ମୋବାଇଲ୍ ଇଣ୍ଟରନେଟ୍ ସ୍ପିଡ୍ ମାମଲାରେ ଭାରତକୁ ପଛରେ ପକାଇଲା ପାକିସ୍ତାନ

ନୁଆଦିଲ୍ଲୀ ୧୩/୯: ମୋବାଇଲ୍ ଇଣ୍ଟରନେଟ୍ ଡାଉନଲୋଡ୍ ସ୍ପିଡରେ ପାକିସ୍ତାନ ଭାରତକୁ ପଛରେ ପକାଇ ଦେଇଛି । ଇଣ୍ଟରନେଟ୍ ସ୍ପିଡ୍ ମାପୁଥିବା ସଂସ୍ଥା ଉକଲାର ରିପୋର୍ଟ ଅନୁସାରେ ପାକ୍ ମିଡିଆ ଏହି ସୂଚନା ଦେଇଛି । କହିରଖୁଛୁ ଉକଲା ବିଶ୍ୱରେ ମୋବାଇଲ୍ ଓ ବ୍ରଡବ୍ୟାଣ୍ଡ ଇଣ୍ଟରନେଟ୍ ସ୍ପିଡ୍ ରିପୋର୍ଟ ଜାରି କରିଥାଏ ।

ଏହି ସଂସ୍ଥାର ରିପୋର୍ଟ ଅନୁସାରେ ୧୪୪ ଦେଶର ମୋବାଇଲ୍ ଇଣ୍ଟରନେଟ୍ ଡାଉନଲୋଡ୍ ତାଲିକାରେ ଭାରତର ସ୍ଥାନ ୧୩୦ ରହିଛି । ଅନ୍ଯପଟେ ପାକିସ୍ତାନ ୧୧୬ ସ୍ଥାନରେ ରହିଛି । ପାକିସ୍ତାନର ମୋବାଇଲ୍ ଇଣ୍ଟରନେଟ୍ ସ୍ପିଡ୍ ୧୩.୫୫ ଏମବିପିଏସ୍ ରହିଛି । ଏହି ତାଲିକା ଅନୁସାରେ ସବୁଠାରୁ ଭଲ ମୋବାଇଲ୍ ଇଣ୍ଟରନେଟ୍ ଡାଉନଲୋଡ୍ ସ୍ପିଡ୍ ୯୭.୪୪ ଏମବିପିଏସ୍ ସହିତ ଦକ୍ଷିଣ କୋରିଆ ଟପରେ ରହିଛି ।

ରିପୋର୍ଟରେ କୁହାଯାଇଛି ଯେ ବ୍ରଡବ୍ୟାଣ୍ଡ ଇଣ୍ଟରନେଟ୍ ସ୍ପିଡ୍ ମାମଲାରେ ୧୯୧.୯୩ ଏମବିପିଏସର ସ୍ପିଡ୍ ସହିତ ସିଙ୍ଗାପୁର ପ୍ରଥମ ନମ୍ବରରେ ରହିଛି । ଅନ୍ୟପଟେ ଅଷ୍ଟ୍ରେଲିଆ (୬୩.୩୪ ଏମବିପିଏସ୍)  ଓ କତର ୯୬୧.୨୭ ଏମବିପିଏସ୍) ସହିତ କ୍ରମଶଃ ୨ୟ ଓ ୩ୟ ନମ୍ବରରେ ରହିଛି ।

   ସମ୍ବନ୍ଧିତ ଖବର


ଆର୍ମି ଡେଣ୍ଟାଲ ସର୍ଭିସ୍‌ ଡିଜି ପଦରେ ପ୍ରଥମ ଓଡ଼ିଆ: ଲ୍ୟୁଟିନେଣ୍ଟ ଜେନେରାଲ ନନ୍ଦ କିଶୋର ସାହୁଙ୍କ ମିଳିଲା ନିଯୁକ୍ତି

ABP CVoterର ରିପୋର୍ଟ: ବିହାରରେ ସରକାର ଗଢ଼ିବ କିଏ? ଜନତାଙ୍କ ନଜରରେ ଏହି ନେତା ହେବେ ମୁଖ୍ୟମନ୍ତ୍ରୀ

ମୋ ସିନ୍ଦୂର ମୋର – ସ୍ୱାମୀଙ୍କ ପ୍ରେମିକାଙ୍କୁ ଛୁରୀରେ ଆକ୍ରମଣ କଲେ ମହିଳା !

ବିହାର ରାଜନୀତି: ଆଶାୟୀ ବିଧାୟକ ପ୍ରାର୍ଥୀ ଶ୍ରୀନାରାୟଣଙ୍କୁ ଗୁଳିକରି ହତ୍ୟା, ତାଙ୍କ ନାମରେ ଥିଲା ଅପରାଧିକ ମାମଲା

ଆମେରିକାରେ ସମସ୍ତଙ୍କୁ ମାଗଣା କୋରନା ଟିକା ଦେବା ପାଇଁ ଘୋଷଣା କଲେ ରାଷ୍ଟ୍ରପତି ପ୍ରାର୍ଥୀ ବିଡେନ୍‌

ଆଣ୍ଡ୍ରଏଡ୍‌ ୟୁଜର୍ସ ସାବଧାନ, ଭୁଲରେ ବି ଡାଉନଲୋଡ କରନ୍ତୁ ନାହିଁ ଏହି ୧୯ ଆପ୍ସ