ପାକିସ୍ତାନ ବିମାନ ଦୁର୍ଘଟଣାର ଅଙ୍ଗେନିଭା କଥା ! ମୃତ୍ୟୁ ମୁଖରୁ ବଞ୍ଚିଯାଇଥିବା ଯାତ୍ରୀ କହିଲେ କେମିତି ଥିଲା ସେହି ଦୃଶ୍ୟ –

କରାଚୀ –  ପବିତ୍ର ରମଜାନ ମାସର ଶେଷରେ ଛୁଟି କଟାଇବାକୁ ଇଦ୍‌ ପାଇଁ ଘରକୁ ଫେରୁଥିଲେ ଲୋକେ । ଖୁବ୍‌ ଖୁସିରେ ଘର ଲୋକଙ୍କୁ ଭେଟିବାର ସ୍ୱପ୍ନ ନେଇ ବିମାନରେ ଯାତ୍ରୀମାନେ ବସିଥିଲେ । କିଏ ଶୋଇଥିଲା ତ କିଏ କଥାବାର୍ତ୍ତା ହେଉଥିଲେ । ଫ୍ଲାଇଟ୍ ପିକେ ୮୩୦୮ ଠିକ୍‌ ସମୟରେ ସ୍ଥାନୀୟ ସମୟ ଦିନ ୧ଟାରେ ଲାହୋରର ଉତ୍ତର ଭାଗ ସହରରୁ ଉଡ଼ାଣ ଭରିଥିଲା । ଦ୍ୱିପ୍ରହର ୩ଟାର କିଛି ସମୟ ପୂର୍ବରୁ ଏହା ସଂପୂର୍ଣ୍ଣ ଭାବେ ସୁସ୍ଥ ଯାତ୍ରା କରୁଥିବା । କିଛି ବି ବିପଦର ସଙ୍କେତ ନଥିଲା ।  ହେଲେ ହଠାତ୍‌  ଦେଖାଦେଲା ବିମାନଟିରେ ଝଟକା । ପୁଣି କିଛି ସେକେଣ୍ଡ ପରେ ଏହି ଝଟକା ଲାଗି ରହିଲା ।

ଏହାର କିଛି ସମୟ ପରେ ପାଇଲଟ କିଛି ସତର୍କ ବାର୍ତ୍ତା ଦେଲେ , ସେ କହୁଥିଲେ ବିମାନର ଇଞ୍ଜିନରେ ସମସ୍ୟା  ଦେଖାଦେଇଛି । ବିମାନଟି ଲ୍ୟାଣ୍ଡିଂ କରିବାରେ ଅସୁବିଧା ହୋଇଛି । ତାହା ଥିଲା ତାଙ୍କର ଶେଷ କଥା , ଯାହାକି ସେହି ବିମାନ ଦୁର୍ଘଟଣାରୁ ରକ୍ଷା ପାଇଥିବା ମହମ୍ମଦ ଜୁବେର ନାମକ ଏହି ଯାତ୍ରୀ ଜଣଙ୍କ କହିଛନ୍ତି ।  

 ସେଦିନର ମୃତ୍ୟୁକୁ ଅତି ପାଖରୁ ଦେଖିଥିବା ଏହି ଜୁବେର ମେଡିକାଲ ବେଡ୍‌ରୁ ଟେଲିଫୋନିକ୍‌ ସାକ୍ଷାତକାରରେ କହିଛନ୍ତି ସେ କିଛି ଜାଣିପାରିନାହାନ୍ତି କଣ ସବୁ ଘଟିଗଲା । କିଛି ସମୟ ପରେ ସେ ଦେଖିଲେ ଖାଲି  ନିଆଁ ଓ ଧୂଆଁ । କିଛି ପିଲା ଓ ଲୋକଙ୍କର କାନ୍ଦୁଥିବାର ସେ ଶୁଣିବାକୁ ପାଇଲେ ।

ଏଭଳି ଏକ ଅଙ୍ଗେନିଭା ଘଟଣା ଭିତରେ ସେ ନିଜକୁ ରକ୍ଷା କରିବାକୁ ଯାଇ ସେହି ଧୂଆଁ ଓ ନିଆଁ ଝୁଲ ଭିତରୁ ଗୁରୁଣ୍ଡି ଗୁରୁଣ୍ଡି ବାହାର କଲେ । ତାଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସରେ ମେଡିକାଲ ନିଆଯାଇଥିଲା ।

ଦୁର୍ଘଟଣାରେ ବର୍ତ୍ତି ଯାଇଥିବା ୨ ଜଣ ଯାତ୍ରୀଙ୍କ ମଧ୍ୟରୁ ଜୁବେର ଥିଲେ ଜଣେ ଯାତ୍ରୀ।  ବିମାନଟି ଲାଣ୍ଡିଂ କରିବା ପୂର୍ବରୁ ପାଇଲଟ ଚେତାବନୀ ଦେଇ ସବୁ ଯାତ୍ରୀଙ୍କୁ କହିଥିଲେ କି କିଛି ବାମାନର ଇଂଜିନ୍‌ରେ ତ୍ରୁଟି ଦେଖାଦେଇଛି । ଲାଣ୍ଡିଂ କରିବାରେ ଅସୁବିଧା ହୋଇଛି ।

ଏହାର କିଛି ସମୟ ପରେ , ଏଠାରେ ଅନ୍ତରାଷ୍ଟ୍ରୀୟ  ବିମାନ ବନ୍ଦରର ପାଖରେ ଥିବା ଏକ ଜନଗହଳି ପୂର୍ଣ୍ଣ ଅଞ୍ଚଳରେ ବିମାନଟି ହଠାତ୍‌ ପ୍ରବେଶ କରିଗଲା । ଆଉ ଦୁର୍ଘଟଣା ଘଟିଲା ।  ଅଧିକାରୀଙ୍କ କହିବାନୁସାରେ  , ଶୁକ୍ରବାରର ଏହି ଦୁର୍ଘଟଣାରେ  ୯୭ ଜଣଙ୍କ ମୃତ୍ୟୁ ହୋଇଛି  ଯେଉଁଥିରେ ଅଛନ୍ତି ଯାତ୍ରୀ ଓ କ୍ରିୟୁ ମେମ୍ୱର ।

ସିଭିଲ୍‌ ଆଭିଏସନ ଅଥୋରିଟିର ପ୍ରବକ୍ତା ଅବଦୁଲ୍‌ ସତ୍ତାର କୋଖର କହିଛନ୍ତି , ଏହି  ଯାତ୍ରୀବାହି ବିମାନ A230 ରେ ୯୧ ଜଣ ଯାତ୍ରୀ ଓ ୮ କ୍ରିୟୁ ସଦସ୍ୟ ଥିଲେ । ସେଥିରୁ ରକ୍ଷା ପାଇଥିବା ଆଉ ଜଣେ  ଯାତ୍ରୀ ଜାଫର ମାସୁଦ୍‌ ଜଣେ ବ୍ୟାଙ୍କ କର୍ମଚାରୀ ।

ପାକିସ୍ତାନର କରାଚୀରେ ଥିବା ଜିନ୍ନା ଅନ୍ତର୍ଜାତୀୟ ବିମାନ ବନ୍ଦର ନିକଟରେ ଶୁକ୍ରବାର ଅପରାହ୍ଣରେ ପାକିସ୍ତାନ ବିମାନ ପିକେ-୩୦୩ର ଦୁର୍ଘଟଣା ହୋଇଥିଲା । ଏଥିରେ ଥିବା ୯୯ଜଣ ଯାତ୍ରୀ ଓ ବିମାନ କର୍ମାଚାରୀଙ୍କ ମଧ୍ୟରୁ ୯୭ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୨ ଜଣ ଏହି ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି ।

   ସମ୍ବନ୍ଧିତ ଖବର


ଫୋନରୁ ଖୋଜି ଖୋଜି ସବୁ ଚାଇନିଜ୍ ଆପ୍ସକୁ ଡିଲିଟ୍ କରିବ ଏହି ଭାରତୀୟ ଆପ୍: ଖାଲି ଥରେ ଡାଉନଲୋଡ୍ କରନ୍ତୁ ବାସ୍, ସେତିକି…

କଷ୍ଟମର କେୟାର କହି ଆକାଉଣ୍ଟରୁ ଉଡାଇନେଲେ ୯ ଲକ୍ଷ ଟଙ୍କା,ସିମ୍ ସ୍ବାପିଂ ଠକେଇ

ବଢୁଛି ସୁନା-ରୂପା ଦାମ୍, ୨୦୨୧ ସୁଦ୍ଧା ଛୁଇଁପାରେ ୮୦ ହଜାର ଟଙ୍କା

ସ୍ବାଭିମାନୀ ଚୋର: ସ୍ତ୍ରୀ-ପିଲାଙ୍କୁ ଘରକୁ ନେବା ପାଇଁ ଚୋରି କରିଥିଲେ ବାଇକ୍, ପରେ ପାର୍ସଲ କରି ମାଲିକଙ୍କୁ ଫେରାଇଦେଲେ

ଏଥର ବିମାନରେ ମଝି ସିଟ୍‌କୁ ଖାଲି ରଖିବାକୁ ପଡ଼ିବ !

ଲକଡାଉନ୍ ନାମରେ ୟୁପି ପୋଲିସର ଗୁଣ୍ଡାଗର୍ଦ୍ଦି, ରାସ୍ତାରେ ଯାହାକୁ ଦେଖିଲା ମନଇଚ୍ଛା ନିସ୍ତୁକ ପିଟିଲା