PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ଭ୍ୟାକ୍ସିନ ନେବା ପରେ ବି ହେଉଛି କରୋନା, ଓଡିଶାରେ ଟିକା ନେବା ପରେ କେତେ ଲୋକଙ୍କର ଡେଥ୍ ହୋଇଛି ତାହାର ତର୍ଜମା କରୁଛି ଟେକନିକାଲ ଟିମ୍- ଆଇଏଲଏସ୍ ନିର୍ଦ୍ଦେଶକ
  • ||
  • ମାଲକାନଗିରି : ମାଲକାନଗିରି କାଲିମେଳା ଥାନା ଟେକଗୁଡା ଗ୍ରାମରେ ଥିବା ପରିବାର ଲୋକଙ୍କ ନିକଟରେ ପହଁଚିଲା ମୃତ ମାଓନେତା ରଣଦେଵଙ୍କ ଶବ, ଆନ୍ଧ୍ରପ୍ରଦେଶ ସୀମାନ୍ତରେ ପୁଲିସର ଏନକାଉଣ୍ଟରରେ ଚାଲିଯାଇଥିଲା ଜୀବନ
  • ||
  • ନୂଆପଡ଼ା : ଗାଁରେ ପଶିଗଲା ବାଟବଣା ହରିଣ, ଉଦ୍ଧାର କରି ସୁନାବେଡା ଅଭୟାରଣ୍ୟରେ ଛାଡିଲା ବନ୍ୟପ୍ରାଣୀ ବିଭାଗ
  • ||
  • ଭୁବନେଶ୍ୱର: ଓଡ଼ିଆ ଆଇଏଏସ୍ ଗୁରୁପ୍ରସାଦ ମହାପାତ୍ର ଦେହାନ୍ତ
  • ||
  • ପୁରୀ: ମହାପ୍ରଭୁଙ୍କ ସେନାପଟା ଓ ବାହୁଟ ସେବା ନିମନ୍ତେ ବଉଳ ଗଛ ଚିହ୍ନଟ, ନିର୍ଜ୍ଜଳା ଏକାଦଶୀ ତିଥିରେ ହେବ ବୃକ୍ଷ ଚ୍ଛେଦନ
  • ||
  • ଯାଜପୁର: ଭାଇ ବିହାଘରରେ ନାଗିନ୍‌ ଡ୍ୟାନ୍ସ ପଡ଼ିଲା ମହଙ୍ଗା, କୋଭିଡ୍‌ କଟକଣାକୁ ଫୁ କରି ନିଲମ୍ବିତ ହେଲେ ସୁକିନ୍ଦା ତହସିଲଦାର ବୁଲ୍‌ବୁଲ୍‌ ବେହେରା
  • ||
  • କଟକ: ନରସିଂହପୁର ବ୍ଲକ ଅନ୍ତର୍ଗତ ସାନ ଗାଁରେ ବାଇଗଣ ବିଲକୁ ଯାଇଥିବା ବେଳେ ମହିଳାଙ୍କୁ ଆକ୍ରମଣ କଲା ବାରାହ , ଆହତ ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||
  • ବଲାଙ୍ଗୀର : ତାଲା ଭାଙ୍ଗି ମଦ ଦୋକାନରୁ ଚୋରି, ଦୋକାନରୁ ପ୍ରାୟ ୫ ଲକ୍ଷ ଟଙ୍କାର ୪୯ ପେଟି ମଦ ଚୋରି
  • ||
  • ଲମତାପୁଟ : କୋରାପୁଟ ଜିଲ୍ଲା ମାଛକୁଣ୍ଡୁ ପୋଲିସ ଦ୍ୱାରା ଟ୍ରକ୍ ସହ ୨୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଜଣେ ଗିରଫ
  • ||
  • ବାଲେଶ୍ୱର: ବାପାକୁ କଟୁରୀରେ ହାଣିଲା ମାତାଲ ପୁଅ, ପ୍ରାଣ ବିକଳରେ ଦୌଡି ପଳାଇଲା ମା’
  • ||
  • ପାଟଣା : ଦୋକାନ ଆଜବେଷ୍ଟସ୍ ଭାଙ୍ଗି ଚୋରି କରୁଥିଲେ, କାବୁ କଲେ ଗ୍ରାମବାସୀ, ଚୋରଙ୍କ ଛୁରା ମାଡ଼ରେ ପୋଲିସ କର୍ମଚାରୀ ଆହତ
  • ||
  • କୋକସରା : ଲିମ୍ବ ଗଛରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ?
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ୩୪୨୭ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • ଭୁବନେଶ୍ୱର : ରାଜ୍ୟରେ ଗତ ୨୪ ଘଣ୍ଟାରେ ୪୨ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୩୫୫୦ ଜଣଙ୍କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ଏଯାବତ୍‌ ରାଜ୍ୟରେ ୨୪% ଅଧିକ ବର୍ଷିଛି ମୌସୁମୀ ବର୍ଷା, ଆସନ୍ତା ଦୁଇଦିନ ବଡ଼ ବର୍ଷା ନାହିଁ, ୨୧ରୁ ବଢ଼ିପାରେ
  • ||
  • ଦଶପଲ୍ଲା : ବାଣୀଗୋଛାର ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲା, ୩ଦିନ ରିମାଣ୍ଡରେ ଗଲା ଅଭିଯୁକ୍ତ
  • ||
  • ଭୁବନେଶ୍ୱର : ଓଲିଉଡର ବିଶିଷ୍ଟ କଣ୍ଠଶିଳ୍ପୀ ତପୁ ମିଶ୍ରଙ୍କୁ ସଂସ୍କୃତି ବିଭାଗର ସହାୟତା
  • ||
  • ଚଣ୍ଡୀଗଡ଼ : କିମ୍ବଦନ୍ତୀ ଆଥ୍‌ଲେଟ୍‌ ମିଲଖାଙ୍କ ପରଲୋକ, ଶୋକ ପ୍ରକାଶ କଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ
  • ||
  • ଭୁବନେଶ୍ୱର : ଭିଜିଲାନସ୍‌ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀଙ୍କ ବିୟୋଗ
  • ||
  • କରଞ୍ଜିଆ : ୧୪ ବର୍ଷୀୟା ନାବାଳିକାକୁ ଗଣଦୁଷ୍କର୍ମ, ମୁହଁରେ କପଡା ଦେଇ ରାତିରେ ଘରୁ ଉଠାଇ ନେଇଥିଲେ ୨ ଦୁର୍ବୃତ୍ତ
  • ||

ଭାରତର ପ୍ରଶଂସାରେ ଏହି ପାକିସ୍ତାନୀ ନେତା ଗାଇଲେ ‘ସାରେ ଜାହାଁ ସେ ଅଚ୍ଛା…, ଦେଖନ୍ତୁ ଏହି ଭିଡିଓ

ନୂଆଦିଲ୍ଲୀ,୧।୯: ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ରାଜ୍ୟକୁ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳରେ ବାଣ୍ଟିବା ପରେ ଭାରତ ସରକାରଙ୍କ ନିଷ୍ପତ୍ତିକୁ ନେଇ ପାକିସ୍ତାନରେ ବିରୋଧ ଜାରି ରହିଛି। ଏହି ପ୍ରସଙ୍ଗ ନେଇ ପାକିସ୍ତାନ ଭାରତକୁ ଲଗାତାର ଭାବରେ ପରମାଣୁ ଆକ୍ରମଣ ଧମକ ଦେବାରେ ଲାଗିଛି। ସାରା ବିଶ୍ବରେ ଭାରତ ବିରୋଧରେ ଗୁହାରୀ କରି ପାକିସ୍ତାନ ବିଫଳ ହୋଇଛନ୍ତି। ଏବେ ପାକିସ୍ତାନ ଜଣେ ରାଜନେତା ଭାରତକୁ ସମର୍ପିତ କରି ‘ସାରୋ ଜାହାଁ ସେ ଆଛା…’ ଗୀତ ଗାଇ ପାକିସ୍ତାନର ଗାଲ ଉପରେ ଏକ ଶକ୍ତ ଚାପୁଡା ଦେଇଛି।

ପାକିସ୍ତାନର ଏକ ରାଜନୈତିକ ଦଳ ମୁପ୍ତାହିଦା କୋମି ମୁଭମେଣ୍ଟ (ଏମକ୍ୟୁଏମ୍)ର ସଂସ୍ଥାପକ ଅଲତାଫ୍ ହୁସେନ ’ସାରେ ଜାହାଁ ​‌ସେ ଅଛା ହିନ୍ଦୁସ୍ତାନ ହମାରା’ ଗୀତ ଗାଇଛନ୍ତି, ତାଙ୍କର ଏହି ଭିଡିଓ ଏବେ ଯୋରଦାର ଭାବରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଅଲତାଫ୍ ହୁସେନ ‘ସାରୋ ଜାହାଁ ସେ ଅଛା ହିନ୍ଦୁସ୍ତାନ ହମାରା…’ ଗୀତ ଗାଉଥିବାର ଦେଖିବାକୁ ମିଳିଛି।

ଏହି ସମୟରେ ସେ କହିଛନ୍ତି, ଜମ୍ମୁ ଓ କଶ୍ମୀରରୁ ଧାରା ୩୭୦ ହଟାଇବା ଭାରତର ଆଭ୍ୟନ୍ତରୀଣ ମାମଲା। ତେଣୁ ପାକିସ୍ତାନକୁ ଭାରତର ଆଭ୍ୟନ୍ତରୀଣ ମାମଲାରେ ହସ୍ତକ୍ଷେପ କରିବା ଉଚିତ୍ ନୁହେଁ। ପାକିସ୍ତାନ ସେନା ଓ ପାକିସ୍ତାନ ସରକାର ଉପରେ ଭରଷା କରିବା ଉଚିତ୍ ନୁହେଁ। ପାକିସ୍ତାନର ସରକାର ଏବଂ ସେନା ବିଗତ ୭୨ ବର୍ଷ ହେବ କଶ୍ମୀର ପ୍ରସଙ୍ଗ ନେଇ ଲୋକଙ୍କୁ ଧୋକା ଦେଉଛନ୍ତି।  ଉଲ୍ଲେଖନୀୟ ଯେ, ଅଲତାଫ୍ ହୁସେନ ବହୁବାର ନିଜର ଭାଷଣରେ ପାକିସ୍ତାନ କଳାକାରନାମାକୁ ପର୍ଦଫାଶ କରିସାରିଛନ୍ତି ଓ ନିଜର ବୟାନରେ ପାକିସ୍ତାନର ବହୁବାର ମୁଖା ଖୋଲି ଦେଇସାରିଛନ୍ତି।

ସମ୍ବନ୍ଧିତ ଖବର