୀମାରେ କିଛି ବଡ଼ଧରଣର ହରକତ କରିବାକୁ ଯୋଜନା କରୁଛି । ପାକ୍‌ ସେନା ଏବେ ଏଲଓସି ନିକଟକୁ ନିଜର ଏକ ବ୍ରିଗେଡକୁ ପଠାଯାଇଛି । ଏହି ବ୍ରିଗେଡରେ ପ୍ରାୟ ୨୦୦୦ ସୈନିକ ଅଛନ୍ତି ।

ଭାରତୀୟ ସେନା ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ପାକିସ୍ତାନ ଏହି ବ୍ରିଗେଡକୁ ଭାରତର ପୁଞ୍ଚ ଜିଲା ସଂଲଗ୍ନ ସୀମାର ବିପରୀତ ପାଶ୍ୱର୍ରେ ଥିବା ବାଗ୍‌ ଏବଂ କୋଟଲିରେ ମୁତୟନ କରିଛି । ଏହି ବ୍ରିଗେଡର ସୈନିକମାନେ ଭାରତୀୟ ସେନାର ପୋଷ୍ଟ ଠାରୁ ୩୦ କିମି ଦୂରରେ ଅଛନ୍ତି । ଏପର୍ଯ୍ୟନ୍ତ ସେମାନଙ୍କ ଗତିବିଧିରୁ ସେମାନେ ଆକ୍ରମଣ ପାଇଁ ପ୍ରସ୍ତୁତ ହେଉଥିବାର ମନେ ହେଉନାହିଁ । ତେବେ ସେମାନଙ୍କ ଉପରେ ଭାରତୀୟ ସେନା ତୀକ୍ଷ୍ଣ ନଜର ରଖିଛି ।

ଭାରତୀୟ ସେନା ଦାବି କରିଛି ଯେ ପାକ୍‌ ସେନା ଏହି ବ୍ରିଗେଡକୁ ବ୍ୟବହାର କରି ଭାରତ ଭିତରକୁ ଜୈସ, ଲସ୍କର ଓ ଆଫଗାନ ଆତଙ୍କବାଦୀମାନଙ୍କୁ ପ୍ରେରଣ କରିବା ପାଇଁ ଉଦ୍ୟମ କରିପାରେ । ତେଣୁ ଏଲଓସିରେ ଭାରତୀୟ ସେନା ପୋଷ୍ଟଗୁଡିକୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ଭାରତୀୟ ଗୁଇନ୍ଦା ସଂସ୍ଥାଙ୍କୁ ମଧ୍ୟ ସୂଚନା ମିଳିଛି କି ପାକ୍‌ ସେନା ଏବଂ ଆଇଏସଆଇ ଜମ୍ମୁ-କାଶ୍ମୀରର ଏକ ପ୍ରମୁଖ ଧାର୍ମିକ ସ୍ଥଳୀ ଉପରେ ଆକ୍ରମଣ କରିବା ପାଇଁ ଆତଙ୍କବାଦୀ ସଂଗଠନଗୁଡିକୁ ନିର୍ଦ୍ଦେଶ ଦେଇଛନ୍ତି । ଏପରି କରି ସିଏ କାଶ୍ମୀରରେ ସାମ୍ପ୍ରଦାୟିକ ସଦ୍‌ଭାବ ବିଗାଡିବାକୁ ଉଦ୍ୟମ କରୁଛି ।