PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ବାତ୍ୟା ପ୍ରଭାବିତ ୧୧ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା
  • ||
  • ଭୁବନେଶ୍ଵର : ବାତ୍ୟା ପ୍ରଭାବିତ ୧୧ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା
  • ||
  • ଭୁବନେଶ୍ଵର : ମଧ୍ୟରାତ୍ରୀ ସୁଦ୍ଧା ଲ୍ୟାଣ୍ଡଫଲ୍ କରିବ ବାତ୍ୟା ଗୁଲାବ, ଗଞ୍ଜାମ ଓ ଗଜପତିରେ ପଡିବ ବେଶି ପ୍ରଭାବ
  • ||
  • ମାଲକାନଗିରି : ବାତ୍ୟା ମୁକାବିଲା ପାଇଁ ସଜାଗ ମାଲକାନଗିରି ଜିଲ୍ଲା ପ୍ରଶାସନ, ୬ଟି ଓଡ୍ରାଫ୍ ଓ ଗୋଟିଏ ଏନଡିଆରଏଫ୍ ଟିମ୍ ନିୟୋଜିତ
  • ||
  • କଟକ : ମହାନଦୀ ପୋଲ ଉପରୁ ପାଣିକୁ ଡେଇଁଲେ ବିଜେବି କଲେଜ କେମେଷ୍ଟ୍ରି ଲାବୋରେଟୋରୀ ଆସିଷ୍ଟାଣ୍ଟ
  • ||
  • ସୋରୋ : ବ୍ୟବସାୟୀଙ୍କୁ ମରଣାନ୍ତକ ଆକ୍ରମଣ, ୨୦ ହଜାର ଟଙ୍କା ଓ ସୁନା ଚେନ୍ ଲୁଟିନେଲେ ଦୁର୍ବୃତ୍ତ
  • ||
  • କଟକ: କଟକ ଯୋବ୍ରା ନିକଟରୁ ଠାବ ହେଲା ନିଖୋଜ ହାତୀର ମୃତଦେହ, ଶୁକ୍ରବାର ରାତିରେ ମହନଦୀରେ ଭାସଯାଇଥିଲା
  • ||
  • ଭୁବନେଶ୍ୱର: ରାଜ୍ୟରେ ଖସୁଛି ସଂକ୍ରମଣ, ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ୫୮୫ ଜଣ ପଜିଟିଭ୍
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୭୫କୁ ବୃଦ୍ଧି
  • ||
  • ଅନୁଗୁଳ: କୋଡିଏମାଇଲ ଛକରେ ଥିବା ୨ଟି ଦୋକାନରୁ ଚୋରି କରୁଥିବା ବେଳେ ଧରାପଡିଗଲେ ୩ ଯୁବକ, ଖୁଣ୍ଟରେ ବାନ୍ଧି ଉତ୍ତମ ମଧ୍ୟମ ଦେଲେ ସ୍ଥାନୀୟଲୋକ
  • ||
  • ଭୁବନେଶ୍ୱର: ମାଡ଼ି ଆସୁଛି ବାତ୍ୟା ଗୁଲାବ୍, ମଧ୍ୟ ରାତ୍ରରେ ହେବ ଲ୍ୟାଣ୍ଡଫଲ୍
  • ||
  • ଆଇପିଏଲ୍- ୨୦୨୧: ଆଜି ରୋହିତ ଓ ବିରାଟଙ୍କ ମଧ୍ୟରେ କଡ଼ା ମୁକାବିଲା, ବିଜୟ ଲକ୍ଷ୍ୟରେ ଉଭୟ ଦଳ
  • ||
  • ଭୁବନେଶ୍ୱର: ‘ରମାଦେବୀ’ରେ ପିଏଚ୍‌ଡି ନାମଲେଖା ପାଇଁ ପ୍ରକାଶ ପାଇଲା ମେରିଟ ଲିଷ୍ଟ୍, ୧୧ଟି ବିଭାଗରେ ମୋଟ୍ ୬୦ ଛାତ୍ରୀଙ୍କୁ ଚୟନ..
  • ||
  • ପଞ୍ଜାବ: ଆଜି ପଞ୍ଜାବ କ୍ୟାବିନେଟ ସମ୍ପ୍ରସାରଣ ,ଶପଥ ନେବେ ମନ୍ତ୍ରୀ, ଚନ୍ନୀଙ୍କ ଟିମ୍‌ରେ ସାମିଲ ହେବେ ୭ ନୂଆ ଚେହେରା
  • ||

ପାକିସ୍ତାନ NSAଙ୍କ ଦାବି: ଭାରତ ସହିତ ହୋଇଥିଲା ସିକ୍ରେଟ ମିଟିଂ, ଡୋଭାଲଙ୍କୁ ସାକ୍ଷାତ ନେଇ ଜାଣନ୍ତୁ କ’ଣ କହିଲେ?

https://navbharattimes.indiatimes.com

ଇସଲାମାବାଦ,୨୫।୭: ପାକିସ୍ତାନର ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା(ଏନଏସଏ) ମୁଇଦ ୟୁସୁଫ ଦାବି କରିଛନ୍ତି ଯେ, ସେ ଚଳିତ ବର୍ଷ ଫେବୃଆରୀରେ ଭାରତ ସହିତ ସିକ୍ରେଟ ବୈଠକ କରିଥିଲେ। ସେ ଏହା ମଧ୍ୟ କହିଛନ୍ତି ଯେ, ଭାରତ-ପାକିସ୍ତାନ ସମ୍ପର୍କରେ ଆଶାର କିରଣ ଏବେ ବି ରହିଛି। ଆଉ ଭାରତ ଏଥିପାଇଁ ଅନୁକୂଳ ବାତାବରଣ ତିଆରି କରିବାକୁ ପ୍ରସ୍ତୁତ ହେଉ। ପାକିସ୍ତାନୀ ଏନଏସ୍ଏ ଦାବି କରିଛନ୍ତି ଯେ, ଏହି ସିକ୍ରେଟ ବୈଠକରେ ଦୁଇ ଦେଶ ଭିତରେ ଅସ୍ତ୍ରବିରତି ଲାଗୁ ହୋଇପାରେ।

ନ୍ୟୁଜ ଓ୍ବେବସାଇଟ୍ ‘ଦ ଓ୍ବାୟର’କୁ ଦେଇଥିବା ସାକ୍ଷାତକାରରେ ପାକିସ୍ତାନୀ ଏନଏସ୍ଏ କହିଛନ୍ତି ଯେତେବେଳେ ଫେବୃଆରୀ ୨୦୦୩ରେ ଭାରତ-ପାକିସ୍ତାନ ଭିତରେ ଦ୍ବିତୀୟ ଥର ଅସ୍ତ୍ରବିରତି ହୋଇଥିଲା ସେବେଠାରୁ ନେଇ ଏପର୍ଯ୍ୟନ୍ତ ଦୁଇ ଦେଶର ସମ୍ପର୍କରେ  ସୁଧାର ଆସିବା ନେଇ ଆଶା ଓ ବିଶ୍ବାସରେ ଥିଲା। ୟୁସୁଫ କହିଛନ୍ତି, ଭାରତ ଓ ପାକିସ୍ତାନ ଭିତରେ ଗୁଇନ୍ଦା ବୈଠକ ୨୦୦୩ ର ଅସ୍ତ୍ରବିରତିକୁ ଫେବୃଆରୀରେ ପୁଣିଥରେ ଲାଗୁ କରିବାକୁ ନେଇ ହୋଇଥିଲା। ଏହି ଇଣ୍ଟରଭ୍ୟୁରେ ସେ ଏହା କହିନଥିଲେ ଯେ, ବୈଠକ ଦୁବାଇରେ ନା ଆଉ କେଉଁଠି ହୋଇଥିଲା?

ଭାରତ ପକ୍ଷରୁ ଏହି ବୈଠକରେ କିଏ ଯୋଗ ଦେଇଥିଲେ ତାହା କହିବାକୁ ପାକିସ୍ତାନୀ ଏନଏସ୍ଏ ମନା କରି ଦେଇଥିଲେ। ପାକିସ୍ତାନ ପକ୍ଷରୁ ଏହି ସଭାରେ ISAI ମୁଖ୍ୟ ଉପସ୍ଥିତ ଥିଲେ କି ନାହିଁ ତାହା ବି  ସେ ମଧ୍ୟ କହି ନାହାଁନ୍ତି।  ଭାରତର ଏନଏସଏ ଅଜିତ ଡୋଭାଲ ପାକିସ୍ତାନର ସେନାଧ୍ୟକ୍ଷ ଜେନେରାଲ କମର ବାଜଓ୍ବାଙ୍କୁ ସାକ୍ଷାତ କରିଥିଲେ କି? ଏଭଳି ପ୍ରଶ୍ନକୁ ୟୁସୁଫ ଦୁଇ ଥର ଏଡାଇ ଦେଇଥିଲେ। ପାକିସ୍ତାନୀ ଏନଏସ୍ଏ କହିଛନ୍ତି- ଯଦି ଭାରତ ବିଶ୍ବସ୍ଥ ରୁହେ, ତେବେ ଆମେ ଆଗକୁ ବଢିବାକୁ ପ୍ରସ୍ତୁତ।

ସମ୍ବନ୍ଧିତ ଖବର