PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ରାଜ୍ୟରେ ଉପରମୁହାଁ ହେଲା କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ଆଉ ୬୨୮ ପଜିଟିଭ୍ ଚିହ୍ନଟ
  • ||
  • ନୂଆଦିଲ୍ଲୀ : ୭୧ ବର୍ଷରେ ପାଦ ଦେଲେ ପ୍ରଧାନମନ୍ତ୍ରୀ ମୋଦି
  • ||
  • ଭୁବନେଶ୍ୱର : ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ, ୧୮ରୁ ପୁଣି ବଢ଼ିବ ବର୍ଷା, ଉତ୍ତର ଓଡିଶାରେ ପ୍ରବଳ ଛେଚିବ
  • ||
  • ସମ୍ବଲପୁର : ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତିି
  • ||
  • ପୁରୀ : ଆଜି ଶ୍ରୀମନ୍ଦିରରେ ବାମନ ଜନ୍ମ ଓ ସୁନିଆଁ ପର୍ବ ପାଳନ, ଜଗା ଦର୍ଶନ ବନ୍ଦ
  • ||
  • ଭୁବନେଶ୍ୱର : ଆଜି ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ପୂଜା, ଓଡ଼ିଶାର ପୁରପଲ୍ଲୀ ଚଳଚଞ୍ଚଳ
  • ||
  • ନୀଳଗିରି : ଡାକବଙ୍ଗଳା ରାସ୍ତାରେ ବୁଲୁଛି ଭାଲୁ
  • ||
  • ସାନଖେମୁଣ୍ଡି : ଗାଧୋଇ ଯିବା ବେଳେ ଧକ୍କା ଦେଲା ଅଜଣା ଗାଡ଼ି, ୨ ମହିଳା ମୃତ
  • ||
  • ସୁନ୍ଦରଗଡ଼ : ସୁନ୍ଦରଗଡ଼ ସହର ୧୨ ଘଣ୍ଟିଆ ବନ୍ଦ, ୪ ଦଫା ଦାବି ନେଇ ବନ୍ଦ ଡ଼କରା ଦେଇଛି ଟ୍ରକ୍ ମାଲିକ ସଙ୍ଘ
  • ||
  • ଜଳେଶ୍ଵର : ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ସୁବର୍ଣ୍ଣରେଖା, ଜଳମଗ୍ନ ୫ଟି ପଞ୍ଚାୟତ
  • ||
  • ପାଟଣା : ଦାଉ ସାଧିଲା ଲଗାଣ ବର୍ଷା, ବନ୍ଧ ଭାଙ୍ଗି ବାଲି ଚରିଗଲା ଏକର ଏକର ଚାଷ ଜମି
  • ||

ଏହି ପାକିସ୍ତାନୀ ମନ୍ତ୍ରୀଙ୍କୁ ଲଣ୍ଡନରେ ମାଡ଼ ସହିତ ପିଙ୍ଗାଗଲା ଅଣ୍ଡା,ଭାରତକୁ ଦେଇଥିଲେ ପରମାଣୁ ଆକ୍ରମଣ ଧମକ

ନୂଆଦିଲ୍ଳୀ,୨୩।୮: ଭାରତକୁ ପରମାଣୁ ଆକ୍ରମଣ ଧମକ ଦେଇଥିବା ପାକିସ୍ତାନର ରେଳମନ୍ତ୍ରୀ ଶେଖ୍ ରଶିଦଙ୍କୁ ଲଣ୍ଡନରେ ମାଡ ମରାଯିବା ସହ ତାଙ୍କ ଉପରକୁ ଅଣ୍ଡା ମାଡ କରାଯାଇଛି। ନିଜର ବିବାଦୀୟ ମନ୍ତବ୍ୟକୁ ନେଇ ସବୁବେଳେ ଚର୍ଚ୍ଚାରେ ରହୁଥିବା ଶେଖ୍ ରଶିଦ ଅଓ୍ବାମୀ ମୁସଲିମ୍ ଲିଗର ମୁଖ୍ୟ ଅଟନ୍ତି। ପାକିସ୍ତାନୀ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁସାରେ, ଯେତେବେଳେ ସେ ଲଣ୍ଡନର ଏକ ହୋଟେଲରେ ପୁରସ୍କାର ସମାରୋହରେ ଭାଗ ନେବାକୁ ନେଇ ବାହାରିଥିଳେ ତାଙ୍କୁ ସେଠାରେ ମାଡ ମରାଯିବା ପରେ ଉପରକୁ ଅଣ୍ଡା ଫୋପାଡି କିଛି ଲୋକ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।

ବୁଧବାର ପାକିସ୍ତାନ ପିପୁଲ୍ସ ପାର୍ଟି (ପିପିପି)ର ପିପୁଲ୍ସ ୟୁଥ ଅର୍ଗାନାଇଜେସନ୍ ୟୁରୋପର ଅଧ୍ୟକ୍ଷ ଆସିଫ ଅଲ୍ଲୀ ଖାନ ଓ ଦଳର ଗ୍ରେଟର ଲଣ୍ଡନ ମହିଳା ଶାଖାର ଅଧ୍ୟକ୍ଷ ସମାହ ନାଜ ଏକ ବୟାନ ଜାରି  ଆକ୍ରମଣ ପାଇଁ ନିଜକୁ ଦାୟୀ କରିଥିଲେ। ସେ କହିଥିଲେ, ରଶିଦ ପିପିପି ମୁଖ୍ୟ ବିଲାଓ୍ବଲ ଭୁଟ୍ଟୋ ଜରଦାରୀଙ୍କ ବିରୋଧରେ ଅପଶବ୍ଦ କହିଥିଲେ,ଯାହାକୁ ବିରୋଧ କରି ସେ ଏହି ପଦକ୍ଷେପ ନେଇଛନ୍ତି।

ସେ ରଶିଦଙ୍କ ଉପରକୁ ଅଣ୍ଡା ଫୋପଡା ଯିବା କଥାର ବୟାନ ନେଇ କହିଥିଲେ, ଶେଖ ରଶିଦଙ୍କୁ ତାଙ୍କର ଧନ୍ୟବାଦ ଦେବା କଥା ସେ ତାଙ୍କୁ ବିରୋଧ କରିବା ପାଇଁ ବ୍ରିଟେନରେ ଅଣ୍ଡା ଫୋପାଡିବାର ସଭ୍ୟ ପ୍ରଣାଳୀକୁ ଆପଣେଇଛି। ଅଓ୍ବାମି ମୁସଲିମ୍ ଲିଗ କହିଛନ୍ତି ଏହି ଘଟଣାର କୌଣସି ଭିଡିଓ ଉପଲବ୍ଧ ନାହିଁ, କାରଣ ଦୁଇ ନେତା ନିଜେ ଆକ୍ରମଣ କଥା ମାନିନେଇଛନ୍ତି। ପାର୍ଟି ପୋଲିସ ମାମଲା ରୁଜୁ କରିବା ନେଇ ବିଚାର କରୁଛି।