ପ୍ରମୁଖ ଖବର
  • ହିଞ୍ଜିଳି : ହିଞ୍ଜିଳିରୁ ଶଙ୍ଖନାଦ କଲେ ମୁଖ୍ୟମନ୍ତ୍ରୀ, କହିଲେ ଆରମ୍ଭ ହେଲା ବିଜେଡିର ବିଜୟ ଯାତ୍ରା
  • ||
  • ଭୁବନେଶ୍ୱର : ମସଲା ବ୍ୟାନ୍‌ ପ୍ରସଙ୍ଗ: ମସଲା ବ୍ୟାନ୍‌ର ମୂଳ କାରଣକୁ ଚିହ୍ନଟ କରାଯିବ
  • ||
  • ଭୁବନେଶ୍ୱର : ନକଲି ପୁଲିସ୍‌, ସିବିଆଇ ଅଧିକାରୀ କହି ଲୁଟୁଥିଲେ; ଇରାନୀ ମୁସଲିମ୍‌ ଗ୍ୟାଙ୍ଗ୍‌ର ୭ ଗିରଫ
  • ||
  • ଭୁବନେଶ୍ୱର : ଲିଭୁନି ଚନ୍ଦକା ନିଅ, ୧୨ ଘଣ୍ଟା ନାକେଦମ୍‌ ବନ କର୍ମଚାରୀ
  • ||
  • ଫୁଲବାଣୀ : ବାରହା ଆକ୍ରମଣରେ ମହିଳା ମୃତ
  • ||
  • ମାଲକାନଗିରି ଜିଲ୍ଲାରୁ ନଗଦ ୩୦ ଲକ୍ଷ ଜବତ, ୨ ଗିରଫ
  • ||
  • ଭୁବନେଶ୍ଵର : ମେ ୧ରେ ୪୮ ଡିଗ୍ରୀ ଛୁଇଁବ, ଆହୁରି ୬ ଡିଗ୍ରୀ ବଢ଼ିଯିବ ତାତି
  • ||

ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ଓ ସେନା ମୁଖ୍ୟ ପରଭେଜ୍ ମୁଶରଫଙ୍କୁ ଫାଶୀ ଦଣ୍ଡାଦେଶ,ଏହି ମାମଲାରେ ମିଳିବ ମୃତ୍ୟୁଦଣ୍ଡ

ଇସଲାମାବାଦ,୧୭।୧୨: ପାକିସ୍ତାନର ପେଶାଓ୍ବର ହାଇକୋର୍ଟ ପୂର୍ବତନ ଏକଛତ୍ରବାଦୀ ଶାସକ ଓ ରାଷ୍ଟ୍ରପତି ପରଭେଜ୍ ମୁଶରଫଙ୍କୁ ଦେଶଦ୍ରୋହ ମାମଲାରେ ଦେଇଛନ୍ତି ବଡ଼ ସଜା। କୋର୍ଟ ତାଙ୍କର ରାୟରେ ମୁଶରଫଙ୍କୁ ଫାଶୀ ଦଣ୍ଡାଦେଶ ପ୍ରଦାନ କରିଛନ୍ତି।  ପାକିସ୍ତାନର ୩ ଜଣିଆ ବିଚାରପତିଙ୍କ ଖଣ୍ଡପୀଠ ମୁଶରଫଙ୍କୁ ଏହି ଦଣ୍ଡାଦେଶ ଦେଇଛନ୍ତି।

wp:gallery {"ids":[70096]} /wp:gallery

ପାକିସ୍ତାନର ଇତିହାସରେ ପ୍ରଥମ ଥର ପେଶାଓ୍ବର ହାଇକୋର୍ଟ ଏହି ରାୟ ଦେଇଛନ୍ତି। ମୁଖ୍ୟ ବିଚାରପତି ବକାର ଅହମ୍ମଦ ସେଠଙ୍କ ଅଧ୍ୟକ୍ଷତାରେ ୩ ଜଣିଆ ବିଚାରପତିଙ୍କ ଏହି ଖଣ୍ଡପୀଠ ମଙ୍ଗଳବାର ମୁଶରଫଙ୍କୁ ଫାଶୀ ଦଣ୍ଡ ଦିଆଯିବା ନେଇ ରାୟ ଦେଇଛନ୍ତି। ମୁଶରଫ ଏବେ  ଦୁବାଇରେ ଅଛନ୍ତି। ୩ ନଭେମ୍ବର ୨୦୦୭ରେ ଜରୁରୀକାଳୀନ ସ୍ଥିତି ପାଇଁ ମୁଶରଫଙ୍କ ଉପରେ ଡିସେମ୍ବର ୨୦୧୩ରେ ମାମଲା ରୁଜୁ କରାଯାଇଥିଲା। ମୁଶରଫଙ୍କୁ ୩୧ ମାର୍ଚ୍ଚ ୨୦୧୪ରେ ଦୋଷୀ ସାବ୍ୟସ୍ତ କରାଯାଇଥିଲା।

wp:html /wp:html

ମୁଶରଫଙ୍କୁ ଦେଶଦ୍ରୋହ ଓ ଦେଶ ବିରୋଧରେ ଷଡଯନ୍ତ୍ର କରିବା ଅଭିଯୋଗରେ ଏହି ଦଣ୍ଡାଦେଶ ମିଳିଛି। ସେ ରାଷ୍ଟ୍ରପତି ଥିବାବେଳେ ଦେଶରେ ଜରୁରୀ ପରିସ୍ଥିତି ଜାରି କରିବା ସହ ବିଚାରପତିମାନଙ୍କୁ ଗୃହବନ୍ଦୀ କରିଥିଲେ । ୨୦୦୭ ନଭେମ୍ବର ୩ରେ ମୁଶରଫଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା । ସେ ୨୦୦୧ରୁ ୨୦୦୮ ପର୍ଯ୍ୟନ୍ତ ପାକିସ୍ତାନର ରାଷ୍ଟ୍ରପତି ଥିଲେ । ମୁଶରଫଙ୍କ ବିରୋଧରେ ନଓ୍ବାଜ ଶରିଫ୍ ସରକାର ମାମଲା ରୁଜୁ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.