PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପଦ୍ମପୁର ପୁଲିସକୁ ମିଳିଲା ବଡ ସଫଳତା- ୬୦ କେଜି ଗଞ୍ଜେଇ ସହ ୫ ଗିରଫ, ଦୁଇଟି କାର୍ ଜବତ
  • ||
  • ଯୁବନେତା ସବ୍ୟସାଚୀ ମହାପାତ୍ର ବିଜେଡିରୁ ନିଲମ୍ବିତ – ଦଳ ବିରୋଧରେ ଅରୁଚିକର ମନ୍ତବ୍ୟ ଓ ବିଶୃଙ୍ଖଳା ଆଚରଣର ଅଭିଯୋଗ
  • ||
  • ସମ୍ବଲପୁର : ନାକଟିଦେଉଳରେ ଭାଲୁ ଆକ୍ରମଣରେ ୨ ଚାଷୀ ଗୁରୁତର
  • ||
  • Tokyo Olympics : ଭାରତକୁ ପ୍ରଥମ ପଦକ, ଭାରତ୍ତୋଳନରେ ମୀରାବାଈ ଚାନୁ ଜିତିଲେ ରୌପ୍ୟ ପଦକ
  • ||
  • ସମ୍ବଲପୁର : ହୀରାକୁଦ ଉପରମୁଣ୍ଡରେ ପ୍ରବଳ ବର୍ଷା, ଜଳଭଣ୍ଡାରକୁ ପ୍ରବେଶ କରୁଛି ୭୭ ହଜାର କ୍ୟୁସେକ ଜଳ, ପୁଣି ଗେଟ୍ ଖୋଲିବା ନେଇ ବାଜିଲା ସାଇରନ୍
  • ||
  • ଆନନ୍ଦପୁର : ଶାଳନ୍ଦୀ ନଦୀର ହଦଗଡ ଡ୍ୟାମରୁ ହୋମିଓପାଥି ଡାକ୍ତରୀ ଛାତ୍ରଙ୍କ ମୃତଦେହ ଉଦ୍ଧାର, ଦୁଇ ଦିନ ତଳୁ ଥିଲେ ନିଖୋଜ
  • ||
  • ଯାଜପୁର : ଘର ଭିତରୁ ଦମ୍ପତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ଝିଅ ଘର ଲୋକେ
  • ||
  • ତେଲକୋଇ : ନାଳରେ ଭାସିଗଲେ ଓରିଆ ପଞ୍ଚାୟତ ପୁରୁଣାପାଣି ପାଣି ଗାଁର ଗୁରଦେବ ନାୟକ
  • ||
  • ବାନ୍ଦୀପୋରା : ଆତଙ୍କବାଦୀ-ସୁରକ୍ଷାବାହିନୀ ମୁହାଁମୁହିଁ, ସେନା ଗୁଳିରେ ୨ ଆତଙ୍କବାଦୀ ସଫା
  • ||
  • ଟୋକିଓ ଟକ୍କର: ଭାରତୀୟ ପୁରୁଷ ହକି ଦଳର ଦମଦାର ବିଜୟ, ନ୍ୟୁଜିଲାଣ୍ଡକୁ ୩-୨ରେ ଦେଲା ମାତ୍‌
  • ||
  • ଚଣ୍ଡିଖୋଲ : କେନାଲରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୬୮ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୫୪୪୫କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟା ଭିତରେ ଚିହ୍ନଟ ହେଲେ ଆଉ ୧୮୬୪ ଜଣ କରୋନା ପଜିଟିଭ୍
  • ||
  • ପୁରୀ : ୨୯ ଦିନ ପରେ ରତ୍ନବେଦିକୁ ଫେରିଲେ ମହାବାହୁ, ଆଜି ମିଳିବ ନୀଳାଚଳ ଅବଢ଼ା
  • ||

ସୀମାରେ ପାକ୍‌ର ସମରସଜ୍ଜା

ନୂଆଦିଲ୍ଲୀ,୬ ।୩(ଏଜେନ୍ସି): ବାଲାକୋଟରେ ବିମାନ ଆକ୍ରମଣ ପରେ ପାକିସ୍ତାନର ସେନା ପୂରା ଭୟଭୀତ ହୋଇପଡ଼ିଛି । ଭାରତ ପୁଣି ଥରେ ଆକ୍ରମଣ କରିପାରେ ବୋଲି ପାକିସ୍ତାନ ଆଶଙ୍କା କରୁଛି । ସେଥିପାଇଁ ନିୟନ୍ତ୍ରଣ ରେଖାରେ ସୈନ୍ୟ ସଂଖ୍ୟା ବଢ଼ାଇବା ସହିତ ଅସ୍ତ୍ରଶସ୍ତ୍ର ଗୁଳିଗୋଳା ମଧ୍ୟ ଠୁଳ କରିବାରେ ଲାଗିପଡ଼ିଛି । ପାକିସ୍ତାନର ଏଭଳି ଯୁଦ୍ଧ ପ୍ରସ୍ତୁତିକୁ ଦୃଷ୍ଟିରେ ରଖି ଭାରତୀୟ ଯବାନଙ୍କୁ ସତର୍କ ରହିବା ଲାଗି ପରାମର୍ଶ ଦିଆଯାଇଛି ।
ବାଲାକୋଟ ତୁଳନାରେ ଲାହୋର, ଇସଲାମାବାଦ, ରାୱଲପିଣ୍ଡି ଭଳି ସହରର ଭାରତ ସୀମା ଠାରୁ ଦୂରତା ବହୁତ କମ୍‌ । ତେଣୁ ଭାରତୀୟ ବାୟୁସେନା କିଛି କ୍ଷଣରେ ଏସବୁ ସହର ଉପରେ ଆକ୍ରମଣ କରିବାକୁ ସକ୍ଷମ । ଏପରି ହେଲେ କେବଳ ଆତଙ୍କବାଦୀ ନୁହନ୍ତି, ବରଂ ସେମାନଙ୍କୁ ସମର୍ଥନ କରୁଥିବା ପାକ୍‌ ସେନା ଏବଂ ଆଇଏସଆଇର ଅଧିକାରୀ ବି ଟାର୍ଗେଟକୁ ଆସିଯିବେ । ଏହି ଆଶଙ୍କା ପାକ୍‌ ସେନା ଅଧିକାରୀଙ୍କ ନିଦ ହଜାଇ ଦେଇଛି । ତେଣୁ ସେମାନେ ସବୁ ପ୍ରକାର ସାମରିକ ପ୍ରସ୍ତୁତିରେ ଲାଗିଛନ୍ତି । ପାକ୍‌ ସେନା କିଛିଦିନ ତଳେ ଭାରତ ସଂଲଗ୍ନ ସୀମାରେ ଅତିରିକ୍ତ ସୈନିକ ଏବଂ ଯୁଦ୍ଧ ସରଞ୍ଜାମ ମୁତୟନ କରିଥିଲା । ଏବେ ସୂଚନା ମିଳିଛି କି ପାକ୍‌ ସେନା ଦେଶର ବିଭିନ୍ନ ଭାଗରୁ ସୈନିକଙ୍କୁ ଅପସାରଣ କରି ଏଲଓସି ଏବଂ ଭାରତ ସୀମାର ଅନ୍ୟ ଅଞ୍ଚଳକୁ ଆଣୁଛି । ବେଲୁଚିସ୍ତାନ, ନର୍ଥ ୱଜିରିସ୍ତାନ, ଜାନିଖେଲ ଏବଂ ବାନୁ ଅଞ୍ଚଳରୁ ବ୍ୟାପକ ମାତ୍ରାରେ ସୈନ୍ୟ ଅପସାରଣ କରାଯାଉଛି ।
ଭାରତୀୟ ଗୁଇନ୍ଦା ସଂସ୍ଥା ସଂଗ୍ରହ କରିଥିବା ସୂଚନା ଅନୁସାରେ, ପାକିସ୍ତାନ-ଆଫଗାନିସ୍ତାନ ସୀମାରେ ପାକ୍‌ ସେନା ନିଜର ସୈନିକ ସଂଖ୍ୟା ହ୍ରାସ କରୁଛି । ସେହିପରି ଆଦିବାସୀ ଅଧ୍ୟୁଷିତ ଖାଇବର-ପାଖତୁନଖ୍ୱା ଅଞ୍ଚଳରୁ ବି ସୈନିକମାନଙ୍କୁ ଭାରତ ସୀମା ନିକଟକୁ ପଠାଯାଉଛି । ସୈନିକମାନଙ୍କୁ ସେଠାରୁ ଆଣିବା ପାଇଁ ଟ୍ରକ୍‌, ଯାତ୍ରୀବାହୀ ବସ ଏବଂ ଅନ୍ୟ ସରକାରୀ ଗାଡ଼ି ବ୍ୟବହାର କରାଯାଉଛି । ଏଥିସହ ବିପୁଳ ଅସ୍ତ୍ରଶସ୍ତ୍ର ଓ ଗୁଳିଗୋଳା ମଧ୍ୟ ଠୁଳ କରିବାରେ ଲାଗିଛି ।
ପାକିସ୍ତାନୀ ସେନା ଗତ ଏକ ସପ୍ତାହ ଧରି ନିୟନ୍ତ୍ରଣ ରେଖାରେ ପ୍ରବଳ ଗୁଳିଗୋଳା ମାଡ଼ ଜାରି ରଖିଛି । ଜନବସତି ଅଞ୍ଚଳକୁ ଟାର୍ଗେଟ କରି ମୋର୍ଟାର ଓ ୧୫୫ ମି.ମି. ତୋପ ବ୍ୟବହାର କରୁଛି । ହେଲେ ପାକିସ୍ତାନୀ ସେନା ଜନବସତିକୁ ଟାର୍ଗେଟ କରୁଥିବାରୁ ଭାରତ କଡା ଆପତ୍ତି ଉଠାଇଛି । ଗତକାଲି ଦୁଇଦେଶର ଶୀର୍ଷ ଅଧିକାରୀଙ୍କ ମଧ୍ୟରେ ହଟ୍‌ ଲାଇନରେ ଆଲୋଚନା ହୋଇଥିଲା ବେଳେ ଭାରତ ଚେତାବନୀ ଦେଇଛି ।ଭାରତ ରୋକ୍‌ଠୋକ ଭାବେ ଜଣାଇ ଦେଇଛି ଯଦି ପାକିସ୍ତାନୀ ସେନା ଜନବସତିକୁ ଟାର୍ଗେଟ କରି ଗୁଳିମାଡ଼ କରିବ ତେବେ ତାହାର ପରିଣତି ଅତି ଭୟଙ୍କର ହେବ ।
ଆହୁରି ମଧ୍ୟ ଜଣାପଡିଛି କି, ପାକିସ୍ତାନ ନିଜର ବାୟୁସୀମାରେ ଯାତ୍ରୀବାହୀ ବିମାନ ଚଳାଚଳ ସ୍ୱାଭାବିକ କରୁନାହିଁ । କେତେକ ବିମାନବନ୍ଦରରେ ଆଂଶିକ ଭାବେ ବିମାନ ଉଡାଣ ପାଇଁ ଅନୁମତି ଦିଆଯାଇଛି । କିନ୍ତୁ ସବୁ ବିମାନଗୁଡିକୁ ଦେଶର ପଶ୍ଚିମ ଭାଗ ଦେଇ ଉଡାଣ ଭରିବାକୁ ଏବଂ ପୂର୍ବ ସୀମାରୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଇଛି । ଅର୍ଥାତ କରାଚୀରୁ ବିମାନଗୁଡିକ ପାକିସ୍ତାନର ପଶ୍ଚିମ ଭାଗ(ବେଲୁଚିସ୍ତାନ ଉପର) ଦେଇ ପେଶାୱାରକୁ ଯାଉଛନ୍ତି । ଭାରତର ସୀମା ଠାରୁ କମ୍‌ ଦୂରରେ ଥିବା ଅଞ୍ଚଳ(ଲାହୋର, ଇସଲାମାବାଦ) ଉପରେ ବିମାନ ଉଡ଼ାଣ ଏବେ ବି ବନ୍ଦ ରହିଛି ।
ପାକ୍‌ ସେନା ଆଶଙ୍କା କରୁଛି କି ଭାରତ ପୁଣିଥରେ ଜଳ, ସ୍ଥଳ ଓ ଆକାଶ ସୀମା ବ୍ୟବହାର କରି ତା ଉପରେ ଆକ୍ରମଣ କରିପାରେ । ଏଭଳି ହେଲେ ପାକ୍‌ ସେନା ଭାରତର ମୁକାବିଲା କରିବାରେ ଅକ୍ଷମ ହେବ । ତେଣୁ ପାକିସ୍ତାନ ଏବେ ତାଲିବାନ ଓ ଆଦିବାସୀ ନେତାମାନଙ୍କର ସହାୟତା ଲୋଡ଼ିଛି । ଗତ ମାସ ୨୭ ତାରିଖରେ ପାକ୍‌ ସେନାର ବରିଷ୍ଠ ଅଧିକାରୀମାନେ ଖାଇବର-ପାଖତୁନଖ୍ୱା ପ୍ରଦେଶର ବିଭିନ୍ନ ଭାଗକୁ ଯାଇ ସେଠାକାର ଆଦିବାସୀ ନେତାମାନଙ୍କୁ ଭେଟିବା ସହିତ ସେମାନଙ୍କର ସହଯୋଗ ଲୋଡିଛନ୍ତି । ଭାରତ ସହ ଯୁଦ୍ଧ ଲାଗିଲେ ପାକ୍‌ ସେନାକୁ ସହଯୋଗ କରିବାକୁ ସେମାନେ ସଶସ୍ତ୍ର ଗୋଷ୍ଠୀ ଗଠନ କରନ୍ତୁ ବୋଲି କୁହାଯାଇଛି । ଆଦିବାସୀ ନେତାମାନଙ୍କ ମନ ଜିଣିବାକୁ ପାକ୍‌ ସେନା ସେମାନଙ୍କ ଠାରୁ ଦୁଇ ବର୍ଷ ତଳେ ଜବତ କରାଯାଇଥିବା ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ବି ଫେରାଇ ଦେଇଛି ।
ପାକିସ୍ତାନ ପୂର୍ବରୁ ଭାରତ ସହିତ ଯୁଦ୍ଧ ସମୟରେ ସାଧାରଣ ଲୋକ ଏବଂ ଆଦିବାସୀଙ୍କୁ ବ୍ୟବହାର କରିଥିବାର ନଜିର ରହିଛି । ୧୯୪୭ରେ ପାକ୍‌ ସେନା ପ୍ରଥମେ କିଛି ସଶସ୍ତ୍ର ଆଦିବାସୀଙ୍କୁ ବ୍ୟବହାର କରି ଜମ୍ମୁ-କାଶ୍ମୀର ଉପରେ କବ୍‌ଜା କରିବାକୁ ଉଦ୍ୟମ କରିଥିଲା । ଏବେ ପୁଣି ସେପରି କରିବାକୁ ଚାହୁଁଛି । ଏହି ଆଦିବାସୀମାନଙ୍କ ମଧ୍ୟରୁ କିଛି ତାଲିବାନ ସମର୍ଥକ ହୋଇଥିବାରୁ ପାକ୍‌ ସେମାନଙ୍କ ସମର୍ଥନ ହାସଲ କରିପାରିବ ବୋଲି ଆଶା କରୁଛି । ହେଲେ ସେଠାକାର ପାସ୍ତୁନ ସମୁଦାୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଆଦିବାସୀନେତାମାନେ ପାକ୍‌ ସେନାର ଅନୁରୋଧକୁ ପ୍ରତ୍ୟାଖ୍ୟାନ କରିଦେଇଛନ୍ତି । ତା’ଛଡା ପାସ୍ତୁନ ନେତା ମଞ୍ଜୁର ପାସ୍ତିନଙ୍କ ଦ୍ୱାରା ଚଳାଯାଉଥିବା ପାସ୍ତୁନ ତହଫୁଜ(ସୁରକ୍ଷା) ମୁଭମେଣ୍ଟ ଯୋଗୁ ବି ପାକ୍‌ ସେନା ଚାପରେ ଅଛି । ପାସ୍ତୁନ ବହୁଳ ଏବଂ ଅନ୍ୟ ଆଦିବାସୀ ବହୁଳ ଅଞ୍ଚଳରେ ପାକ୍‌ ସେନା ଦ୍ୱାରା ପ୍ରାୟୋଜିତ ଆତଙ୍କବାଦ ଏବଂ ତାଲିବାନର ଗତିବିଧିକୁ ବିରୋଧ କରି ସେ ଗତ କିଛି ମାସ ଧରି ଏହି ଅଭିଯାନ ଚଳାଉଛନ୍ତି । ଏହାଯୋଗୁ ପାସ୍ତୁନମାନଙ୍କ ସମର୍ଥନ ପାଇବା ପାକ୍‌ ସେନା ପାଇଁ ମୁସ୍କିଲ ହେବ ବୋଲି ମନେ କରାଯାଉଛି ।