PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ଭ୍ୟାକ୍ସିନ ନେବା ପରେ ବି ହେଉଛି କରୋନା, ଓଡିଶାରେ ଟିକା ନେବା ପରେ କେତେ ଲୋକଙ୍କର ଡେଥ୍ ହୋଇଛି ତାହାର ତର୍ଜମା କରୁଛି ଟେକନିକାଲ ଟିମ୍- ଆଇଏଲଏସ୍ ନିର୍ଦ୍ଦେଶକ
  • ||
  • ମାଲକାନଗିରି : ମାଲକାନଗିରି କାଲିମେଳା ଥାନା ଟେକଗୁଡା ଗ୍ରାମରେ ଥିବା ପରିବାର ଲୋକଙ୍କ ନିକଟରେ ପହଁଚିଲା ମୃତ ମାଓନେତା ରଣଦେଵଙ୍କ ଶବ, ଆନ୍ଧ୍ରପ୍ରଦେଶ ସୀମାନ୍ତରେ ପୁଲିସର ଏନକାଉଣ୍ଟରରେ ଚାଲିଯାଇଥିଲା ଜୀବନ
  • ||
  • ନୂଆପଡ଼ା : ଗାଁରେ ପଶିଗଲା ବାଟବଣା ହରିଣ, ଉଦ୍ଧାର କରି ସୁନାବେଡା ଅଭୟାରଣ୍ୟରେ ଛାଡିଲା ବନ୍ୟପ୍ରାଣୀ ବିଭାଗ
  • ||
  • ଭୁବନେଶ୍ୱର: ଓଡ଼ିଆ ଆଇଏଏସ୍ ଗୁରୁପ୍ରସାଦ ମହାପାତ୍ର ଦେହାନ୍ତ
  • ||
  • ପୁରୀ: ମହାପ୍ରଭୁଙ୍କ ସେନାପଟା ଓ ବାହୁଟ ସେବା ନିମନ୍ତେ ବଉଳ ଗଛ ଚିହ୍ନଟ, ନିର୍ଜ୍ଜଳା ଏକାଦଶୀ ତିଥିରେ ହେବ ବୃକ୍ଷ ଚ୍ଛେଦନ
  • ||
  • ଯାଜପୁର: ଭାଇ ବିହାଘରରେ ନାଗିନ୍‌ ଡ୍ୟାନ୍ସ ପଡ଼ିଲା ମହଙ୍ଗା, କୋଭିଡ୍‌ କଟକଣାକୁ ଫୁ କରି ନିଲମ୍ବିତ ହେଲେ ସୁକିନ୍ଦା ତହସିଲଦାର ବୁଲ୍‌ବୁଲ୍‌ ବେହେରା
  • ||
  • କଟକ: ନରସିଂହପୁର ବ୍ଲକ ଅନ୍ତର୍ଗତ ସାନ ଗାଁରେ ବାଇଗଣ ବିଲକୁ ଯାଇଥିବା ବେଳେ ମହିଳାଙ୍କୁ ଆକ୍ରମଣ କଲା ବାରାହ , ଆହତ ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||
  • ବଲାଙ୍ଗୀର : ତାଲା ଭାଙ୍ଗି ମଦ ଦୋକାନରୁ ଚୋରି, ଦୋକାନରୁ ପ୍ରାୟ ୫ ଲକ୍ଷ ଟଙ୍କାର ୪୯ ପେଟି ମଦ ଚୋରି
  • ||
  • ଲମତାପୁଟ : କୋରାପୁଟ ଜିଲ୍ଲା ମାଛକୁଣ୍ଡୁ ପୋଲିସ ଦ୍ୱାରା ଟ୍ରକ୍ ସହ ୨୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଜଣେ ଗିରଫ
  • ||
  • ବାଲେଶ୍ୱର: ବାପାକୁ କଟୁରୀରେ ହାଣିଲା ମାତାଲ ପୁଅ, ପ୍ରାଣ ବିକଳରେ ଦୌଡି ପଳାଇଲା ମା’
  • ||
  • ପାଟଣା : ଦୋକାନ ଆଜବେଷ୍ଟସ୍ ଭାଙ୍ଗି ଚୋରି କରୁଥିଲେ, କାବୁ କଲେ ଗ୍ରାମବାସୀ, ଚୋରଙ୍କ ଛୁରା ମାଡ଼ରେ ପୋଲିସ କର୍ମଚାରୀ ଆହତ
  • ||
  • କୋକସରା : ଲିମ୍ବ ଗଛରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ?
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ୩୪୨୭ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • ଭୁବନେଶ୍ୱର : ରାଜ୍ୟରେ ଗତ ୨୪ ଘଣ୍ଟାରେ ୪୨ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୩୫୫୦ ଜଣଙ୍କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ଏଯାବତ୍‌ ରାଜ୍ୟରେ ୨୪% ଅଧିକ ବର୍ଷିଛି ମୌସୁମୀ ବର୍ଷା, ଆସନ୍ତା ଦୁଇଦିନ ବଡ଼ ବର୍ଷା ନାହିଁ, ୨୧ରୁ ବଢ଼ିପାରେ
  • ||
  • ଦଶପଲ୍ଲା : ବାଣୀଗୋଛାର ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲା, ୩ଦିନ ରିମାଣ୍ଡରେ ଗଲା ଅଭିଯୁକ୍ତ
  • ||
  • ଭୁବନେଶ୍ୱର : ଓଲିଉଡର ବିଶିଷ୍ଟ କଣ୍ଠଶିଳ୍ପୀ ତପୁ ମିଶ୍ରଙ୍କୁ ସଂସ୍କୃତି ବିଭାଗର ସହାୟତା
  • ||
  • ଚଣ୍ଡୀଗଡ଼ : କିମ୍ବଦନ୍ତୀ ଆଥ୍‌ଲେଟ୍‌ ମିଲଖାଙ୍କ ପରଲୋକ, ଶୋକ ପ୍ରକାଶ କଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ
  • ||
  • ଭୁବନେଶ୍ୱର : ଭିଜିଲାନସ୍‌ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀଙ୍କ ବିୟୋଗ
  • ||
  • କରଞ୍ଜିଆ : ୧୪ ବର୍ଷୀୟା ନାବାଳିକାକୁ ଗଣଦୁଷ୍କର୍ମ, ମୁହଁରେ କପଡା ଦେଇ ରାତିରେ ଘରୁ ଉଠାଇ ନେଇଥିଲେ ୨ ଦୁର୍ବୃତ୍ତ
  • ||

୨ ବର୍ଷ ଜେଲ,୩୬ ଘଣ୍ଟାର ବିଧାୟକ: ଜାଣନ୍ତୁ ପାକିସ୍ତାନରୁ ଭାରତ ଫେରିଥିବା ବଳଦେବ କୁମାର ସିଂଙ୍କ ଜୀବନର ଘଟଣାବଳୀ

ନୂଆଦିଲ୍ଲୀ,୧୦।୯: ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଦଳ ପାକିସ୍ତାନ ତେହରିକ୍-ଏ-ଇନସାଫ୍ (ପିଟିଆଇ)ର ବିଧାୟକ ରହିଥିବା ବଳଦେବ କୁମାର ସିଂହ ସେଠାରେ ହେଉଥିବା ଅତ୍ୟାଚାରରେ ଅତିଷ୍ଠ ହୋଇ ପଞ୍ଜାବ ଫେରି ଆସିଛନ୍ତି। ବଳଦେବ ଭାରତ ଫେରିବା ପରେ ଇମ୍ରାନ ଖାନଙ୍କ ବିରୋଧରେ ବହୁ ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି ଇମ୍ରାନଙ୍କ ‘ନୂଆ ପାକିସ୍ତାନ’ ଗଢିବାର ପ୍ରତିଶୃତି ସମ୍ପୂର୍ଣ୍ଣ ମିଥ୍ୟା, କାରଣ ପାକିସ୍ତାନରେ ସଂଖ୍ୟାଲଘୁଙ୍କ ଉପରେ ଅତ୍ୟାଚାର ହେଉଛି।

ତାଙ୍କ ଉପରେ ଅତ୍ୟାଚାର ହେଉଥିବା ନେଇ ବଳବନ୍ତ ସିଂ ଭାରତର ରାଜନୈତିକ ଶରଣ ମାଗିଥିଲେ, ତେବେ ସେ  ୩ ମାସର ଭିସା ​ ନୋଇ ଭାରତ ଆସିଛନ୍ତି ଓ ଏବେ ପୁଣିଥରେ ପାକିସ୍ତାନ ନଫେରିବାକୁ ସେ କହୁଛନ୍ତି। ଯଦି ବଳଦେବ ସିଂଙ୍କ କଥା ହେବା ତେବେ ସେ ପାକିସ୍ତାନରେ ମାତ୍ର ୩୬ ଘଣ୍ଟା ପାଇଁ ବିଧାୟକ ରହିପାରିଥିଲେ। ତାଙ୍କର ଜୀବନର ଘଟଣାବଳୀ ବେଶ ଭିନ୍ନ। ତେବେ ଆସନ୍ତୁ ଜାଣିବା ବଳଦେବ ସିଂଙ୍କ ବିଷୟରେ।୨୦୦୭ରେ ବଳଦେବଙ୍କ ବିବାହ ପଞ୍ଜାବର ଖନ୍ନାରେ ରହୁଥିବା ଭାବନାଙ୍କ ସହିତ ହୋଇଥିଲ। ବିବାହ ସମୟରେ ସେ ପାକିସ୍ତାନରେ କାଉନସିଲର ଥିଲେ ଓ ପରେ ଏମଏଲଏ ହୋଇଥିଲେ। ବଳଦେବ ଏବେ ଖନ୍ନା ମଡେଲ ଟାଉନରେ ଦୁଇଟି ରୁମ ଭଡାରେ ନେଇ ନିଜର ପରିବାର ସହିତ ରହୁଛନ୍ତି।

ବଳଦେବଙ୍କ ପତ୍ନୀ ଭାବନା ଭାରତୀୟ ନାଗରିକ। ତାଙ୍କର ଦୁଇଟି ସନ୍ତାନ ରହିଛନ୍ତି। ତାଙ୍କର ୧୧ ବର୍ଷର ଝିଅ ଏବେ ଥାଲେସେମିଆ ରୋଗରେ ପୀଡିତ, ଏତେ ତାଙ୍କର ଚିକିତ୍ସା ଚାଲିଛି। ବଳଦେବ କୁମାର ସିଂ ଖେବର ପଖତୁନର ବାରିକୋଟ୍ ଆସନରୁ ୩୬ ଘଣ୍ଟା ପାଇଁ ବିଧାୟକ ଥିଲେ। ସେ ବିଧାୟକ ହେବାର କାହାଣୀ ମଧ୍ୟ ସମ୍ପୂର୍ଣ୍ଣ ଭିନ୍ନ। କାରଣ ୨୦୧୬ରେ ତାଙ୍କ ନିର୍ବାଚନ ମଣ୍ଡଳୀର ବିଧାୟକଙ୍କୁ ହତ୍ୟା କରିଦିଆଯାଇଥିଲା। ଏହି ମାମଲାରେ ତାଙ୍କ ଉପରେ ମଧ୍ୟ ଅଭିଯୋଗ ଆସିଥିଲା ଓ ୨ ବର୍ଷ ପାଇଁ ଜେଲ ଯାଇଥିଲେ। ୨୦୧୮ରେ ସେ ଯେତେବେଳେ ଜେଲରୁ ବାହାରକୁ ଆସିଥିଲେ ତାଙ୍କୁ ସେହି ଅଞ୍ଚଳରେ ଦଳର ବଡ ନେତା ହେବା କାରଣରୁ ବିଧାୟକ କରିଦିଆଯାଇଥିଲ। ତେବେ କେବଳ ମାତ୍ର ୩୬ ଘଣ୍ଟା ପାଇଁ ବିଧାୟକ ହୋଇପାରିଥିଲେ, କାରଣ ଏହାପରେ ବିଧାନସଭାର କାର୍ଯ୍ୟକାଳ ଶେଷ ହୋଇଯାଇଥିଲା।

ସମ୍ବନ୍ଧିତ ଖବର