ଭାରତକୁ ପରମାଣୁ ଆକ୍ରମଣର ଧମକ: କ୍ଷେପଣାସ୍ତ୍ର ପରୀକ୍ଷଣ କରିବ ପାକ୍‌

ନୂଆଦିଲ୍ଲୀ ୨୯/୮ :ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ବିବ୍ରତ ପାକିସ୍ତାନ ପରମାଣୁ ଆକ୍ରମଣ ଏବଂ ଯୁଦ୍ଧ ଭଳି ଧମକ ଦେବା ପରେ କ୍ଷେପଣାସ୍ତ୍ର ପରୀକ୍ଷଣ ନିମନ୍ତେ ପ୍ରସ୍ତୁତ କରୁଥିବା ଜଣାପଡ଼ିଛି । କ୍ଷେପଣାସ୍ତ୍ର ପରୀକ୍ଷଣ ନିମନ୍ତେ ପାକ୍‌ ପକ୍ଷରୁ ନୋଟମ(ଏକ ପ୍ରକାର ଚେତାବନୀ) ଜାରି କରାଯାଇଛି ବୋଲି ପାକିସ୍ତାନି ଗଣମାଧ୍ୟମ ସୂଚିତ କରିଛନ୍ତି । ଅଗଷ୍ଟ ୨୮ରୁ ୩୧ ତାରିଖ ମଧ୍ୟରେ ଏହି କ୍ଷେପଣାସ୍ତ୍ର ପରୀକ୍ଷା କରାଯିବ । କରାଚି ନିକଟରେ ଥିବା ସେନାନିୟାନି ଉଡ଼ାଣ ପରୀକ୍ଷଣ କ୍ଷେତ୍ରରୁ ଏହି ପରୀକ୍ଷା କରାଯାଇପାରେ ବୋଲି ଆଶଙ୍କା କରାଯାଉଛି ।

ଏଥି ନିମନ୍ତେ ପାକ୍‌ ନୌସେନା ପକ୍ଷରୁ ଚେତାବନୀ ଜାରି କରାଯାଇଛି । ଭାରତକୁ ଟାର୍ଗେଟ କରି ପାକିସ୍ତାନ ଏହାର କ୍ଷେପଣାସ୍ତ୍ର ଓ ଆଣବିକ କାର୍ଯ୍ୟକ୍ରମ ଜାରି ରଖିଛି । ଭାରତ ଉପରେ ଆକ୍ରମଣ କରିବା ଲକ୍ଷ୍ୟରେ ପାକିସ୍ତାନ ଏହାର ସବୁ ପାରମ୍ପରିକ ଓ ଆଣବିକ ଅସ୍ତ୍ର ମଧ୍ୟ ମୁତୟନ କରିଛି । ବିଶେଷଜ୍ଞମାନଙ୍କ ମତରେ, କାଶ୍ମୀର ପ୍ରସଙ୍ଗରେ ପାକିସ୍ତାନ ଚାରିଆଡ଼ୁ ନିରାଶ ହେବା ପରେ ବିଶ୍ୱଶକ୍ତିଙ୍କ ଧ୍ୟାନ ଆକର୍ଷିତ କରିବା ପାଇଁ ଏଭଳି ଯୁଦ୍ଧ ସ୍ଥିତି ଉପୁଜାଉଛି ।

   ସମ୍ବନ୍ଧିତ ଖବର


ଭାରତ କିଣିବ ଲଢୁଆ ଡ୍ରୋନ୍‌- ଚୀନ୍‌କୁ ଦେବ ଜବାବ

ଭାରତରେ ୫୦% ଦକ୍ଷତା ଥିବା ଟିକାକୁ ମଧ୍ୟ ଅନୁମତି ମିଳିବ

ବିଶ୍ୱର ୧୦୦ ପ୍ରଭାବଶାଳୀ ବ୍ୟକ୍ତିଙ୍କ ମଧ୍ୟରେ ମୋଦି

୧୦ ବର୍ଷ ପରେ ପରିବର୍ତ୍ତନ କରାଯାଉଛି Wikipediaର ଡିଜାଇନ୍‌, ଦେଖନ୍ତୁ ନୂଆ ଲେଆଉଟ୍‌

୧୦ବର୍ଷିୟା ବାଳିକାଙ୍କ ମହାନତାକୁ ସଲାମ – ନିଜର ୩୧ଇଞ୍ଚ ଲମ୍ୱ କେଶକୁ କାଟି କଲେ ଏମିତି କାମ

ନିଜର ଗାଡିରେ ଲଗାଇ ଦିଅନ୍ତୁ HSRP ଓ କଲର କୋଡ୍, ନଚେତ ଦେବାକୁ ପଡିବ ମୋଟା ଅଙ୍କର ଜରିମାନା