ସିଦ୍ଧୁଙ୍କୁ ମନ୍ତ୍ରୀ କରିବାକୁ ଇମ୍ରାନ୍ ଖାନ୍ କରିଥିଲେ ସୁପାରିସ୍: ସାଙ୍ଘାତିକ ଅଭିଯୋଗ ଆଣିଲେ ପଞ୍ଜାବର ଏହି ନେତା

ନୂଆଦିଲ୍ଲୀ,୨୪/୦୧: ପଞ୍ଜାବରେ ବିଧାନସଭା ନିର୍ବାଚନର ମାହୋଲ ଭିତରେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ପଞ୍ଜାବ କଂଗ୍ରେସ ଅଧ୍ୟକ୍ଷ ନବଜୋତ୍ ସିଂ ସିଦ୍ଧୁଙ୍କ ଉପରେ ଏକ ବଡ଼ ଅଭିଯୋଗ ଆଣିଛନ୍ତି । କ୍ୟାପଟେନ୍ ଖୁଲାସା କରି କହିଛନ୍ତି ଯେ, ‘ସିଦ୍ଧୁ ପଞ୍ଜାବ ସରକାରରେ ମନ୍ତ୍ରୀ ହେବା ପାଇଁ ପାକିସ୍ତାନ ମୁଖ୍ୟମନ୍ତ୍ରୀ ଇମରାନ୍ ଖାନ୍ ଏବଂ ସେଠାକାର କିଛି ଲୋକଙ୍କ ଦ୍ୱାରା ଲବି କରୁଥିଲେ’। ଅମରିନ୍ଦର କହିଛନ୍ତି, ‘ଏହି ଘଟଣାର ତମାମ ପ୍ରମାଣ ମୋ ପାଖରେ ରହିଛି । ଏହା ସହିତ ଉଭୟଙ୍କର କଲ୍ ଡିଟେଲ୍ସ ମଧ୍ୟ ମୋ ପାଖରେ ରହିଛି। ଏବଂ ଏ ସମ୍ପର୍କରେ ସମୁଦାୟ ବିବରଣୀ ସେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଦେଇସାରିଛନ୍ତି ।
ସିଦ୍ଧୁଙ୍କ ଉପରେ ଆରୋପ ଲଗାଇ ଅମରିନ୍ଦର କହିଛନ୍ତି, ‘ଯେତେବେଳେ କଂଗ୍ରେସ ପାର୍ଟି ୨୦୧୭ରେ ନିର୍ବାଚନ ଜିତିଥିଲା, ସେତେବେଳେ ସିଦ୍ଧୁଙ୍କୁ ମନ୍ତ୍ରୀମଣ୍ଡଳରେ ସାମିଲ କରିବାକୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ୍ ଖାନ୍ ଏବଂ କିଛି ସେଠାକାର କିଛି ମୁଷ୍ଠିମେୟ ନେତା ମତେ ଫୋନ କରିଥିଲେ। ଏବଂ ସିଦ୍ଧୁଙ୍କୁ ମନ୍ତ୍ରୀ କରିବା ପାଇଁ ଇମରାନ୍ଙ୍କ ସହିତ ତାଙ୍କ ନିକଟତର ନେତା ମାନେ ମତେ ମେସେଜ୍ ମଧ୍ୟ କରୁଥିଲେ’। ଅମରିନ୍ଦ କହିଛନ୍ତି ଯେ, ‘ମୁଁ କେବେବି ଇମରାନ୍ ଖାନଙ୍କ ସହିତ ସାକ୍ଷାତ କରିନାହିଁ କି ତାଙ୍କୁ ବ୍ୟକ୍ତିଗତ ଭାବରେ ବି ଜାଣିନାହିଁ ଏପରିକି ତାଙ୍କ ନିକଟତର ନେତା ମାନଙ୍କ ସହିତ ମୋର କୌଣସି ପ୍ରକାର ସମ୍ପର୍କ ନାହିଁ । ଏଥିପାଇଁ ଦଳ ଜିତିବା ପରେ ଏଭି ଭଳି ମେସେଜ୍ ସବୁ ଦେଖି ମୁଁ ଆଶ୍ଚର୍ଯ୍ୟ ହୋଇଯାଇଥିଲି । ସବୁଠାରୁ ଆଶ୍ଚର୍ଯ୍ୟକର କଥା ହେଉଛି କି, ଭାରତର ଜଣେ ବ୍ୟକ୍ତିଙ୍କୁ ମନ୍ତ୍ରୀମଣ୍ଡଳରେ ସାମିଲ୍ କରିବା ପାଇଁ ପାକିସ୍ତାନର ପ୍ରଧାନମନ୍ତ୍ରୀ କେଉଁଭଳି ଭାବରେ ଲବି କରୁଛନ୍ତି’?
କ୍ୟାପଟେନ୍ ଅମରିନ୍ଦର ସିଂ କହିଛନ୍ତି କି , ‘ଏହି ସବୁ ମେସେଜ୍କୁ ମୁଁ କଂଗ୍ରେସ୍ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଏବଂ ପ୍ରୀୟଙ୍କା ଗାନ୍ଧୀ ଭଦ୍ରାଙ୍କ ପାଖକୁ ପଠାଇଦେଇଥିଲି । ଯଦିଓ ଏ ଘଟଣାକୁ ନେଇ ସୋନିଆ ଗାନ୍ଧୀଙ୍କ ପକ୍ଷରୁ କୌଣସି ବି ରିପ୍ଳାଏ ଆସିନଥିଲା, କିନ୍ତୁ ପ୍ରୀୟଙ୍କା ଗାନ୍ଧି ରିପ୍ଳାଏ ଦେଇ ଲେଖିଥିଲେ ଯେ, କୌଣସି ମୁର୍ଖ ବ୍ୟକ୍ତି ଏହିଭଳି ମେସେଜ୍ ସବୁ କରିଛନ୍ତି’। ତେବେ ଏହି ଭଳି ଏକ ଘଟଣାକୁ ଦୋହରାଇ ଏବେ ପୁଣି ସିଦ୍ଧୁଙ୍କୁ ଟାର୍ଗେଟ କରିଛନ୍ତି ଅମରିନ୍ଦର।