PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୩୫କୁ ବୃଦ୍ଧି
  • ||
  • ଗଞ୍ଜାମ: କୋଦଳା ଖଦାଳ ସାହିରେ ଗୋଷ୍ଠୀ ସଂଘର୍ଷ, ଜଣେ ମୃତ
  • ||
  • ଭୁବନେଶ୍ୱର: ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ଆଉ ୬୬୩ ଜଣ ପଜିଟିଭ୍ ଚିହ୍ନଟ
  • ||
  • ଭୁବନେଶ୍ୱର: ୨୦ରୁ ଯୁକ୍ତ ୩ ଦ୍ୱିତୀୟ ବର୍ଷ କ୍ଲାସ୍‌ ରୁମ୍‌ ପଢ଼ା, ଆଜିଠୁ ଖୋଲିବ ହଷ୍ଟେଲ
  • ||
  • ଭୁବନେଶ୍ୱର: BBI ଓ OOPRE ବାରକୁ ସିଲ୍ କଲା ବିଏମ୍‌ସି, ମ୍ୟାନେଜରଙ୍କ ସହ ୪ ଜଣ ଅଟକ
  • ||
  • ଭୁବନେଶ୍ୱର: ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ ହେବ ମନୋରମା ମହାପାତ୍ରଙ୍କ ଶେଷକୃତ୍ୟ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଲେ ଘୋଷଣା
  • ||

ଭଡ଼ାରେ ଲାଗିବ ପାକ୍‌ ପ୍ରଧାନମନ୍ତ୍ରୀଙ୍କ ବାସଭବନ

ସାଂସ୍କୃତିକ, ଶିକ୍ଷା ସହ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ
ଇସଲାମାବାଦ, : ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କ ସରକାରୀ ବାସଭବନ ଏବେ ଭଡ଼ାରେ ଉପଲବ୍ଧ ହେବ । ଆର୍ଥିକ ସଙ୍କଟର ସାମ୍ନା କରୁଥିବା ପାକ୍‌ ପକ୍ଷରୁ ଇସଲାମାବାଦସ୍ଥିତ ପ୍ରଧାନମନ୍ତ୍ରୀଙ୍କ ସରକାରୀ ବାସଭବନକୁ ସାଧାରଣ ଲୋକଙ୍କୁ ଭଡ଼ାରେ ଦେବା ଲାଗି ନିଷ୍ପତ୍ତି ନିଆଯାଇଛି । ସାଂସ୍କୃତିକ, ଫ୍ୟାଶନ୍‌, ଶିକ୍ଷା ସହ
ଅନ୍ୟାନ୍ୟ କାର୍ଯ୍ୟକ୍ରମ ପାଇଁ ଲୋକେ ତାକୁ ଭଡ଼ାରେ ନେଇପାରିବେ ।

ଏହାପୂର୍ବରୁ ୨୦୧୯ ମସିହାରେ ପିଟିଆଇ ସରକାର ଗଠିତ ହେବାପରେ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ତାଙ୍କ ସରକାରୀ ବାସଭବନକୁ ଏକ ବିଶ୍ୱବିଦ୍ୟାଳୟରେ ପରିଣତ କରିବାକୁ ଘୋଷଣା କରିଥିଲେ । ସେଥିଲାଗି ଘରକୁ ଖାଲି ବି କରିଦେଇଥିଲେ । ସମା ଟିଭି ଅନୁସାରେ ସରକାର ଏବେ ବିଶ୍ୱବିଦ୍ୟାଳୟ ପ୍ରକଳ୍ପରୁ ମୁହଁ ଫେରାଇ ନେଇଛି । ତେଣୁ ପ୍ରଧାନମନ୍ତ୍ରୀଙ୍କ ବାସଭବନକୁ ଭଡ଼ାରେ ଦେବାକୁ ନିଷ୍ପତ୍ତି ନିଆଯାଇଛି ।

ଏହି ସଂକ୍ରାନ୍ତରେ ଖୁବ୍‌ ଶୀଘ୍ର ଇମ୍ରାନ୍‌ଙ୍କ କ୍ୟାବିନେଟ୍‌ର ବୈଠକ ଅନୁଷ୍ଠିତ ହେବ । ସେଥିରେ ପ୍ରଧାନମନ୍ତ୍ରୀଙ୍କ ସରକାରୀ ବାସଭବନକୁ ଭଡ଼ା ଦେଇ ଆସିବାକୁ ଥିବା
ଅର୍ଥ ସଂପର୍କରେ ଚର୍ଚ୍ଚା ହେବ । ପାକ୍‌ ପ୍ରଧାନମନ୍ତ୍ରୀଙ୍କ ବାସଭବନର ଅଡିଟୋରିୟମ, ଅତିଥି ଭବନ ଓ ଏକ ଲନ୍‌କୁ ଭଡ଼ାରେ ଦେବାକୁ ଯୋଜନା ରହିଛି ।

ସମ୍ବନ୍ଧିତ ଖବର