ଏହି ପାକିସ୍ତାନୀ ମହିଳା ପପ୍ ସିଙ୍ଗର ମୋଦିଙ୍କୁ ଦେଇଥିଲେ ହତ୍ୟା ଧମକ,ଏବେ ଯିବେ ଜେଲ୍

ନୂଆଦିଲ୍ଲୀ,୧୫।୯: ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାପ କାମୁଡାଇ ମାରିବେ ବୋଲି ଧମକ ଦେଇଥିବା ପାକିସ୍ତାନୀ ପପ୍ ସିଙ୍ଗର ରବି ପୀରଜାଦଙ୍କ ପାଇଁ ଆରମ୍ଭ ହୋଇଯାଇଛି ଖରାପ ଦିନ। ଏବେ ଜେଲ୍ ଯାଇପାରନ୍ତି ବୋଲି ଖବର ମିଳିଛି। କାରଣ ଲାହୋରରେ ଥିବା ତାଙ୍କର ବ୍ୟୁଟି ସେଲୁନରେ ବିଦେଶୀ ପଶୁଙ୍କୁ ପାଳିତ ପଶୁ ଭାବରେ ରଖିବା କାରଣରୁ ତାଙ୍କ ବିରୋଧରେ  ଆଇନଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଯାଇଛି।

ପାକିସ୍ତାନ ପଞ୍ଜାବର  ବନ୍ୟଜୀବ ସଂରକ୍ଷଣ ଓ ଉଦ୍ୟାନ ବିଭାଗ ରବି ପୀରଜାଦାଙ୍କ ବ୍ୟୁଟି ସେଲୁନରେ ବିଦେଶୀ ପଶୁଙ୍କୁ ରଖିବା ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛନ୍ତି। ବିଭାଗ ପକ୍ଷରୁ ବନ୍ୟଜୀବ ନିୟମକୁ ଉଲଂଘନ କରିବା ନେଇ ଲାହୋରର ଏକ ସ୍ଥାନୀୟ କୋର୍ଟରେ ରବି ପୀରଜାଦାଙ୍କ ବିରୋଧରେ ଚାଲାନ୍ ମଧ୍ୟ ହାଜର କରାଯାଇଛି।

ଉଲ୍ଲେଖନୀୟ ଯେ, ଭାରତ ସରକାର ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରିବା ଘଟଣାରେ ରାଗିକି ଏହି ପପଷ୍ଟାର ଜଣକ ଅଜଗର ସାପ ସହିତ ଭିଡିଓ ତିଭଆରି କରି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଧମକ ଦେଇ କହିଥିଲେ, ‘ମୁଁ ଜଣେ କଶ୍ମିରୀ ମହିଳା, ଭାରତ ପାଇଁ ନିଜର ସାପ ସହିତ ପ୍ରସ୍ତୁତ ଅଛି, ଏହି ଉପହାର ବାସ୍ତବରେ ମୋଦିଙ୍କ ପାଇଁ। ତୁମେ କଶ୍ମୀରର ଲୋକଙ୍କୁ ହଇରାଣ କରୁଛ, ଏବେ ନର୍କରେ ମରିବାକୁ ପ୍ରସ୍ତୁତ ହୋଇଯାଆ। ମୋର ସମସ୍ତ ବନ୍ଧୁ ଶାନ୍ତି ଚାହାନ୍ତି।’ଏହି ଭିଡିଓକୁ ସେ ସୋସିଆଲ ମିଡିଆରେ ସେୟାର କରିଥିଲେ। ଅଜଗର ସାପ ସହିତ ତାଙ୍କ ସହ ଏକ କୁମ୍ଭୀର ମଧ୍ୟ ଥିଲା।

ରବି ପୀରାଜାଦା ଜଣେ ପାକିସ୍ତାନୀ ପପ୍ ସିଙ୍ଗର ଓ ବହୁ ଟେଲିଭିଜନ ଶୋ’ ମଧ୍ୟ ହୋଷ୍ଟ କରିସାରିଛନ୍ତି। ୨୦୧୭ରେ ସେ ଲାଇମଲାଇଟରେ ଆସିଥିଲେ, ଯେତେବେଳେ ସେ ବଲିୁହ ଇଣ୍ଡଷ୍ଟ୍ରୀ ଓ ସଲମାନ ଖାନଙ୍କୁ ବିରୋଧ କରିଥିଲେ।

   ସମ୍ବନ୍ଧିତ ଖବର


ଲଦାଖ୍‌ରେ ଯବାନଙ୍କୁ ସାଲ୍ୟୁଟ୍‌ କରିଥିବା ଶିଶୁକୁ ୨.୫ଲକ୍ଷ ଦେଲା ବିଜେପି ସାଂସଦ

ବିହାର ନିର୍ବାଚନ: ଦ୍ବିତୀୟ ପର୍ଯ୍ୟାୟରେ ବହୁ ମହାରଥୀ ଦେବେ ଅଗ୍ନି ପରୀକ୍ଷା, ଉତ୍ତର ବିହାର ଉପରେ ସମସଙ୍କ ନଜର

ତୁର୍କୀରେ ସୁନାମି, ଇଜ୍‌ମିର୍‌ ସହର ଭିତରେ ପଶିଲା ପାଣି

ଫ୍ରାନ୍ସରେ ଅବସ୍ଥାପିତ ପାକିସ୍ତାନ ରାଷ୍ଟ୍ରଦୂତଙ୍କ ଅପସାରଣ ନିଷ‌୍ପତ୍ତିରେ ମୋହର ମାରିଲା ପାକ୍‌ ପାର୍ଲିଆମେଣ୍ଟ, ହେଲେ ୩ ମାସ ହେଲାଣି ନାହାନ୍ତି ରାଷ୍ଟ‌୍ରଦୂତ

ସ୍ବାବ ପରେ ଏବେ ପରିସ୍ରାରୁ ଜାଣିପାରିବେ କରୋନା ରିପୋର୍ଟ!

ଭାରତ ବିପକ୍ଷରେ କିଛି ମ୍ୟାଚ ଖେଳିବେନି ଏହି ଅଷ୍ଟ୍ରେଲିଆ କ୍ରିକେଟର, କ’ଣ ପାଇଁ ଜାଣନ୍ତୁ