ଟେଷ୍ଟ କ୍ରିକେଟରୁ ସନ୍ନ୍ୟାସ ନେଲେ ମହମ୍ମଦ ଆମୀର, ଏବେ କାହା ଉପରେ ରହିଛି ଟାର୍ଗେଟ ଜାଣନ୍ତୁ

କରାଚୀ ୨୬।୭: ପାକିସ୍ତାନର ଫାଷ୍ଟ ବୋଲର ମହମ୍ମଦ ଆମୀର ଟେଷ୍ଟ କ୍ରିକେଟରୁ ସନ୍ନ୍ୟାସ ନେଇଛନ୍ତି। ସେ ୨୭ ବର୍ଷ ବୟସରେ ହିଁ କ୍ରିକେଟରୁ ଅଲବିଦା ନେଇଛନ୍ତି ବୋଲି ଶୁକ୍ରବାର ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) ଆନୁଷ୍ଠାନିକ ଭାବେ ଏହି ସୂଚନା ଦେଇଛନ୍ତି। ଚଳିତ ବର୍ଷ ଆମୀର ଜୋହାନ୍ସବର୍ଗରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ନିଜର ଶେଷ ଟେଷ୍ଟ ଖେଳିଥିଲେ। ଆମୀର ୨୦୦୯ରେ ମାତ୍ର ୧୭ ବର୍ଷରେ ଟେଷ୍ଟ ଡେବ୍ୟୁ କରିଥିଲେ। ସେ ପାକିସ୍ତାନ ପକ୍ଷରୁ ୩୬ଟି ଟେଷ୍ଟ ଖେଳି ୧୧୯ ୱିକେଟ୍ ହାସଲ କରିଛନ୍ତି।

ପିସିବି ପକ୍ଷରୁ ଜାରି ବିଜ୍ଞପ୍ତିରେ ଆମୀର କହିଛନ୍ତି, କ୍ରିକେଟର ଏହି ପାରମ୍ପରିକ ଫର୍ମାଟରେ ପାକିସ୍ତାନ ପକ୍ଷରୁ ପ୍ରତିନିଧିତ୍ୱ କରିବା ମୋ ପାଇଁ ସମ୍ମାନର କଥା। ଏବେ ମୁଁ ନିଷ୍ପତ୍ତି ନେଇଛି ଯେ, କ୍ରିକେଟର ଏହି ଲମ୍ବା ଫର୍ମାଟରୁ ଦୂରେଇ ଧଳା ବଲ୍ (ସୀମିତ ଓଭର) କ୍ରିକେଟ୍ ଉପରେ ଅଧିକ ଫୋକସ୍ କରିଛି। ତେବେ ଟେଷ୍ଟ କ୍ରିକେଟ୍ ଛାଡ଼ିବା ନେଇ ମୁଁ ବହୁ ଆଗରୁ ଯୋଜନା କରିଥିଲି।

ଆସନ୍ତାବର୍ଷ ଅଷ୍ଟ୍ରେଲିଆରେ ହେବାକୁଥିବା ଟି-୨୦ ବିଶ୍ୱକପ୍ ଖେଳିବା ମୋର ମୁଖ୍ୟ ଟାର୍ଗେଟ୍। ମୋ ପକ୍ଷେ ସନ୍ନ୍ୟାସ ନିଷ୍ପତ୍ତି ନେବା ସହଜ ନଥିଲା। ଅନେକ ଚିନ୍ତା କରିବା ପରେ ହିଁ ମୁଁ ଏହି ବଡ଼ ନିଷ୍ପତ୍ତି ନେଲି। ଆଗକୁ ଆଇସିସି ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ୍ ଆରମ୍ଭ ହେବାକୁ ଯାଉଛି। ପାକିସ୍ତାନ ପାଖରେ କିଛି ଯୁବ ପ୍ରତିଭାଶାଳୀ ପେସ୍ ବୋଲର ଅଛନ୍ତି। ତେଣୁ ଏଭଳି ସମୟରେ ଟେଷ୍ଟ କ୍ରିକେଟରୁ ଅଲଗା ହେବା ଠିକ୍। ମୁଁ ଟେଷ୍ଟ କ୍ରିକେଟରେ ନିଜର ସବୁ ସାଥି ଖେଳାଳି ଏବଂ ପ୍ରତିପକ୍ଷ ଖେଳାଳିଙ୍କୁ ଧନ୍ୟବାଦ ଜଣାଉଛି। ସେମାନଙ୍କ ସହିତ ଏବଂ ବିପକ୍ଷରେ ଖେଳିବା ସମ୍ମାନ କଥା। ମୋର ବିଶ୍ୱାସ ଯେ, ଦିନିକିଆ ଓ ଟି-୨୦ କ୍ରିକେଟରେ ମଧ୍ୟ ସେମାନଙ୍କ ସହ ପୁଣିଥରେ ଖେଳିବାକୁ ସୁଯୋଗ ପାଇବି।

   ସମ୍ବନ୍ଧିତ ଖବର


IPL-2020: ଆଜି ସନରାଇଜର୍ସ ହାଇଦ୍ରାବାଦ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ କଡ଼ା ଟକ୍କର

ଚେନ୍ନାଇ ସୁପର କିଙ୍ଗ୍ସକୁ ବଡ ଝଟକା, ଆଇପିଏଲରୁ ବାଦ ପଡ଼ିଲେ ଆହତ ବ୍ରାଭୋ

ଟିମ୍‌ ଇଣ୍ଡିଆର ଅଷ୍ଟ୍ରେଲିଆ ଗସ୍ତ ,ସିଡ୍‌ନୀ, କାନବେରାରେ ସୀମିତ ଓଭର ସିରିଜ

ହଠାତ୍‌ ଚର୍ଚ୍ଚାରେ ବାଂଲାଦେଶର ମହିଳା କ୍ରିକେଟର, ଫଟୋ ହେଲା ଭାଇରାଲ୍

୨୦ ଥର କରୋନା ଟେଷ୍ଟ କଲେ ପ୍ରୀତି ଜିଣ୍ଟା, ଜାଣନ୍ତୁ କାରଣ

ଜାନୁୟାରୀରେ ଭାରତ ଆସିବ ଇଂଲଣ୍ଡ ଟିମ୍, ଅହମଦାବାଦରେ ଖେଳାଯିବ ଦିବାରାତ୍ର ଟେଷ୍ଟ …